Dead body: ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର
"ରଣପୁର (ବିଶ୍ୱରଂଜନ ଆଚାର୍ଯ୍ୟ): ଶେଷ ରଜ ଅବସରରେ ନୟାଗଡ ଜିଲ୍ଲା ରଣପୁର ଥାନା ରାଜ ସୁନାଖଳା ଫାଣ୍ଡି ଅନ୍ତର୍ଗତ ଗଡ ବାଣିକିଲୋ ନୂଆସାହି ନିକଟ ରାସ୍ତାକଡ଼ରୁ ଅପରାହ୍ନ ୪ଟା ସମୟରେ ଏକ ଯୁବକର ଶବ ସନ୍ଦେହ ଜନକ ଅବସ୍ଥାରେ ଉଦ୍ଧାର ହୋଇଥିବା ଜଣାପଡ଼ିଛି।
ଯୁବକ ଜଣକ ହେଉଛନ୍ତି ଗଡ଼ବାଣୀକିଲ ନୂଆ ସାହିର ହରିବନ୍ଧୁ ମାର୍ଥାଙ୍କ ପୁଅ ବିଜୟ କୁମାର ମାର୍ଥା (୩୭)।
Advertisment ଖବର ଲେଖା ହେଲା ବେଳକୁ ଘଟଣା ସମ୍ପର୍କେ ଖବର ପାଇ ରଣପୁର ଥାନା ନିରୀକ୍ଷକ ଆଶିଷଦେବ ସାହୁ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ବୈଜ୍ଞାନିକ ଦଳ ସହାୟତା ପାଇଁ ଡକାଇଥିବା ଜଣା ପଡିଛି।
ହତ୍ୟା ସନ୍ଦେହରେ ମୃତକ ବିଜୟଙ୍କ ବାପା ହରିବନ୍ଧୁଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଥିବା ଜଣାପଡିଛି।
ଆହୁରି ପଢ଼ନ୍ତୁ: Dead Body: ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ମୃତକ ବିଜୟଙ୍କ ସାନଭାଇ ଅଜୟ ମାର୍ଥା (୩୧)ଫେରାର ଥିବା ଜଣା ପଡ଼ିଛି।
ମୃତକଙ୍କ ପତ୍ନୀ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।
ଘଟଣାରୁ ପ୍ରକାଶ ମୃତକ ବିଜୟ ନ ବର୍ଷ ହେବ ବଳଭଦ୍ରପୁର ଗ୍ରାମ ପଞ୍ଚାୟତ ନନ୍ଦପୁରରେ ବିବାହ କରିଥିଲେ।
ତାଙ୍କର ଆଠ ବର୍ଷର ଏକ ପୁତ୍ର ସନ୍ତାନ ଅଛି।
ପ୍ରେମ ବିବାହ ପାଇଁ ପାରିବାରିକ ଅଶାନ୍ତି ଯୋଗୁଁ ସ୍ତ୍ରୀ ଓ ପୁଅ ନନ୍ଦପୁର ଶଶୁର ଘରେ ରହୁଥିବା ବେଳେ ବିଜୟ ଗଡ଼ ବାଣିକିଲୋରେ ଏକ ଭଡ଼ା ଘରେ ରହୁଥିଲେ।
ଅଧିକାଂଶ ସମୟ କେରଳରେ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଯାଇଥାନ୍ତି।
ସକାଳୁ ରଣପୁର ବୁଲାବୁଲି ପରେ ନିଜ ଘରକୁ ଯାଇଥିଲେ।
ଅପରାହ୍ନ ୪ଟା ସମୟରେ ବିଜୟଙ୍କ ଶବ ଘର ନିକଟ ରାସ୍ତା କଡରେ ଦେଖିବାକୁ ମିଳିଥିଲା।
ଏହା ଏକ ପାରିବାରିକ କଳହ ରୁ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି।
ପୁଲିସ ତଦନ୍ତ ଜାରି ରଖିଛି।
ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।
"