Tharoor: ଟ୍ରମ୍ପଙ୍କ ପରାଜୟରେ ଅଧିକ ଖୁସି ହେବାର ନାହିଁ: ଶଶୀ ଥରୁର

Nov 06, 2026 - 23:02
Tharoor: ଟ୍ରମ୍ପଙ୍କ ପରାଜୟରେ ଅଧିକ ଖୁସି ହେବାର ନାହିଁ: ଶଶୀ ଥରୁର

ନୂଆଦିଲ୍ଲୀ: ଆମେରିକା ର ମଧ୍ୟବର୍ତ୍ତୀ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଙ୍କ ରିପବ୍ଲିକାନ୍‌ ପାର୍ଟି ପରାଜିତ ହେବା ପରେ ଭାରତରେ ଯେଉଁମାନେ ଅଧିକ ଖୁସି ହେଉଛନ୍ତି, ସେମାନେ ବାସ୍ତବ ସ୍ଥିତି ବୁଝିବା ଆବଶ୍ୟକ।

ଏହି ନିର୍ବାଚନ ଫଳାଫଳ ଯୋଗୁଁ ଟ୍ରମ୍ପଙ୍କ ନୀତିରେ ବଡ଼ ପରିବର୍ତ୍ତନ ଆସିବ ନାହିଁ କି ଭାରତ-ଆମେରିକା ସମ୍ପର୍କରେ ବିଶେଷ ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର।

ଆନ୍ତର୍ଜାତିକ ବ୍ୟାପାର, ଶୁଳ୍କ ଓ କଟକଣା ସମ୍ପର୍କିତ ନିଷ୍ପତ୍ତି ନେବାରେ ଆମେରିକା ରାଷ୍ଟ୍ରପତିଙ୍କ ପାଖରେ ଏବେ ବି ବ୍ୟାପକ କ୍ଷମତା ରହିଛି ବୋଲି ସେ କହିଛନ୍ତି।

Advertisment ଥରୁରଙ୍କ ମତରେ, ଆମେରିକାର କଂଗ୍ରେସ ଅର୍ଥାତ୍‌ ସଂସଦର ଉଭୟ ଗୃହରେ ଡେମୋକ୍ରାଟ୍‌ମାନେ ବହୁମତ ହାସଲ କରିଥିବାରୁ ଟ୍ରମ୍ପଙ୍କ ପାଇଁ ନୂଆ ଆଇନ ପ୍ରଣୟନ ଓ ବଜେଟ୍‌ ସମ୍ପର୍କିତ ନିଷ୍ପତ୍ତି ନେବା କଷ୍ଟକର ହେବ।

ଏପରିକି ରାଷ୍ଟ୍ରଦୂତ ନିଯୁକ୍ତି ପାଇଁ ମଧ୍ୟ ସିନେଟ୍‌ର ଅନୁମୋଦନ ଆବଶ୍ୟକ।

ତେଣୁ ଟ୍ରମ୍ପ ଘରୋଇ ନୀତି କ୍ଷେତ୍ରରେ ଦୁର୍ବଳ ସ୍ଥିତିକୁ ଆସିପାରନ୍ତି।

ଏହାକୁ ଆମେରିକାର ରାଜନୈତିକ ବ୍ୟବସ୍ଥାରେ 'ଲେମ୍‌ ଡକ୍‌' ସ୍ଥିତି କୁହାଯାଏ।

ତେବେ ବୈଦେଶିକ ନୀତି କ୍ଷେତ୍ରରେ ରାଷ୍ଟ୍ରପତିଙ୍କ କ୍ଷମତା ଉପରେ ଏହି ନିର୍ବାଚନର ବିଶେଷ ପ୍ରଭାବ ପଡ଼ିବ ନାହିଁ।

ରୁଷ୍‌ଠାରୁ ତେଲ କିଣିବା, ଭାରତ ଉପରେ ଶୁଳ୍କ ଲାଗୁ କରିବା ଏବଂ ଅନ୍ୟ ଦେଶ ଉପରେ କଟକଣା ଜାରି କରିବା ଭଳି ପ୍ରସଙ୍ଗରେ ଟ୍ରମ୍ପ ନିଜ ନିଷ୍ପତ୍ତି ନେଇପାରିବେ।

ଆହୁରି ପଢନ୍ତୁ: Rourkela Housing Board ହାଉସିଂ ବୋର୍ଡ ବାସଗୃହ ମାଲିକାନା ମିଳିବା ବାଟ ଫିଟିଲା, ରିପୋର୍ଟ ଦେଲେ ତହସିଲଦାର ଯୁଦ୍ଧ କିମ୍ବା ସାମରିକ ଆକ୍ରମଣ କ୍ଷେତ୍ରରେ ମଧ୍ୟ ଆମେରିକା ରାଷ୍ଟ୍ରପତିଙ୍କର ବିଶେଷ କ୍ଷମତା ରହିଛି।

କଂଗ୍ରେସର ଅନୁମତି ବିନା ପ୍ରଥମ ୬୦ ଦିନ ପର୍ଯ୍ୟନ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରଖିବାର ବ୍ୟବସ୍ଥା ରହିଛି।

ଥରୁର କହିଛନ୍ତି, ନିର୍ବାଚନ ଫଳାଫଳ ପରେ ଭାରତକୁ ସେହି ଟ୍ରମ୍ପ ପ୍ରଶାସନ ସହ ହିଁ କାରବାର କରିବାକୁ ପଡ଼ିବ।

ତେଣୁ ଶୁଳ୍କ, ରୁଷ୍‌ଠାରୁ ତେଲ କ୍ରୟ ଓ ବାଣିଜ୍ୟ ପ୍ରସଙ୍ଗରେ ଆମେରିକା ସହ ଆଲୋଚନା ଜାରି ରଖିବା ଉଚିତ।

ଅନ୍ୟପକ୍ଷରେ, ଆମେରିକାରେ ରହୁଥିବା ଭାରତୀୟମାନଙ୍କ ପ୍ରତି ନିର୍ବାଚନ ପ୍ରଚାର ସମୟରେ ଦେଖାଦେଇଥିବା ଜାତିଗତ ବିଦ୍ୱେଷ ମଧ୍ୟ ଏହି ଫଳାଫଳ ପରେ ହ୍ରାସ ପାଇବାର ଆଶା ରହିଛି ବୋଲି ସେ ମତ ଦେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)