US Open: ୟୁଏସ୍ ଓପନ୍: ୪୬ ବର୍ଷୀୟା ଭେନସ୍ଙ୍କୁ ୱାଇଲ୍ଡ କାର୍ଡ
"ୱାସିଂଟନ୍: ଦୁଇ ଥର ୟୁଏସ୍ ଓପନ୍ ଏକକ ବିଜୟିନୀ ଭେନସ୍ ୱିଲିୟମ୍ସ ଚଳିତ ବର୍ଷ ପ୍ରତିଯୋଗିତା ଲାଗି ୱାଇଲ୍ଡ କାର୍ଡ ପ୍ରବେଶ ପାଇଛନ୍ତି।
୭ ଗ୍ରାଣ୍ଡ୍ ସ୍ଲାମ୍ ବିଜୟିନୀ ୪୬ ବର୍ଷୀୟା ୱିଲିୟମ୍ସ ଗତ ବର୍ଷ ଫ୍ଲସିଂମିଡୋଜ୍ରେ ଚେକ୍ଗଣରାଜ୍ୟର କାରୋଲିନା ମୁଚୋଭାଙ୍କଠୁ ପ୍ରଥମ ରାଉଣ୍ଡରେ ହାରି ବିଦାୟ ନେଇଥିଲେ।
ସେ ତାଙ୍କ ଭଉଣୀ ସେରେନା ସୋମବାର ୨୦୨୨ ପରେ ପ୍ରଥମ ଥର ଏକାଠି ମହିଳା ଯୁଗଳରେ ଖେଳିଥିଲେ ମଧ୍ୟ ସିନସିନାଟି ଓପନ୍ର ପ୍ରଥମ ରାଉଣ୍ଡରେ ହାରି ବିଦାୟ ନେଇଛନ୍ତି।Advertisment ୱାଇଲ୍ଡ କାର୍ଡ ପ୍ରବେଶ ଅନ୍ୟ ମହିଳା ଖେଳାଳି ଭାବେ ୨୦୧୮ ୟୁଏସ୍ ଓପନ୍ ବିଜୟିନୀ ସ୍ଲୋଆନେ ଷ୍ଟିଫେନ୍ସଙ୍କୁ ମଧ୍ୟ ୱାଇଲ୍ଡ କାର୍ଡ ପ୍ରବେଶ ମିଳିଛି।
୩୩ ବର୍ଷୀୟା ଷ୍ଟିଫେନ୍ସ ୨୦୨୫ରେ ପାଦ ଜନିତ ଆଘାତ ସମସ୍ୟା ପରେ କୋର୍ଟକୁ ଫେରିବେ।
ପୁରୁଷରେ ଫ୍ରାନ୍ସର ଗେଲ ମନ୍ଫିଲ୍ସଙ୍କୁ ୱାଇଲ୍ଡ କାର୍ଡ ମିଳିଛି।
ସେହିଭଳି ମନଫିଲ୍ସ ତାଙ୍କ ପତ୍ନୀ ଏଲିନା ସ୍ବିତୋଲିନା ଏକାଠି ମିଶ୍ରିତ ଯୁଗଳରେ ଖେଳିବାକୁ ମଧ୍ୟ ୱାଇଲ୍ଠ କାର୍ଡ ପାଇଛନ୍ତି।
Sergio Gor"s: ଜମ୍ମୁ-କାଶ୍ମୀରକୁ ସର୍ଗିଓ ଗୋର୍ଙ୍କ ଗସ୍ତ: ୱାସିଂଟନରେ ଆମ ସମସ୍ୟାର ସମାଧାନ ହେବନାହିଁ: ଓମାର୍ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
