Jai Kisan Navratna Fertilizers ଜୟ କିସାନ ନବରତ୍ନ ଫର୍ଟିଲାଇଜର ପକ୍ଷରୁ ବୃକ୍ଷରୋପଣ ଓ ପୂର୍ବ ସୈନିକ-କୃଷକଙ୍କୁ ସମ୍ବର୍ଦ୍ଧନା

Aug 17, 2026 - 19:34
Jai Kisan Navratna Fertilizers ଜୟ କିସାନ ନବରତ୍ନ ଫର୍ଟିଲାଇଜର ପକ୍ଷରୁ ବୃକ୍ଷରୋପଣ ଓ ପୂର୍ବ ସୈନିକ-କୃଷକଙ୍କୁ ସମ୍ବର୍ଦ୍ଧନା

"ଭୁବନେଶ୍ବର: "ଜୟ ଯବାନ, ଜୟ କିସାନ" ଆଦର୍ଶକୁ ଆଧାର କରି ଜୟ କିସାନ ନବରତ୍ନ ଫର୍ଟିଲାଇଜର ପକ୍ଷରୁ ଚଳିତ ବର୍ଷ ୧୫ ଅଗଷ୍ଟକୁ "ଜୟ ଜବାନ, ଜୟ କିସାନ ଦିବସ" ଭାବେ ପାଳନ କରାଯାଇଛି।

Advertisment "ଜୟ ଯବାନ୍‌, ଜୟ କିଷାନ୍‌ ସ୍ଲୋଗାନ୍‌" ସହିତ "ଜୟ ବିଜ୍ଞାନ" ଓ "ଜୟ ଅନୁସନ୍ଧାନ" ଯୋଡ଼ିଲେ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଧୀନତା ଦିବସ ଉପଲକ୍ଷେ କମ୍ପାନୀ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ଆଦର୍ଶ ଗ୍ରାମରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି ଅବସରରେ ପୂର୍ବତନ ସୈନିକ ତଥା ବର୍ତ୍ତମାନ କୃଷି କାର୍ଯ୍ୟରେ ନିୟୋଜିତ କୃଷକମାନଙ୍କୁ ସମ୍ମାନିତ କରାଯାଇଥିଲା।

ପୂର୍ବତନ ସୈନିକମାନେ କାର୍ଯ୍ୟ ନିବୃତ୍ତ ପରେ କୃଷିକୁ ଜୀବିକା ଭାବେ ଆପଣାଇ ଅନ୍ୟ କୃଷକଙ୍କ ପାଇଁ ମଧ୍ୟ ପ୍ରେରଣାର ଉତ୍ସ ପାଲଟିଛନ୍ତି।

ସେମାନଙ୍କୁ ସମ୍ମାନ ଦେବା ସହିତ ଆଧୁନିକ କୃଷି ପ୍ରଯୁକ୍ତି ଓ ବୈଷୟିକ ପରାମର୍ଶ ମାଧ୍ୟମରେ କୃଷକଙ୍କ ଆୟ ଓ ଜୀବନଧାରଣର ମାନ ବୃଦ୍ଧି କରିବା ହେଉଛି କମ୍ପାନୀର ମୁଖ୍ୟ ଲକ୍ଷ୍ୟ ବୋଲି କମ୍ପାନୀର ଉପସ୍ଥିତ କର୍ମକର୍ତ୍ତାମାନେ କହିଛନ୍ତି।

କମିସନରେଟ୍‌ ପୁଲିସର ବଳିଦାନ ଦିବସ : ଜୟ ଯବାନ-ଜୟ କିଷାନ ଭଳି "ଜୟ ପୁଲିସ" ବି କୁହାଯିବା ଉଚିତ କମ୍ପାନୀର ଅଧିକାରୀମାନଙ୍କ ଉପସ୍ଥିତିରେ ତାଲମେଣ୍ଡା, ପସ୍ତିପଡ଼ା, ଟାଣ୍ଡାମୁଣ୍ଡା, ରାଣ୍ଡାପାଲି ଓ ଠାକୁରମାଲ ଭଳି ଗ୍ରାମରେ ପ୍ରାୟ ୧୦୦୦ଟି ବୃକ୍ଷ ଚାରାରୋପଣ କରାଯାଇଥିଲା।

ତାଲମେଣ୍ଡାରେ ୨୦୦ ଗଛରୋପଣ, ପସ୍ତିପଡ଼ାରେ ୨୦୦ ଗଛ, ଟାଣ୍ଡାମୁଣ୍ଡାରେ ୨୦୦ ଗଛ, ରାଣ୍ଡାପାଲିରେ ୨୦୦ ଗଛ, ଠାକୁରମାଲରେ ୨୦୦ ଗଛ ଚାରା ରୋପଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଆଶିଷ ସ୍ବାଇଁ, ଶମ୍ଭୁ ପ୍ରସାଦ ବିଶ୍ବାଳ, ପ୍ରମୋଦ ବାବୁ, ଶ୍ରୀରାମ ପ୍ରସାଦ ସାହୁ, ଅଶ୍ବିନୀ କୁମାର ମହାପାତ୍ର ପ୍ରମୁଖସଂଯୋଜନା କରିଥିଲେ।

ଭୁବନେଶ୍ବରରେ ପହଞ୍ଚିଲା ସ୍ବର୍ଣ୍ଣିମ ବିଜୟ ମଶାଲ: ଜୟ ଯବାନ ଧ୍ବନିରେ ପ୍ରକମ୍ପିତ ହେଲା ଗଗନପବନ ସୂଚନାଯୋଗ୍ୟ, ଦେଶର ସୁରକ୍ଷାକର୍ମୀ ଓ ଅନ୍ନଦାତା କୃଷକଙ୍କ ପ୍ରତି ସମ୍ମାନ ଜଣାଇବା ସହିତ ସବୁଜ ଓ ସମୃଦ୍ଧ ଓଡ଼ିଶା ଗଠନର ସଂକଳ୍ପ ନିଆଯାଇଛି।

କମ୍ପାନୀର ଗ୍ରୁପ୍ ଆଦର୍ଶ "ଜୟ କିସାନ, ଆପଣଙ୍କ ମୁସ୍କାନ"କୁ ନେଇ କୃଷକଙ୍କ ଜୀବନ ଓ ଜୀବିକାର ଉନ୍ନତି ସହିତ ପରିବେଶ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media