Jail: ସୁପ୍ରିମକୋର୍ଟରେ ଆଜମ ଖାନ୍‌ କହିଲେ ମୁଁ ଜେଲ୍‌ରେ ମରିଯିବି : ଶୁଣାଣି ପାଇଁ କୋର୍ଟ ମନାକଲେ

Nov 05, 2026 - 21:12
Jail: ସୁପ୍ରିମକୋର୍ଟରେ ଆଜମ ଖାନ୍‌ କହିଲେ ମୁଁ ଜେଲ୍‌ରେ ମରିଯିବି : ଶୁଣାଣି ପାଇଁ କୋର୍ଟ ମନାକଲେ

ନୂଆଦିଲ୍ଲଊୀ: ବରିଷ୍ଠ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌ଙ୍କୁ ଆଜି ସୁପ୍ରିମକୋର୍ଟରେ ଶକ୍ତ ଝଟ୍‌କା ଲାଗିଛି।

ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଦ୍ବାରା ଗିରଫକୁ ଚ୍ୟାଲେଞ୍ଜ କରି ଆଜମ ଖାନ୍‌ ସୁପ୍ରିମକୋର୍ଟରେ କରିଥିବା ଏକ ଆବେଦନର ଶୁଣାଣି କରିବାକୁ କୋର୍ଟ ମନା କରିଦେଇଛନ୍ତି।

ଆଜମଙ୍କ ଆବେଦନ ଆହ୍ଲାବାଦ ହାଇକୋର୍ଟକୁ ସ୍ଥାନାନ୍ତର କରିବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment ଆହୁରି ପଢନ୍ତୁ : Melania Trump: ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପଙ୍କୁ ୟୁକ୍ରେନ୍‌ର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍‌ ଜୟମାଲ୍ୟ ବାଗ୍‌ଚୀଙ୍କ ଖଣ୍ଡପୀଠରେ ଆଜି ଆଜମ ଖାନ୍‌ଙ୍କ ଆବେଦନ ଉପରେ ଶୁଣାଣି ଥିଲା।

କିନ୍ତୁ କୋର୍ଟ ଆଜମଙ୍କ ଆବେଦନର ଶୁଣାଣି ନକରି ଏହାକୁ ୨ ଦିନ ମଧ୍ୟରେ ଆହ୍ଲାବାଦ ହାଇକୋର୍ଟକୁ ପଠାଇ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହ ଆଜମ ଖାନ୍‌ଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ନଭେମ୍ବର ୧୬ ତାରିଖରେ ଅନ୍ତରୀଣ ଆଦେଶ ଦେବାପାଇଁ ଖଣ୍ଡପୀଠ କହିଛନ୍ତି।

କୋର୍ଟ କହିଛନ୍ତି, ଆଜମଙ୍କ ଆବେଦନ ର ଶୁଣାଣି ପାଇଁ ଆହ୍ଲାବାଦ ହାଇକୋର୍ଟ ହେଉଛି ଉପଯୁକ୍ତ ସ୍ଥାନ।

ଆହୁରି ପଢନ୍ତୁ : ଇରାନ ଯୁଦ୍ଧକୁ ମଧ୍ୟବର୍ତ୍ତୀ ନିର୍ବାଚନ ପରାଜୟର କାରଣ ଦର୍ଶାଇ ହେଗ୍‌ସେଥ୍‌ଙ୍କୁ ଘେରିଲେ ରିପବ୍ଲିକାନ୍‌ ନେତା ବରିଷ୍ଠ ଆଇନଜୀବୀ କପିଲ ସିବଲ ଏହି ମାମଲାରେ ଆଜମ ଖାନ୍‌ଙ୍କ ପକ୍ଷ ରଖିଥିଲେ।

ଆଜମ କହିଥିଲେ,' ମୁଁ ସବୁକିଛି ସାମ୍ନା କରିବି।

କିନ୍ତୁ ମୁଁ ଜାମିନ ଚାହୁଛି।

ମତେ ୮୦ ବର୍ଷ ହେଲାଣି।

ସେମାନେ ମତେ ଇଡି ମାମଲାରେ ଗିରଫ କଲେ ଏବଂ ଆହୁରି ୨୮ଟି ମାମଲା ରହିଛି।

ତେଣୁ ମୁଁ ଜେଲ୍‌ରେ ମରିଯିବି।

ଆଜମ କହିଛନ୍ତି, ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ତାଙ୍କୁ କେବଳ ଜେଲ୍‌ରେ ରଖିବାପାଇଁ ଏହି ଗିରଫ କରାଯାଇଛି।

ସେ କହିଛନ୍ତି ଯେ ମୁଁ ଜେଲ୍‌ରୁ ବାହାରିବାପରେ ଇଡି ମତେ ଗିରଫ କରିଛି।

ମାମଲା ୨୦୦୬ ମସିହାର।

୨୦୧୯ରେ ଏତଲା ରୁଜୁ ହୋଇଛି।

ଏଠି ପିଏମ୍‌ଏଲଏ କେଉଁଠୁ ଆସିଲା।

ଆଜମଙ୍କ ପକ୍ଷ ଶୁଣିବାପରେ ସିଜେଆଇ କହିଥିଲେ, ' ଆପଣ ଯାହା କହୁଛନ୍ତି ସେଥିରେ କିଛି ସତ୍ୟତା ଥାଇପାରେ କିନ୍ତୁ ଆମେ କୌଣସି ମତାମତ ଦେବାକୁ ଚାହୁନୁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)