Khurda Road Railway Station: ସମସ୍ୟା ଘେରରେ ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ; ବାହାରୁ ଚକାଚକ୍ ଭିତରେ ଅବ୍ୟବସ୍ଥା
ଭାରତୀୟ ରେଲୱେକୁ ଦେଶର ଜୀବନରେଖା କୁହାଯାଉଥିବା ବେଳେ ଏପଟେ କିନ୍ତୁ ଚରମ ଅବ୍ୟବସ୍ଥା ଭିତରେ ରେଳ ଷ୍ଟେସନ।
ଓଡ଼ିଶାର ପ୍ରମୁଖ ରେଳ ଜଙ୍କସନ୍ ଭାବେ ପରିଚିତ ଖୋର୍ଦ୍ଧାରୋଡ ରେଳ ଷ୍ଟେସନ ଏବେ ଅବ୍ୟବସ୍ଥା ଭିତରେ ।
ଲିଫ୍ଟ ସଂଯୋଗ ଠାରୁ ଆରମ୍ଭ କରି ଶୌଚାଳୟ, ପ୍ଲାଟଫର୍ମ ଓ ପାର୍କିଂରେ ଅବ୍ୟବସ୍ଥା ଦେଖିବାକୁ ମିଳୁଛି ।
ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସେପଟେ ବିଭାଗୀୟ ଅଧିକାରୀ କହିଛନ୍ତି, ସମସ୍ତ ସମସ୍ୟାର ସମାଧାନ ହେବ ।
Advertisment ସମସ୍ୟା ଘେରରେ ଓଡ଼ିଶାର ପ୍ରମୁଖ ରେଳ ଜଙ୍କସନ୍ ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ୍ ।
ବାହାରୁ ଯେମିତି ଚକାଚକ ଭିତରେ ସେମିତି ଅବ୍ୟବସ୍ଥା।
ପ୍ରତିଦିନ ଏହି ରେଳ ଷ୍ଟେସନ ଉପରେ ହଜାର ହଜାର ଲୋକ ନିର୍ଭର କରୁଥିବା ବେଳେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି ।
ତେବେ କେତେକ ପ୍ଲାଟଫର୍ମରେ ଲିଫ୍ଟର ସୁବିଧା ଥିବା ବେଳେ ଆଉ କେତେକ ସ୍ଥାନରେ ଲିଫ୍ଟର ସୁବିଧା ନାହିଁ ।
ଆଉ ଯେତିକି ପ୍ଲାଟଫର୍ମରେ ଲିଫ୍ଟର ସୁବିଧା ରହିଛି ସେଗୁଡିକ ମଧ୍ୟରୁ କେତେକ କାମ ମଧ୍ୟ କରୁନି ।
ସେପଟେ ଶୌଚାଳୟର ଅବସ୍ଥା ଶୋଚନୀୟ ହୋଇପଡିଛି ।
ନିୟମିତ ସଫେଇ ଅଭାବରୁ ସେଗୁଡିକରୁ ଦୁର୍ଗନ୍ଧ ବାହାରୁଛି ।
Advertisment ସେହିଭଳି ପ୍ଲାଟଫର୍ମର ଉପର ସେଡ୍ କଥା ନକହିବା ଭଲ ।
କେତକ ପ୍ଲାଟଫର୍ମ ଉପର ସେଡ ଫାଟିଯାଇଥିବା ବେଳେ ଆଉ କେତେକ ସ୍ଥାନରେ ସେଡ ନିର୍ମାଣ ହୋଇନାହିଁ ।
ଯାହା ଫଳରେ ଯାତ୍ରୀମାନେ ବର୍ଷା ଦିନରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ଏତିକିରେ ସରିନି ଖୋର୍ଦ୍ଧାରୋଡ ରେଳ ଷ୍ଟେସନର ଅବ୍ୟବସ୍ଥା ।
ଅନ୍ୟ ଷ୍ଟେସନ ମାନଙ୍କରେ ପାର୍ସଲ୍ ଅଫିସ୍ ଗୁଡ଼ିକ ଏକ ନମ୍ବର ପ୍ଲାଟଫର୍ମରେ ରହିଥିବା ବେଳେ ଏଠାରେ କିନ୍ତୁ ୩ନମ୍ବର ପ୍ଲାଟଫର୍ମ ରହିଛି।
ଯାହାଫଳରେ ପାର୍ସଲ ଗୁଡ଼ିକୁ ବାହାରକୁ ଆଣିବାରେ ସମସ୍ୟା ଉପୁଜୁଛି ।
ଆଉ ଏପଟେ ଥରେ ନଜର ପକାନ୍ତୁ ପାର୍କିଂ ସ୍ଥାନକୁ ।
ରେଳ ବିଭାଗ ଦ୍ବାରା ଟେଣ୍ଡର ମାଧ୍ୟମରେ ଏକ ଘରୋଇ ସଂସ୍ଥାକୁ ପାର୍କିଂ ଦିଆଯାଇଛି।
ଫାର୍କିଂ ଫି ଯାତ୍ରୀଙ୍କ ପକେଟକୁ ବାଧୁଥିବା ବେଳେ ଖୋଲା ଆକାଶ ତଳେ ପଡିରହୁଛି ଗାଡି ।
ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଯାତ୍ରୀ ।
ସେପଟେ ବିଭାଗୀୟ ଅଧିକାରୀ କହିଛନ୍ତି ।
ସମସ୍ୟା ପ୍ରତି ଆମେ ଅବଗତ ଅଛୁ ।
ଧିରେ ଧିରେ ସମସ୍ତ ସମସ୍ୟାର ସମାଧାନ ହେବ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
