Koraput Sweet Potato Farming: କୋରାପୁଟରେ କନ୍ଦମୂଳ ଚାଷରୁ ଚଳୁଛି ପ୍ରାୟ ୨୧ ହଜାର ଚାଷୀଙ୍କ ଜୀବିକା, ହେଲେ ମିଳୁନି ଉଚିତ ଦର
କୋରାପୁଟ ମାଟିରେ ଫଳୁଛି ସୁନାର ଫସଲ ।
ଭୁସୁନା ଓ ଭୁକ୍ରିଷ୍ଣା କନ୍ଦମୂଳର ରହିଛି ଚାହିଦା।
କୋରାପୁଟରେ ହଜାର ହଜାର ଚାଷୀ ଏହି ଚାଷ କରି ଜୀବିକା ପାଉଥିଲେ ମଧ୍ୟ ଉଚିତ ମୂଲ୍ୟରୁ ବଞ୍ଚିତ ।
ବଜାର ବ୍ୟବସ୍ଥା ନଥିବାରୁ ବାହାର ବ୍ୟବସାୟୀଙ୍କ ଉପରେ ନିର୍ଭର କରୁଛନ୍ତି ଚାଷୀ ।
ଏହି ଚାଷର ବିକାଶ ଓ ଚାଷୀଙ୍କୁ ଉଚିତ ଲାଭ ଦେବା ପାଇଁ ଆବଶ୍ୟକ ଶୀତଳ ଭଣ୍ଡାର ଓ ପ୍ରକ୍ରିୟାକରଣ ବ୍ୟବସ୍ଥା।
Advertisment କୁନ୍ଦୁଲି ହାଟରେ ଲାଗିଛି ବଡ଼ ବଡ଼ ଟ୍ରକ୍ ।
କ୍ୱିଣ୍ଟାଲ କ୍ୱିଣ୍ଟାଲ କନ୍ଦମୂଳ ଲୋଡ୍ ହୋଇ ଯାଉଛି ଆନ୍ଧ୍ରପ୍ରଦେଶ, ବିହାର ଓ ଉତ୍ତରପ୍ରଦେଶ ।
ଚାଷୀ ଏହି ସୁନାର ଫସଲ ଚାଷ କରୁଥିବା ବେଳେ ଦର ନିର୍ଦ୍ଧାରଣ କରିବାର କ୍ଷମତା କିନ୍ତୁ ନାହିଁ ତାଙ୍କ ହାତରେ।
ବ୍ୟବସାୟୀଙ୍କ ସହ ବୁଝାମଣାରେ ହେଉଛି ବିକ୍ରିବଟା ।
କୋରାପୁଟର ଜଳବାୟୁ କନ୍ଦମୂଳ ଚାଷ ପାଇଁ ବେଶ ଅନୁକୂଳ।
ନନ୍ଦପୁର, ପଟାଙ୍ଗି, ସେମିଳିଗୁଡ଼ା, ଲମତାପୁଟ ଓ ଦଶମନ୍ତପୁର ବ୍ଲକର ପ୍ରାୟ ୩ହଜାର ୪୧୦ ହେକ୍ଟର ଜମିରେ ହେଉଛି କନ୍ଦମୂଳ ଚାଷ।
ବାର୍ଷିକ ଉତ୍ପାଦନ ପ୍ରାୟ ୨୯ ହଜାର ୮୭୦ ମେଟ୍ରିକ୍ ଟନ୍ ।
ପ୍ରାୟ ୨୧ ହଜାର ଚାଷୀ ଏହି ଚାଷ ଉପରେ ନିର୍ଭରଶୀଳ ।
ହେଲେ ଅମଳ ପରେ ଉଚିତ ବଜାର ନଥିବାରୁ ଶାଗମାଛ ଦରରେ ବିକିବାକୁ ପଡୁଥିବା ଚାଷୀ କହିଛନ୍ତି।
Advertisment ଚାଷୀଙ୍କ ଅଭିଯୋଗ, ଗତବର୍ଷ ତୁଳନାରେ ଏବର୍ଷ ଦର ଆହୁରି ହ୍ରାସ ପାଇଛି ।
ଉତ୍ପାଦନ ପରେ ଅଧିକ ଦିନ ରଖିଲେ ନଷ୍ଟ ହେବାର ଭୟ।
ଫଳରେ ବାଧ୍ୟ ହୋଇ କମ୍ ଦରରେ ବିକ୍ରି କରୁଛନ୍ତି ଚାଷୀ ।
ଏପଟେ ଶୀତଳ ଭଣ୍ଡାର ଓ ସଂରକ୍ଷଣ ବ୍ୟବସ୍ଥା ହେଲେ ଚାଷୀ ଅଧିକ ଲାଭବାନ ହୋଇପାରିବେ ବୋଲି କହିଛନ୍ତି ଉଦ୍ୟାନ କୃଷି ବିଭାଗର ଉପନିର୍ଦ୍ଦେଶକ ।
ଆସନ୍ତା ବର୍ଷ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଯୋଜନା ଥିବା କହିଛନ୍ତି ।
କୋରାପୁଟ କନ୍ଦମୂଳର ଚାହିଦା ରାଜ୍ୟ ବାହାରେ।
ହେଲେ ଉତ୍ପାଦନର ଲାଭ ପାଉନାହାନ୍ତି ଦିନ ରାତି ପରିଶ୍ରମ କରୁଥିବା ଚାଷୀ ।
ଉଚିତ ମୂଲ୍ୟ, ସ୍ଥାନୀୟ ବଜାର ଓ ସଂରକ୍ଷଣ ବ୍ୟବସ୍ଥା ହୋଇପାରିଲେ ଏହି ଚାଷ ବଦଳାଇପାରିବ ଚାଷୀଙ୍କ ଭାଗ୍ୟ ।
କୋରାପୁଟରେ ସୁନାର ଫସଲ କନ୍ଦମୂଳ ଉତ୍ପାଦନ କୋରାପୁଟରେ ବଜାର ବାହାର ବେପାରୀଙ୍କ ହାତରେ ଲାଭ ନେଉଛନ୍ତି ବାହାର ବ୍ୟବସାୟୀ ପ୍ରୋତ୍ସାହନ ଅପେକ୍ଷାରେ କନ୍ଦମୂଳ ଚାଷ ଶୀତଳ ଭଣ୍ଡାର ଓ ପ୍ରକ୍ରିୟାକରଣ ବ୍ୟବସ୍ଥା ନାହିଁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
