Karnataka Protest: କର୍ଣ୍ଣାଟକ ବନ୍ଦ: ତାମିଲନାଡ଼ୁ - କର୍ଣ୍ଣାଟକ ସୀମାରେ ଉତ୍ତେଜନା
"ବେଙ୍ଗାଲୁରୁ: କାବେରୀ ଜଳ ବଣ୍ଟନ ପ୍ରସଙ୍ଗରେ ଗୁରୁବାର କର୍ଣ୍ଣାଟକରେ ବନ୍ଦ ପାଳନର ମିଶ୍ର ପ୍ରଭାବ ଦେଖାଯାଇଛି।
ବନ୍ଦ ଯୋଗୁ ତାମିଲନାଡ଼ୁ -କର୍ଣ୍ଣାଟକ ସୀମାରେ ଉତ୍ତେଜନା ଦେଖାଯାଇଛି।
ବେଙ୍ଗାଲୁରୁରେ ବନ୍ଦକୁ ନେଇ ବିଶେଷ ପ୍ରଭାବ ଦେଖିବାକୁ ମିଳି ନାହିଁ।
ଅଧିକାଂଶ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଖୋଲା ରହିଥିଲା।
ହୋଟେଲ, ଭୋଜନାଳୟ, ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ ଓ ମଲ୍ ସ୍ୱାଭାବିକ ଭାବରେ ବ୍ୟବସାୟ କରୁଛନ୍ତି।Advertisment ଛୋଟ ଦୋକାନ, ହୋଟେଲ ଓ ବାଣିଜ୍ୟିକ ପ୍ରତିଷ୍ଠାନ ବନ୍ଦ ମେଟ୍ରୋ ରେଳ, କର୍ଣ୍ଣାଟକ ରାଜ୍ୟ ପରିବହନ ନିଗମ୍ ଓ ଘରୋଇ ବସ୍, କ୍ୟାବ୍ ଓ ଅଟୋ ମଧ୍ୟ ସ୍ୱାଭାବିକ ଭାବରେ ଚାଲୁଛି।
ଟୁମାକୁରୁ ଓ ରାମନଗରରେ ବନ୍ଦର କମ୍ ପ୍ରଭାବ ଦେଖାଯାଇଥିଲା।
ରାମନଗରରେ ଛୋଟ ଦୋକାନ, ହୋଟେଲ ଓ ବାଣିଜ୍ୟିକ ପ୍ରତିଷ୍ଠାନ ବନ୍ଦ ରହିଛି।
କିନ୍ତୁ ଟୁମାକୁରୁରେ ଜୀବନଯାତ୍ରା ସ୍ୱାଭାବିକ ରହିଛି।
ଭଟଲ ନାଗରାଜଙ୍କୁ ପ୍ରଥମେ ତାଙ୍କ ଘରେ ଅଟକ ରଖାଯାଇଥିଲା ଓ ପରେ ପୁଲିସ ତାଙ୍କୁ ଏକ ଗାଡ଼ିରେ ବସାଇ ଅଜଣା ସ୍ଥାନକୁ ନେଇଯାଇଥିଲା।କାବେରୀ ଜଳ ବଣ୍ଟନ ପ୍ରସଙ୍ଗରେ ଗୁରୁବାର ରାଜ୍ୟବ୍ୟାପୀ ବନ୍ଦ ମଧ୍ୟରେ ମାଣ୍ଡ୍ୟା ଜିଲ୍ଲା ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ମଦ ବିକ୍ରି ଉପରେ କଟକଣା ଜାରି କରିଛି।
ମାଣ୍ଡ୍ୟାରେ କନ୍ନଡ ଓ କୃଷକ ଗୋଷ୍ଠୀ ପ୍ରତିବାଦ କରି ରାଜ୍ୟ ସରକାରଙ୍କୁ କାବେରୀ ଜଳ ନ ଛାଡିବା ପାଇଁ ଚାପ ପକାଇଛନ୍ତି।
ମହୀଶୂର ବାର୍ ଆସୋସିଏସନ୍ ସଭାପତି ଏସ୍ ଲୋକେଶ ସୂଚନା ଦେଇଛନ୍ତି ଯେ, ପାଣି ଛାଡିବା ପାଇଁ ସିଡବ୍ଲ୍ୟୁଆର୍ସି ନିର୍ଦ୍ଦେଶକୁ ବିରୋଧ କରି ଓକିଲମାନେ ଆଜିର କୋର୍ଟ କାର୍ଯ୍ୟରେ ଯୋଗଦେବେ ନାହିଁ।
ଏହି ସମୟରେ ସହରରେ ଅନେକ ଚାଷୀ ଗୋଷ୍ଠୀ ପ୍ରତିବାଦ ଶୋଭାଯାତ୍ରା କରୁଛନ୍ତି।
ହାସନ, ଚିକ୍କାମାଗାଲୁରୁ, ଶିବମୋଗା, କୋଡାଗୁ ଓ ଚାମରାଜନଗର ଜିଲ୍ଲାରେ ମଧ୍ୟ ବନ୍ଦର ପ୍ରଭାବ ଦେଖାଯାଇ ନାହିଁ।
Air India: ଏୟାର ଇଣ୍ଡିଆକୁ ସରକାରଙ୍କ କଡ଼ା ଚେତାବନୀ: ବିମାନ ପରିଚାଳନା ଓ ସୁରକ୍ଷା ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ତାମିଲନାଡୁ ସରକାରଙ୍କ ଦ୍ୱାରା ଦୃଢ଼ ବିରୋଧ କରାଯାଉଥିବା ମେକେଡାଟୁ ନଦୀବନ୍ଧର ତୁରନ୍ତ ନିର୍ମାଣ ଦାବି କରି କନ୍ନଡ ସଂଗଠନର ସଦସ୍ୟମାନେ ଗୁରୁବାର ପ୍ରତିବାଦ କରିବା ପରେ ତାମିଲନାଡୁ-କର୍ଣ୍ଣାଟକ ସୀମାରେ ଉତ୍ତେଜନା ଦେଖାଦେଇଥିଲା।
କନ୍ନଡ ଜାଗୃତି ବେଦିକେ ସଭାପତି ମଞ୍ଜୁନାଥ ଦେବଙ୍କ ନେତୃତ୍ୱରେ ପ୍ରଦର୍ଶନକାରୀମାନେ ସୀମାନ୍ତ ଜୁଜୁବାଡ଼ିରେ କର୍ଣ୍ଣାଟକ ପ୍ରବେଶ ସ୍ଥାନ ନିକଟରେ ଏକତ୍ରିତ ହୋଇଥିଲେ।
ଆନ୍ଦୋଳନ ତୀବ୍ର ହେବା ସହିତ, କର୍ଣ୍ଣାଟକ ଅଭିମୁଖେ ଯାଉଥିବା ସମସ୍ତ ବସ୍ ଓ ଯାନବାହନକୁ ତାମିଲନାଡୁ ପାର୍ଶ୍ୱରେ ଅଟକାଯାଇଥିଲା, ଯାହା ଫଳରେ ବେଙ୍ଗାଲୁରୁ ଓ ଅନ୍ୟାନ୍ୟ ସ୍ଥାନକୁ ଯାତ୍ରା କରୁଥିବା ଅନେକ ଯାତ୍ରୀ ଚାଲି ଚାଲି ଯିବା ଆସିବା କରିବାକୁ ବାଧ୍ୟ ହୋଇଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
