Lakshya Sen Wins Japan Masters 2026: ଜାପାନ ମାଟିରେ ଲକ୍ଷ୍ୟଙ୍କ ଲକ୍ଷ୍ୟଭେଦ, ଲଗାତାର ଦ୍ୱିତୀୟ ଟାଇଟଲ୍ ଜିତିଲେ

Nov 15, 2026 - 10:39
Lakshya Sen Wins Japan Masters 2026: ଜାପାନ ମାଟିରେ ଲକ୍ଷ୍ୟଙ୍କ ଲକ୍ଷ୍ୟଭେଦ, ଲଗାତାର ଦ୍ୱିତୀୟ ଟାଇଟଲ୍ ଜିତିଲେ

କୋର୍ଟରେ ଚାଲିଥିଲା ଜୋରଦାର ଲଢ଼େଇ।

ପ୍ରଥମ ଗେମ୍‌ରେ ପଛରେ ପଡ଼ିଗଲେ।

ହେଲେ ହାର ମାନିବାକୁ ନାରାଜ ଥିଲେ ଭାରତର ଷ୍ଟାର୍ ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍।

ପ୍ରତିପକ୍ଷଙ୍କ ପ୍ରତିଟି ସଟ୍‌ର ଦେଲେ କଡ଼ା ଜବାବ।

ଆଉ ଶେଷରେ ବାଜି ମାରିନେଲେ ଭାରତୀୟ ଷ୍ଟାର୍।

ଜର୍ମାନୀ ପରେ ଏବେ ଜାପାନରେ ଚମକିଲେ ଲକ୍ଷ୍ୟ।

ଲଗାତାର ଦ୍ୱିତୀୟ ଟାଇଟଲ୍ ଜିତି ଦେଶ ପାଇଁ ଆଣିଛନ୍ତି ଗୌରବ।

Advertisment ଜାପାନ ମାଷ୍ଟର୍ସ ୨୦୨୬ରେ ଚାମ୍ପିୟନ୍ ହୋଇଛନ୍ତି ଭାରତର ଲକ୍ଷ୍ୟ ସେନ୍।

ରବିବାର କୁମାମୋଟୋରେ ଖେଳାଯାଇଥିବା ପୁରୁଷ ସିଙ୍ଗଲ୍ସ ଫାଇନାଲ୍‌ରେ ବିଶ୍ୱ ମାନ୍ୟତାର ୧୫ ନମ୍ବର ଖେଳାଳି ଜାପାନର କୋକି ୱାତାନାବେଙ୍କୁ ହରାଇଛନ୍ତି ଲକ୍ଷ୍ୟ।

ତିନିଟି ଗେମ୍‌ର ରୋମାଞ୍ଚକର ମୁକାବିଲାରେ ୧୩-୨୧, ୨୧-୧୮ ଓ ୨୧-୧୪ ସେଟ୍‌ରେ ବିଜୟୀ ହୋଇଛନ୍ତି।

ଏଥିପାଇଁ ତାଙ୍କୁ ଲାଗିଥିଲା ମାତ୍ର ୧ ଘଣ୍ଟା ୪ ମିନିଟ୍।

ପ୍ରଥମ ଗେମ୍‌ରେ ଲକ୍ଷ୍ୟଙ୍କ ଖେଳ ଆଶାନୁରୂପ ନଥିଲା।

ୱାତାନାବେ ୨୧-୧୩ରେ ଗେମ୍‌ ଜିତି ନେଇଥିଲେ।

ହେଲେ ଦ୍ୱିତୀୟ ଗେମ୍‌ରେ ଦେଖିବାକୁ ମିଳିଲା ଲକ୍ଷ୍ୟଙ୍କ ଜବରଦସ୍ତ ପ୍ରତ୍ୟାବର୍ତ୍ତନ।

ଦମଦାର କ୍ରସ୍‌ କୋର୍ଟ ସ୍ମାସ୍‌ ଓ ଚମତ୍କାର ରକ୍ଷଣାତ୍ମକ ଖେଳ ବଳରେ ୨୧-୧୮ରେ ଗେମ୍‌ ଜିତି ମ୍ୟାଚ୍‌କୁ ୧-୧ ସ୍ଥିତିକୁ ଆଣିଥିଲେ।

Advertisment ନିର୍ଣ୍ଣାୟକ ତୃତୀୟ ଗେମ୍‌ରେ କିନ୍ତୁ ପୂରା ଆକ୍ରମଣାତ୍ମକ ମୁଡ୍‌ରେ ଥିଲେ ଲକ୍ଷ୍ୟ।

୧୧-୭ରେ ଆଗୁଆ ରହିବା ପରେ ପ୍ରତିପକ୍ଷଙ୍କୁ ଆଉ ସୁଯୋଗ ଦେଇନଥିଲେ।

ଶେଷରେ ୨୧-୧୪ରେ ଗେମ୍‌ ଜିତି ହାତେଇଥିଲେ ଜାପାନ ମାଷ୍ଟର୍ସ ଟ୍ରଫି।

ଏହି ବିଜୟ ସହ ଲକ୍ଷ୍ୟ ସେନ୍ ଲଗାତାର ଦ୍ୱିତୀୟ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ୍ ହୋଇଛନ୍ତି।

ଏହା ପୂର୍ବରୁ ଜର୍ମାନୀରେ ହାଇଲୋ ଓପନ୍ ଟାଇଟଲ୍ ଜିତିଥିଲେ ସେ।

ଏବେ ଜାପାନ ମାଷ୍ଟର୍ସ ଜିତି ନିଜ ଫର୍ମର ପ୍ରମାଣ ଦେଇଛନ୍ତି।

ଫାଇନାଲ୍‌ ପୂର୍ବରୁ ସେମିଫାଇନାଲ୍‌ରେ ଇଣ୍ଡୋନେସିଆର ବିଶ୍ୱର ୧୦ ନମ୍ବର ଖେଳାଳି ଆଲୱି ଫରହାନଙ୍କୁ ହରାଇଥିଲେ ଲକ୍ଷ୍ୟ।

୨୧-୧୨, ୧୫-୨୧ ଓ ୨୧-୧୧ରେ ବିଜୟୀ ହୋଇ ଫାଇନାଲ୍‌ ଟିକେଟ୍ ହାସଲ କରିଥିଲେ।

ଏବେ ଲକ୍ଷ୍ୟଙ୍କ ନଜର ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର୍ ଫାଇନାଲ୍ସ ଉପରେ।

ଏହି ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ୍ ହେବା ଫଳରେ ତାଙ୍କୁ ୯,୨୦୦ ରାଙ୍କିଙ୍ଗ୍ ପଏଣ୍ଟ ମିଳିଛି।

ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସେ ୱାର୍ଲ୍ଡ ଟୁର୍ ତାଲିକାର ୧୨ ନମ୍ବର ସ୍ଥାନରେ ଥିଲେ।

ଫାଇନାଲ୍ସକୁ ଯୋଗ୍ୟତା ପାଇବା ପାଇଁ ଶ୍ରେଷ୍ଠ ୮ ଖେଳାଳିଙ୍କ ମଧ୍ୟରେ ରହିବା ଆବଶ୍ୟକ।

ହଂକଂ ଓପନ୍ ଓ ସୟଦ ମୋଦି ଇଣ୍ଟରନ୍ୟାସନାଲ୍ ଭଳି ଟୁର୍ଣ୍ଣାମେଣ୍ଟ ଏବେ ବାକି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)