Dead Body Found: ବ୍ୟାଗରେ ମୃତଦେହ ଠାବ; ହତ୍ୟା ପରେ ଫୋପାଡ଼ିଥିବା ସନ୍ଦେହ
"ରାୟଗଡା: ରାୟଗଡା ସହର ଉପକଣ୍ଠ ଖଲିଗୁଡା ଗ୍ରାମ ନିକଟରେ ବନ୍ଦ ଥିବା ବ୍ୟାଗରେମୃତଦେହଠାବ ହୋଇଛି I ସୂଚନାରୁ ଜଣାପଡିଛି ଚାନ୍ଦିଲି ଥାନା ଅନ୍ତର୍ଗତ ଖଲିଗୁଡା ଗ୍ରାମ ନିକଟରେ ,ଆଜି ସକାଳୁ ଏକ କାର ସୋରୁମର ମ୍ୟାନେଜର ସୋରୁମ ଖୋଲିବା ସମୟରେ ଏହି ବ୍ୟାଗଟିକୁ ପଡିଥିବାର ଦେଖିଥିଲେ, ଏବଂ ସେଥିରୁ ଦୁର୍ଗନ୍ଧ ଆସୁଥିବା କରଣରୁ ତାଙ୍କୁ ସନ୍ଦେହ ହୋଇଥିଲା।
ପରେ ସେ ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ I ଏନେଇ ପୁଲିସକୁ ସୂଚନା ଦେବା ପରେ ଘଟଣା ସ୍ଥଳରେ ଚାନ୍ଦିଲି ପୁଲିସ ପହଞ୍ଚି ତଦନ୍ତଆରମ୍ଭ କରିଛି IAdvertisment ମୃତଦେହଟି ପୁରୁଷ କି ମହିଳାଙ୍କ ଜଣାପଡ଼ିନାହିଁ ପୁଲିସ ବନ୍ଦ ବ୍ୟାଗ ଖୋଲି ଦେଖିଲା ବେଳେ ସେଥିରେ ଏକ ମୃତଦେହ ରହିଥିବା ଦେଖିବାକୁ ପାଇଥିଲା I ମୃତ ଦେହଟି ପୁରୁଷ କି ମହିଳାଙ୍କ ଜଣାପଡ଼ିନାହିଁ I ଘଟଣା ସ୍ଥଳରେ ପୁଲିସର ସାଇଣ୍ଟିଫିକ ଦଳ ପହଞ୍ଚି ତଦନ୍ତ ଆରମ୍ଭ କରିଛି I ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟଖେଳି ଯାଇଛି I ରାୟଗଡା ଏସ ଡି ପି ଓ ଗୌରହରି ସାହୁ ଏବଂ ଅନ୍ୟ ପୁଲିସ ଅଧିକାରୀ ଉପସ୍ଥିତ ରହି ତଦନ୍ତ ଆରମ୍ଭ କରିଛନ୍ତି I କାହାର ମୃତଦେହ ଏବଂ ଏଠାକୁ କିପରି ଆସିଲା ସେ ନେଇ ତଦନ୍ତ ପରେ ଜଣାପଡିବ ବୋଲି ପୁଲିସ ସୂଚନା ଦେଇଛି I https://sambad.in/district/jajpur/fake-dfo-arrested-in-fraud-case-12047036 "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।