Kendrapara shipbuilding cluster: କେନ୍ଦ୍ରାପଡ଼ା ଜାହାଜ ନିର୍ମାଣ କ୍ଲଷ୍ଟର୍‌ ମଞ୍ଜୁର: କେନ୍ଦ୍ରର ଅନୁମୋଦନ, ୨୪,୭୦୦ କୋଟିର ନିବେଶ

Sep 01, 2026 - 06:29
Kendrapara shipbuilding cluster: କେନ୍ଦ୍ରାପଡ଼ା ଜାହାଜ ନିର୍ମାଣ କ୍ଲଷ୍ଟର୍‌ ମଞ୍ଜୁର: କେନ୍ଦ୍ରର ଅନୁମୋଦନ, ୨୪,୭୦୦ କୋଟିର ନିବେଶ

"ଜଗତସିଂହପୁର/ଭୁବନେଶ୍ବର: କେନ୍ଦ୍ରାପଡ଼ାରେ ନିର୍ମାଣ ହେବାକୁ ଥିବା ଜାହାଜ ନିର୍ମାଣ କ୍ଲଷ୍ଟର୍‌ ପ୍ରକଳ୍ପକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ମଞ୍ଜୁର କରିଛି।

ଏହି ପ୍ରକଳ୍ପକୁ "ଦି ନ୍ୟାସନାଲ୍‌ ସିପ୍‌ବିଲ୍‌ଡିଂ ଆଣ୍ଡ୍‌ ହେଭି ଇଣ୍ଡଷ୍ଟ୍ରିଜ୍‌ ପାର୍କ ଓଡ଼ିଶା ଲିମିଟେଡ୍‌" ନାମକ ସଂସ୍ଥା ବିକାଶ କରିବ।

ଏଥିରେ ୨୪,୭୦୦ କୋଟି ଟଙ୍କା ନିବେଶ ହେବ।

ଏଥିପାଇଁ ଗତ ଜୁଲାଇ ୩୦ରେ କମ୍ପାନି କେନ୍ଦ୍ରର ଅନୁମୋଦନ ପାଇଁ ଆବେଦନ କରିଥିଲା।

ପାରାଦୀପରେ ଥିବା ଇଫ୍‌କୋ କାରଖାନାର ଅପର ପାର୍ଶ୍ବରେ ମହାନଦୀ କୂଳରେ ଏହି ପ୍ରକଳ୍ପ ହେବାକୁ ଯାଉଛି।

ସେହି ସ୍ଥାନରେ ଜାହାଜ ନିର୍ମାଣ, ମରାମତି ଓ ତତ୍‌ ସଂକ୍ରାନ୍ତୀୟ ଭାରି ଶିଳ୍ପଗୁଡ଼ିକ ରହିବ।

ଓଡ଼ିଶା ମାରିଟାଇମ୍‌ ବୋର୍ଡ ଓ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ ଗଠନ କରାଯାଇଥିବା ସ୍ପେସିଆଲ୍‌ ପରପସ୍‌ ଭେଇକିଲ୍‌ ଏହି ପ୍ରକଳ୍ପ ବିକାଶ କରିବ।

Advertisment Droupadi Murmu: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ଗଞ୍ଜାମର ୯୧ ଜଣ କଳାକାର ଜାତୀୟ ଜାହାଜ ନିର୍ମାଣ ମିସନର ଜାହାଜ ନିର୍ମାଣ ପାଇଁ ଗଠିତ ଆନ୍ତଃ-ମନ୍ତ୍ରୀ ଗୋଷ୍ଠୀର ଷଷ୍ଠ ବୈଠକର ସୁପାରିସ ଆଧାରରେ କେନ୍ଦ୍ରାପଡ଼ା ଜାହାଜ ନିର୍ମାଣ କ୍ଲଷ୍ଟରକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି।

ପ୍ରାରମ୍ଭିକ ଯୋଜନା ଅନୁସାରେ ଏହି ପ୍ରକଳ୍ପରେ ବାର୍ଷିକ ୧.୨ ନିୟୁତ ଗ୍ରସ୍‌ ଟନ୍‌ର ଜାହାଜ ନିର୍ମାଣ କ୍ଷମତା ପାଇଁ ଏକ କିମ୍ବା ଏକାଧିକ ବୃହତ୍‌ ସିପ୍‌ୟାର୍ଡ ରହିବ।

୨୦୦୦-୨୫୦୦ ଏକରର ଜମି ଅଞ୍ଚଳ ଓ ଦୁଇରୁ ଅଢ଼େଇ କିମି ବିଶିଷ୍ଟ ଏକ ଉତ୍ସର୍ଗୀକୃତ ନଦୀସମ୍ମୁଖ ଅଞ୍ଚଳ ରହିବ।

ପ୍ରସ୍ତାବିତ କ୍ଲଷ୍ଟର୍‌ରେ ଇଞ୍ଜିନି ନିର୍ମାଣ, ଇସ୍ପାତ ଫେବ୍ରିକେସନ ଓ ମେରାଇନ ଉପକରଣ ଯୋଗାଣକାରୀ, ତାଲିମ କେନ୍ଦ୍ର ଏବଂ ଗବେଷଣା ଓ ବିକାଶ କେନ୍ଦ୍ର ଭଳି ସୁବିଧା ରହିବ।

Climate change: ବିଧାୟକ ସନାତନ ବିଜୁଳିଙ୍କ ଉପସ୍ଥିତିରେ ୫୦୦ରୁ ଊର୍ଦ୍ଧ୍ୱ ଚାରା ରୋପଣ ଓ ବଣ୍ଟନ ଏ ସମ୍ପର୍କରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଅଧ୍ୟକ୍ଷ ପି.

ଏଲ୍.

ହରନାଧ କହିଛନ୍ତି, ଏହି ନୀତିଗତ ନିଷ୍ପତ୍ତି ଅନୁମୋଦନ ଓଡ଼ିଶାର ସାମୁଦ୍ରିକ ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ।

କେନ୍ଦ୍ରାପଡ଼ାରେ ପ୍ରସ୍ତାବିତ ଜାହାଜ ନିର୍ମାଣ ଓ ଭାରୀ ଶିଳ୍ପ ପାର୍କ ଜାହାଜ ନିର୍ମାଣ କ୍ଷମତାକୁ ସୁଦୃଢ଼ କରିବା, ପୁଞ୍ଜିନିବେଶକୁ ଆକୃଷ୍ଟ କରିବା, ରୋଜଗାର ସୁଯୋଗ ସୃଷ୍ଟି କରିବା ଏବଂ ଆନୁସଙ୍ଗିକ ଶିଳ୍ପର ବିକାଶକୁ ପ୍ରୋତ୍ସାହିତ କରିବାର ବ୍ୟାପକ ସମ୍ଭାବନା ରଖେ।

ପରବର୍ତ୍ତୀ ପର୍ଯ୍ୟାୟରେ ଏନଏସଏଚଆଇପିଓଏଲ ପକ୍ଷରୁ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରାଯିବ।

ଏଥିରେ ପ୍ରସ୍ତାବିତ ଜାହାଜ ନିର୍ମାଣ କେନ୍ଦ୍ରର ଭିତ୍ତିଭୂମି, ଜାହାଜର ବିବରଣୀ, ପୁଞ୍ଜି ବ୍ୟୟ, ଡ୍ରେଜିଂ ଓ ବ୍ରେକ୍‌ୱାଟର ଆବଶ୍ୟକତା ଓ ଆର୍ଥିକ ମଡେଲ୍ ଆଦି ସାମିଲ ହେବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)