2 cyber fraudsters: ବଲାଙ୍ଗୀରରୁ ବନ୍ଧାହେଲେ ୨ ସାଇବର ଠକ

Jun 16, 2026 - 09:10
2 cyber fraudsters: ବଲାଙ୍ଗୀରରୁ ବନ୍ଧାହେଲେ ୨ ସାଇବର ଠକ

"ଭୁବନେଶ୍ୱର: ଜାଲ୍‌ ଟ୍ରାଫିକ୍ ଚାଲାଣ ଲିଙ୍କ୍‌ ପଠାଇ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୭ ଲକ୍ଷ ଟଙ୍କା ଉଡ଼ାଇ ନେଇଥିବା ୨ ସାଇବର ଠକଙ୍କୁ ଭୁବନେଶ୍ୱର ସାଇବର ଥାନା ପୁଲିସ ଗିରଫ କରିଛି।

ସେମାନେ ହେଲେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ର ଆୟୁଷ ପାଣ୍ଡେ(୨୩) ଓ ତୁଷୁରା ଥାନା ନୂଆପଡ଼ା ଗ୍ରାମର ହରେକୃଷ୍ଣ କୁଅଁର(୨୩)।

୨୦୨୫ ନଭେମ୍ବର ୧୬ ତାରିଖ ଦିନ ନୟାପଲ୍ଲୀ ଥାନା ଆଇଆର୍‌ସି ଭିଲେଜ୍ ଅଞ୍ଚଳର ଶଙ୍କର ଭକ୍ତଙ୍କ ହ୍ୱାଟସ୍‌ଆପ୍‌କୁ ଏକ ଟ୍ରାଫିକ୍‌ ମେସେଜ୍‌ ଆସିଥିଲା।

ତାଙ୍କର ଚାଲାଣ କଟିଛି ବୋଲି ମେସେଜ୍‌ ଆସିଥିଲା।Advertisment Jamila: ଜମିଲା ରଜ ସଂକ୍ରାନ୍ତି, ଆଜି ‌ଶେଷ ରଜ Terminal: ପିଠାରେ ମହକିଲା ଟର୍ମିନାଲ୍‌  ଚାଲାଣ ସମ୍ବନ୍ଧୀୟ ତଥ୍ୟ ଯାଞ୍ଚ କରିବା ପାଇଁ ଏକ ଲିଙ୍କ୍‌ ଦିଆଯାଇଛି ବୋଲି ମେସେଜ୍‌ରେ ଉଲ୍ଲେଖ ଥିଲା।

ପ୍ରଥମେ ଶଙ୍କର ଅବିଶ୍ବାସ କରିଥିଲେ ହେଁ ବେଳେବେଳେ ଟ୍ରାଫିକ୍‌ ପୁଲିସ ଭୁଲ୍‌ରେ ଚାଲାଣ କାଟୁଥିବାରୁ ଭୟ କରିଯାଇଥିଲେ ଏବଂ ଲିଙ୍କ୍‌ରେ କ୍ଲିକ୍ କରି ଏକ ଆପ୍ଲିକେସନ୍ ଡାଉନ୍‌ଲୋଡ୍ କରିଥିଲେ।

ଏହାପରେ ହଠାତ୍‌ ତାଙ୍କ ମୋବାଇଲ୍‌ ବନ୍ଦ ହୋଇଯାଇଥିଲା।

କିଛି ସମୟ ପରେ ମୋବାଇଲ୍‌ ଖୋଲିବା ବେଳକୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୭ଲକ୍ଷ ଟଙ୍କା କଟିଯାଇଥିବା ମେସେଜ୍‌ ପାଇଲେ।

ସାଇବର ଠକେଇର ଶିକାର ହୋଇଥିବା ନିଶ୍ଚିତ ହୋଇ ସେ ତୁରନ୍ତ ସାଇବର ଥାନାରେ ଅଭିଯୋଗ କରିଥିଲେ।

ସେବେଠୁ ସାଇବର ଥାନା ପୁଲିସ ତଦନ୍ତ ଚଳାଇଥିଲା।

ଗତକାଲି ରାତିରେ ପୁଲିସ ଉଭୟଙ୍କୁ ଗିରଫ କରିଥିଲା ଏବଂ ଆଜି କୋର୍ଟ ଚାଲାଣ କରାଯାଇଛି।"