Bakul Foundation: ବକୁଳ ଫାଉଣ୍ଡେସନ ପକ୍ଷରୁ ହ୍ୟୁମାନ୍‌ ଲାଇବ୍ରେରି: ଅନୁଭୂତିସଂପନ୍ନ ମଣିଷ ହିଁ ଜୀବନ୍ତ ପୁସ୍ତକ

Nov 19, 2026 - 05:19
Bakul Foundation: ବକୁଳ ଫାଉଣ୍ଡେସନ ପକ୍ଷରୁ ହ୍ୟୁମାନ୍‌ ଲାଇବ୍ରେରି: ଅନୁଭୂତିସଂପନ୍ନ ମଣିଷ ହିଁ ଜୀବନ୍ତ ପୁସ୍ତକ

ଭୁବନେଶ୍ୱର: ଅନୁଭୂତିସଂପନ୍ନ ମଣିଷ ହିଁ ଗୋଟିଏ ଜୀବନ୍ତ ପୁସ୍ତକ।

ତାଙ୍କ ଜୀବନର ଅନୁଭୂତି, ସଂଘର୍ଷ, ସଫଳତା ଓ ଚିନ୍ତାଧାରାକୁ ଅତି ନିକଟରୁ ଜାଣିବା ପାଇଁ 'ହ୍ୟୁମାନ ଲାଇବ୍ରେରି' ହିଁ ନିଆରା ସୁଯୋଗ ଦେଇଥାଏ।

ବକୁଳ ଫାଉଣ୍ଡେସନ ପକ୍ଷରୁ ଆଜି ଅପରାହ୍ଣରେ ସତ୍ୟନଗରସ୍ଥିତ କାଫେ-୧୬ରେ ଏହି ଅଭିନବ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ସୁଜିତ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଜୀବନ୍ତ ପୁସ୍ତକ ଭାବେ ଯୋଗ ଦେଇଥିଲେ।

ପାଠକମାନେ ସେମାନଙ୍କ ସହ ସିଧାସଳଖ ଆଲୋଚନା କରି ଜୀବନର ଅନୁଭୂତି, ସଂଘର୍ଷ ଓ ଅନେକ ଅଜଣା କାହାଣୀ ସମ୍ପର୍କରେ ଜାଣିବାର ସୁଯୋଗ ପାଇଥିଲେ।

Advertisment Editorial: ଅତୀତର ଭୂତ କାର୍ଯ୍ୟକ୍ରମରେ ବାରବାଟୀ- କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ, 'ସମ୍ବାଦ' ଓ 'କନକ ନ୍ୟୁଜ୍‌'ର ସମ୍ପାଦିକା ତନୟା ପଟ୍ଟନାୟକ, ଫ୍ୟାସନ୍ ଡିଜାଇନର୍ ସବ୍ୟସାଚୀ ଶତପଥୀ, ମନସ୍ତତ୍ତ୍ୱବିତ୍ ଡା.

ଅମୃତ ପଟ୍ଟଯୋଶୀ, ସେଫ୍ ରଚିତ କୀର୍ତ୍ତିମାନ, ସଙ୍ଗୀତଜ୍ଞ ସୌମ୍ୟ ବିଶ୍ୱଜିତ୍, ହାସ୍ୟ ଅଭିନେତା ରିତେନ୍ ପଟ୍ଟନାୟକ, ଡା.

ଆଭା ମିଶ୍ର, ସାମାଜିକ କର୍ମୀ ସିଦ୍ଧାର୍ଥ କର ଓ ଆଇନଜୀବୀ ଦୀପ୍‌ଶା ଧଳ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ 'ସମ୍ବାଦ' ଓ 'କନକ ନ୍ୟୁଜ୍‌'ର ସମ୍ପାଦିକା ଶ୍ରୀମତୀ ପଟ୍ଟନାୟକ ଏହାକୁ ଏକ ଭିନ୍ନ ଧରଣର କାର୍ଯ୍ୟକ୍ରମ ବୋଲି ଅଭିହିତ କରିବା ସହ ଏଭଳି ଉଦ୍ୟମ ବିଭିନ୍ନ କାର୍ଯ୍ୟାଳୟ ଓ ଅନୁଷ୍ଠାନରେ ମଧ୍ୟ ଆୟୋଜନ କରାଯିବା ଆବଶ୍ୟକ ବୋଲି କହିଥିଲେ।

ସେହିପରି ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଥିଲେ ଯେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ସହ ନିଜ ଜୀବନ ଓ ଅନୁଭୂତି ବାବଦରେ ଆଲୋଚନା କରିବାର ଏକ ଭିନ୍ନ ସୁଯୋଗ ମିଳିଲା।

ଏହାଦ୍ୱାରା ନୂଆ ନୂଆ ଦୃଷ୍ଟିକୋଣକୁ ଜାଣିବାର ସୁଯୋଗ ମିଳିଲା।

Cyclone: ସମ୍ଭାବ୍ୟ ବାତ୍ୟା-ବର୍ଷା ଭୟ, ଧାନ କାଟିବାକୁ ଚାଷୀ ତରତର; ମିଳୁନାହାନ୍ତି କୃଷି ଶ୍ରମିକ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)