The drinking water crisis: ପାନୀୟ ଜଳ ପାଇଁ ହାହାକାର, ବନ୍ୟାପାଣିରେ ବୁଡ଼ିଛି ଟ୍ୟାପ ଏବଂ ନଳକୂପ

Aug 19, 2026 - 14:11
The drinking water crisis: ପାନୀୟ ଜଳ ପାଇଁ ହାହାକାର, ବନ୍ୟାପାଣିରେ ବୁଡ଼ିଛି ଟ୍ୟାପ ଏବଂ ନଳକୂପ

"ଦଶରଥପୁର: ବନ୍ୟାଯନ୍ତ୍ରଣାକୁ ବଳି ଯାଇଛି ପାନୀୟ ଜଳସମସ୍ୟା।

ଏଭଳି ସମସ୍ୟା ଦେଖା ଦେଇଛି ବାରମ୍ବାର ଦଶରଥପୁରରେ ବନ୍ୟା ଆସିବା ପରେ ଲୋକେ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି।

ବୈତରଣୀ ନଦୀରେ ବାରମ୍ବାର ବନ୍ୟା ଆସିବା ପରେ ଦଶରଥପୁର ୨୧ ଦିନ ଅବସ୍ଥା ବିଗିଡି ଚାଲିଛି।

୧୯ ପଞ୍ଚାୟତର ଏକ ଲକ୍ଷ  ୭୫୭୨ ଲୋକ ଜଳ ବନ୍ଦୀ।

ଗାଁରେ ଲହଡି ମାରୁଛି ବନ୍ୟା ଜଳ।

ଗାଁରେ ଥିବା ସରକାରୀ ଏବଂ ବେସରକାରୀ ନଳକୂପ ସମ୍ପୂର୍ଣ ବନ୍ୟା ଜଳରେ ବୁଡି ଯାଇଛି।

ଏମିତିକି ବସୁଧା ଯୋଜନାରେ ଟ୍ୟାପ ଦ୍ୱାରା ମିଳୁଥିବା ପାଣି ମଧ୍ୟ ବନ୍ଦ।Advertisment  ଏଣୁ ଲୋକେ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି।

ମାତ୍ର ବ୍ଲକ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାଣି ଆବଶ୍ୟକତା ଠାରୁ କମ ପଡୁଥିବା ଅଭିଯୋଗ ହୋଇଛି।

ଗାଁ ରେ ଥିବା ଲୋକ ପେଟେ ପାଣିରେ ପଶି କିଏ ହାତରେ ଗଗରା, ବାଲ୍ଟି, ଡ୍ରମ ଧରି ଆସୁଥିବା ଦେଖାଯାଇଥିଲା।

ସେମାନଙ୍କ ସମସ୍ୟା ବିଷୟରେ କହି ପ୍ରଶାସନର ସହଯୋଗ ଲୋଡିଛନ୍ତି।

କାମରେ ଆସୁନି ଆଶ୍ରୟ ସ୍ଥଳୀ, ପାଣିରେ ବୁଡ଼ିଛି ଅସ୍ଥାୟୀ ଆଶ୍ରୟ ସ୍ଥଳୀ ବନ୍ୟା ଏବଂ ବାତ୍ୟା ପାଇଁ ନିର୍ମାଣ ହୋଇଥିବା ଆଶ୍ରୟ ସ୍ଥଳୀ କାର୍ଯ୍ୟରେ ଆସୁନି।

ଗତ ୪ ବର୍ଷ ହେବ ଆରମ୍ଭ ହୋଇଥିବା ବହୁମୁଖୀ ଆଶ୍ରୟ ସ୍ଥଳୀ ଅସମ୍ପୂର୍ଣ୍ଣ ହୋଇ ପଡି ରହିଥିବାରୁ କାର୍ଯ୍ୟରେ ଆସୁନି।

ଦଶରଥପୁର ବ୍ଲକ କୟାଁ ପଞ୍ଚାୟତ ଦୁବକଣ ଠାରେ ଆରଡି ବିଭାଗ ପକ୍ଷରୁ ପ୍ରାୟ ଅଢେଇ କୋଟି ଟଙ୍କାରେ ନିର୍ମାଣ କରାଯାଇଥିଲା।

ମାତ୍ର ବିଭାଗୀୟ ଅଧିକାରୀ ଏବଂ ଠିକାଦାର ଧନୁ ବୋଷଙ୍କ ଚରମ ଅବହେଳା ପାଇଁ ଏଯାବତ ସମ୍ପୂର୍ଣ୍ଣ ହୋଇନାହିଁ।

ବିଦ୍ୟୁତ, ପାଣି ସଂଯୋଗ ହୋଇନଥିବା ବେଳେ ରାସ୍ତା ବହୁତ ଖାଲୁଆ ହୋଇଥିବାରୁ ବନ୍ୟାରେ ବୁଡି ଯାଇଛି।

ନିକଟରେ ଥିବା ଅସ୍ଥାୟୀ ଆଶ୍ରୟ ସ୍ଥଳୀ ଅର୍ଥତ ସ୍କୁଲ, ମହାବିଦ୍ୟାଳୟ ମଧ୍ୟ ଜଳ ମଗ୍ନ ହୋଯାଇଛି।

ଫଳରେ ବନ୍ୟା ବିପନ୍ନମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

ଏଣୁ ହନ୍ତସନ୍ତ ହେବାକୁ ପଡୁଛି।

ଏଣୁ ସରକାରୀ ଅଧିକାରୀଙ୍କ ଅବହେଳା ପାଇଁ  ସରକାରଙ୍କ ଉଦ୍ଦେଶ୍ୟ ସଫଳ ହେଉନାହିଁ।

ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବୀ ହୋଇଛି।

Cattle Smuggling: ଦୁଇ ଗୋରୁ ଚାଲାଣ ଗାଡ଼ି ଧକ୍କା: ଡ୍ରାଇଭର ଆହତ ଅନ୍ୟ ୩ ଫେରାର, ୩୬ ‌ଗାଈ ଉଦ୍ଧାର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media