Jharpada and Laxmisagar: ଝାରପଡ଼ା, ଲକ୍ଷ୍ମୀସାଗରରେ ହେବ ଐତିହ୍ୟ ତୋରଣ: ୭୪.୪୬ ଲକ୍ଷ ଖର୍ଚ୍ଚ, ୬ ମାସରେ ସରିବ

Nov 19, 2026 - 05:19
Jharpada and Laxmisagar: ଝାରପଡ଼ା, ଲକ୍ଷ୍ମୀସାଗରରେ ହେବ ଐତିହ୍ୟ ତୋରଣ: ୭୪.୪୬ ଲକ୍ଷ ଖର୍ଚ୍ଚ, ୬ ମାସରେ ସରିବ

ଭୁବନେଶ୍ବର: ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଝାରପଡ଼ା ଓ ଲକ୍ଷ୍ମୀସାଗର ଗ୍ରାମର ପ୍ରବେଶପଥରେ ଦୁଇଟି ଐତିହ୍ୟ ତୋରଣ ନିର୍ମାଣ ହେବ।

ଝାରପଡ଼ା ତୋରଣ ନିର୍ମାଣରେ ୩୮.୮୪ଲକ୍ଷ ଟଙ୍କା ଓ ଲକ୍ଷ୍ମୀସାଗର ତୋରଣ ନିର୍ମାଣରେ ୩୫.୬୨ଲକ୍ଷ ଟଙ୍କା ଖର୍ଚ୍ଚ ହେବ।

ଓଟିଡିସି ଏହି ଅର୍ଥ ଖର୍ଚ୍ଚ କରିବ ଏବଂ ୬ ମାସ ଭିତରେ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଏହି ଦୁଇ ପ୍ରକଳ୍ପର ଆଜି ଭିତ୍ତିପ୍ରସ୍ତର ପଡ଼ିଛି।

ଆଜି ସଂଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ସମେତ ଝାରପଡ଼ା ଓ ଲକ୍ଷ୍ମୀସାଗର ଗ୍ରାମର ଲୋକେ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମ ପରେ ପାଣିଟାଙ୍କି ରୋଡ୍‌ ନିକଟରେ ମିସନ ଶକ୍ତି ପକ୍ଷରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଯୋଗ ଦେଇଥିଲେ।

Advertisment Dead: ଅଖିଳେଶଙ୍କ ସ୍ୱାଗତ ପାଇଁ ଆସିଥିବା ଜେସିବି ଧକ୍କାରେ ବିଜେପି ନେତାଙ୍କ ପୁଅ ମୃତ ଲକ୍ଷ୍ମସାଗର ତୋରଣର ୩ଥର ଭିତ୍ତିପ୍ରସ୍ତର, ସାଂସଦ, ବିଧାୟକ, ମେୟରଙ୍କୁ ଡାକିଲେନି ଏଥରକୁ ମିଶାଇ ତିନି ଥର ଲକ୍ଷ୍ମୀସାଗର ଐତିହ୍ୟ ତୋରଣର ଭିତ୍ତିପ୍ରସ୍ତର ପଡ଼ିଲାଣି।

ଏଣୁ ଏହାକୁ ନେଇ ଆଜି ରାଜଧାନୀ ରାଜନୀତି ସରଗରମ ହୋଇଛି।

ଏହା କେବଳ ଫଳକ ରାଜନୀତି ବୋଲି ଚର୍ଚ୍ଚା ଚାଲିଛି।

ବଡ଼ କଥା ହେଉଛି ଏହି କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ଅନନ୍ତ ନାରାୟଣ ଜେନା ଓ ମେୟର ସୁଲୋଚନା ଦାସଙ୍କୁ ଦେଖିବାକୁ ମିଳିନି।

ଫଳକରେ ବି ଏମାନଙ୍କ ନାମ ‌ଉଲ୍ଲେଖ କରାଯାଇନି।

ଫଳକରେ କେବଳ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଓ ସ୍ଥାନୀୟ କର୍ପୋରଟେରଙ୍କ ନାମ ଉଲ୍ଲେଖ କରାଯାଇଛି।

ତେଣୁ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର୍‌ ଧରିଛି।

୨୦୧୮ ମସିହାରେ ବଡ଼ଗଡ଼ ଓ ଲକ୍ଷ୍ମୀସାଗର ପ୍ରବେଶପଥରେ ଦୁଇଟି ଐତିହ୍ୟ ନିର୍ମାଣ କରିବାକୁ ଓଟିଡିସି ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଥିଲା।

ଦୁଇ ପ୍ରକଳ୍ପ ପାଇଁ ପ୍ରାୟ ୪୭ ଲକ୍ଷ ଟଙ୍କାର ଟେଣ୍ଡର ଚୂଡ଼ାନ୍ତ ହୋଇଥିଲା।

୨୦୧୮ ନଭେମ୍ବର ୯ରେ ତତ୍କାଳୀନ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ମଧ୍ୟ ବିଧାୟକ ବିଜୟ ମହାନ୍ତି, ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

କିନ୍ତୁ ବଡ଼ଗଡ଼ ଐତିହ୍ୟ ତୋରଣ ୨୦୨୧ ମସିହାରେ ହୋଇ ସାରିଥିଲେ ହେଁ ଲକ୍ଷ୍ମୀସାଗର ଐତିହ୍ୟ ତୋରଣ କାମ ଆରମ୍ଭ ହେଲାନି।

ପରେ ପୁରୁଣା ଟେଣ୍ଡର କୁ ବାତିଲ କରି ପୁଣି ଥରେ ୨୦୨୨ ନଭେମ୍ବର ୧ରେ ଠିକାସଂସ୍ଥା ଏସ୍‌ଏସ୍‌ ଟ୍ରେଡର୍ସ ଆଣ୍ଡ୍‌ କନ୍‌ଷ୍ଟ୍ରକ୍‌ସନ୍‌କୁ ୨୯ଲକ୍ଷ ଟଙ୍କା ଅନୁଦାନରେ କାର୍ଯ୍ୟାଦେଶ ମିଳିଲା।

୨୦୨୪ ମେ ମାସରେ ପୁଣିଥରେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ ପ୍ରମୁଖଙ୍କ ଉପସ୍ଥିତିରେ ଶିଳାନ୍ୟାସ ହୋଇଥିଲା।

Cyclone: ସମ୍ଭାବ୍ୟ ବାତ୍ୟା-ବର୍ଷା ଭୟ, ଧାନ କାଟିବାକୁ ଚାଷୀ ତରତର; ମିଳୁନାହାନ୍ତି କୃଷି ଶ୍ରମିକ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)