Organ Donation Festival: ସମ୍ମମ୍‌ ପକ୍ଷରୁ ‘ଅଂଗଦାନ ମହୋତ୍ସବ’: ଅଙ୍ଗ ଅଭାବରୁ ଦୈନିକ ୨୦ ଜଣଙ୍କ ମୃତ୍ୟୁ

Sep 01, 2026 - 06:29
Organ Donation Festival: ସମ୍ମମ୍‌ ପକ୍ଷରୁ ‘ଅଂଗଦାନ ମହୋତ୍ସବ’: ଅଙ୍ଗ ଅଭାବରୁ ଦୈନିକ ୨୦ ଜଣଙ୍କ ମୃତ୍ୟୁ

"ଭୁବନେଶ୍ୱର: ପ୍ରତିରୋପଣ ନିମନ୍ତେ ଆବଶ୍ୟକ ସଂଖ୍ୟକ ଅଙ୍ଗର ଘୋର ଅଭାବ ଯୋଗୁ ଭାରତରେ ପ୍ରତିଦିନ ହାରାହାରି ୨୦ଜଣ ରୋଗୀଙ୍କ ମୃତ୍ୟୁ ଘଟୁଛି।

ଅଙ୍ଗଦାନର ଗୁରୁତ୍ବ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ବର୍ତ୍ତମାନ ସମୟର ବଡ଼ ଆହ୍ୱାନ ବୋଲି ଓଡ଼ିଶା ଷ୍ଟେଟ୍‌ ଅର୍ଗାନ୍‌ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଣ୍ଟ୍‌ ଅର୍ଗାନାଇଜେସନ୍‌ (ସୋଟୋ)ର ଯୁଗ୍ମ ନିର୍ଦ୍ଦେଶକ ବିଭୂତି ଭୂଷଣ ନାୟକ କହିଛନ୍ତି।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିସରରେ ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ଆୟୋଜିତ "ଅଂଗଦାନ ମହୋତ୍ସବ"ରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଡାକ୍ତର ନାୟକ କହିଛନ୍ତି ଯେ ଅଂଗଦାନ ଦ୍ୱାରା ଅନେକ ଜୀବନ ବଞ୍ଚାଇ ହେବ।

ଏନେଇ ଲୋକଙ୍କ ନିକଟରେ ଠିକ୍ ସୂଚନା ଓ ସଚେତନତା ପହଞ୍ଚାଇବା ଅତ୍ୟନ୍ତ ଆବଶ୍ୟକ।

ମଲ୍‌ଟି-ସୁପରସ୍ପେସିଆଲିଟି ଓ କ୍ୱାଟର୍ନାରୀ କେୟାର ହସ୍ପିଟାଲ୍ ସମ୍ମମ୍‌ ପକ୍ଷରୁ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ସୋଆର ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

Advertisment Droupadi Murmu: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ଗଞ୍ଜାମର ୯୧ ଜଣ କଳାକାର ସମ୍ମମ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡା.

ଶ୍ୱେତପଦ୍ମା ଦାଶ  ଅଂଗଦାନ ନେଇ ସାମୂହିକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ହସ୍ପିଟାଲ୍ ପକ୍ଷରୁ ୨୦୨୩ ମସିହାରୁ "ଅଂଗଦାନ ମହୋତ୍ସବ" ପାଳନ କରାଯାଉଛି।

ଅଂଗପ୍ରଦାନକାରୀଙ୍କ ସଂଖ୍ୟା ବୃଦ୍ଧି ଦିଗରେ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଗୁରୁତ୍ବାରୋପ କରିଥିଲେ।

ମୁଖ୍ୟବକ୍ତା ମଲ୍‌ଟି ଅର୍ଗାନ୍‌ ଟ୍ରାନ୍ସପ୍ଲାଣ୍ଟେସନ୍‌ ଆଣ୍ଡ ହ୍ୟୁମାନ୍‌ ଆଣ୍ଡ ଏଜୁକେସନାଲ୍‌ ରିସର୍ଚ୍ଚ (ମଦର୍‌)ର ପ୍ରତିଷ୍ଠାତା ତ୍ରୈଲୋକ୍ୟନାଥ ପଣ୍ଡା ମେଡିକାଲ୍ କଲେଜଗୁଡ଼ିକୁ ଶରୀର ଦାନ ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ କହିଥିଲେ।

ସମ୍ମମ୍‌ର କ୍ରିଟିକାଲ୍ କେୟାର ବିଭାଗର ମୁଖ୍ୟ ଡାକ୍ତର ବାନାମ୍ବର ରାୟ, ମେଡିକାଲ୍‌ ସର୍ଭିସେସ୍‌ ମୁଖ୍ୟ ବ୍ରିଗେଡିୟର ଡା.

ବିରାଜ ମୋହନ ମିଶ୍ର ଅଙ୍ଗଦାନର ଆବଶ୍ୟକତା ସମ୍ପର୍କରେ କହିଥିଲେ।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକ ନିଜ ବାର୍ତ୍ତାରେ କହିଥିଲେ ଯେ ଜୀବନ ପରେ ମଧ୍ୟ ଜୀବନ ଦେବାର ଏକ ମହାନ ଉପହାର।

ସୋଆ ହସ୍ପିଟାଲ୍, ଏପରି ଏକ ସଂସ୍କୃତି ଗଢ଼ି ତୋଳିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ।

ଶେଷ ପର୍ଯ୍ୟାୟରେ ଅଙ୍ଗଦାନ ସମ୍ପର୍କିତ ସଚେତନତାମୂଳକ ନାଟକ ମଞ୍ଚସ୍ଥ ହୋଇଥିଲା।

Horoscope 2026 September 01: ଜାଣନ୍ତୁ ଆଜିର ରାଶିଫଳ..."

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)