Flood Hits Bari ବରୀରେ ଦ୍ବିତୀୟ ବନ୍ୟା: ୨୯ ପଞ୍ଚାୟତ ଜଳବନ୍ଦୀ, ୮୪ ଗ୍ରାମର ୧,୨୦,୭୨୦ ଜଣ ବିପନ୍ନ

Aug 17, 2026 - 19:18
Flood Hits Bari ବରୀରେ ଦ୍ବିତୀୟ ବନ୍ୟା: ୨୯ ପଞ୍ଚାୟତ ଜଳବନ୍ଦୀ, ୮୪ ଗ୍ରାମର ୧,୨୦,୭୨୦ ଜଣ ବିପନ୍ନ

"ବରୀ: ବରୀରେ ଦ୍ବିତୀୟ ବନ୍ୟାର ଦ୍ବିତୀୟ ଦିନରେ ସ୍ଥିତି ସଂଗୀନ ହୋଇଛି।

୨୯ ପଞ୍ଚାୟତର ୮୪ ରାଜସ୍ବ ଗ୍ରାମର ୧ଲକ୍ଷ ୨୦ ହଜାର ୭୨୦ କ୍ଷତିଗ୍ରସ୍ତ ହୋଇଛନ୍ତି।

ପ୍ରଶାସନ ଠାରୁ ମିଳିଥିବା ସୂଚନାରେ, ଅନେକ ଜଳବନ୍ଦୀ ଗ୍ରାମରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା।

ସେମାନଙ୍କ ନିମନ୍ତେ ୫୧ ଟି ରନ୍ଧାଖାଦ୍ୟ କେନ୍ଦ୍ର ସ୍ଥାପନ କରାଯାଇଛି।

ବିଚ୍ଛିନ ହୋଇପଡ଼ିଥିବା ଗ୍ରାମଗୁଡ଼ିକୁ ଓଡ୍ରାଫ୍ ଟିମ ଜରିଆରେ ସୁଖିଲା ଓ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି।

ଉପଜିଲ୍ଲାପାଳ ଶିବାନନ୍ଦ ସ୍ବାଇଁ ବରୀରେ ରହି ସମସ୍ତ ରିଲିଫ୍ ପରିଚାଳନା ଓ ବିପନ୍ନଙ୍କ ସ୍ଥିତି ଉପରେ ନଜର ରଖିଛନ୍ତି।

କିମ୍ଭିରିଆଳ ପଞ୍ଚାୟତର ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇ ରଖାଯାଇଥିବା ନବଭାରତୀ ବିଦ୍ୟାପୀଠର ରନ୍ଧାଖାଦ୍ୟ କେନ୍ଦ୍ରରେ ଖାଦ୍ୟର ମାନ ପରୀକ୍ଷା କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଭୋଜନ କରିଛନ୍ତି।

Advertisment ଗତକାଲି (ରବିବାର) ଠାରୁ ବରୀ କଳାମାଟିଆ  ମୁଖ୍ୟରାସ୍ତାର ବରୀ ଠାକୁର ପାଟଣା ଠାରୁ କଳାମାଟିଆ ପର୍ଯ୍ୟନ୍ତ ୧୦ କିମି ରାସ୍ତାର ଅନେକ ସ୍ଥାନରେ ରାସ୍ତା ଉପରେ ବନ୍ୟାଜଳ ଚାଲିଥିବାରୁ  ମୁଖ୍ୟ ରାସ୍ତାରେ ଏକ ପ୍ରକାର ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଥିଲା।

ସେମାବାର ଦିନ ବରୁଁହା- ବରୀ ରାସ୍ତାର ଶଙ୍କାରିଗଡ଼ା ଓ ଚୁଡ଼ାକଳ ଛକ ଠାରୁ ମାଳଦା ପର୍ଯ୍ୟନ୍ତ ମୁଖ୍ୟରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଛି।

ଏହି ସମପରିମାଣର ବନ୍ୟାଜଳସ୍ତର ବୃଦ୍ଧି ଘଟେ ତେବେ ସଂଧ୍ୟା ସୁଧା ବରୀ ବାହ୍ୟ ଜଗତରୁ ବିଚ୍ଛନ୍ନ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି।

ଅପରପକ୍ଷରେ ବ୍ରାହ୍ମଣୀ ନଦୀ ବନ୍ଧରେ ସୃଷ୍ଟି ହୋଇଥିବା ଘାଇଗୁଡ଼ିକ ଧୀରେ ଧୀରେ କାୟାବିସ୍ତାର କରୁଥିବା ଦେଖିବାକୁ ମିଳିଛି।

ଯାହା ଫଳରେ ବାଙ୍କସାହି ଘାରର ପ୍ରଭାବରେ କିମ୍ଭିରିଆପାଳ ପଞ୍ଚାୟତ ସଂପୂର୍ଣ୍ଣ  ପ୍ରଭାବିତ ହୋଇଛି।

ବ୍ରାହ୍ମଣୀ ଓ ଖରତ୍ସୋତା ବନ୍ୟାରେ ଭଅଁରା,ବୋଦୁଅ,ରଂପା, ଉଦୟନାଥପୁର, ରତଳାଙ୍ଗ, ଅରଙ୍ଗାବାଦ,ବାଇଁଶିରିଆ, ଅଟିରା, ବରୀ, ଅଲିପୁର, ବାଲିବିଲି, ଚନ୍ଦନପୁର, ମନ୍ଦାରୀ, ସେରପୁର,ଗମୁ,ମହାକାଳପଡ଼ା, ଅମଠପୁର,ରତ୍ନଗିରି, ସାହୁପଡ଼ା,ଧାରପୁର, ଇଶାଣପୁର, ବାଲିଆ,ଗୋଳକୁଣ୍ଡ, ସ୍ବାଇଁଖଣ୍ଡ ପଞ୍ଚାୟତ ପ୍ରଭାବିତ ହୋଇଛି।

କିନ୍ତୁ ବ୍ରାହ୍ମଣୀ, ଖରସ୍ରୋତା ସହିତ ବୈତରଣୀ ନଦୀ ବନ୍ୟାରେ ବରୀ ବ୍ଲକର ୪ଟି ପଞ୍ଚାୟତ ପ୍ରଭାବିତ ହୋଇଛି।

Flood in Odisha: ବରୀ: ୨୯ ପଞ୍ଚାୟତ ଜଳବନ୍ଦି, ୮୪ ଗ୍ରାମର ୧,୨୦,୭୨୦ ଜଣ ବିପନ୍ନ, ଭଦ୍ରକରେ ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ବାରିପଦାରେ ଦବିଲା ରେଳଧାରଣା, ଯାଜପୁରରେ ବନ୍ୟା ପରିଚାଳନା କାର୍ଯ୍ୟର ସମୀକ୍ଷାଯାହାକି ଗତକାଲିଠାରୁ ବନ୍ୟା ମୁକାବିଲା ପାଇଁ ବରୀର ପ୍ରଶାସନ ଯୋଜନା ପ୍ରସ୍ତୁତ କରିଥିଲା ବେଳେ ୩ଟି ନଦୀ ଦ୍ବାରା ପ୍ରଭାବିତ ହେଉଥିବା ଅନ୍ୟାସୀପୁର, କଳାମାଟିଆ, ଅଙ୍ଗାଳୋ ଓ ମଧୁସୁଦନପୁର ପଞ୍ଚାୟତ ପ୍ରଭାବିତ ହୋଇଥାଏ।

ଯାହାକି ଗତ ୫ଦିନ ହେଲା ବିଶେଷ ଭାବେ କଳାମାଟିଆ ପଞ୍ଚାୟତର ଅଧିକାଂଶ ଗ୍ରାମ ଜଳବନ୍ଦିରେ ରହିଛି।

ସୋମବାର ମଧ୍ୟାହ୍ନ ସୁଧା ସେହି ଅଞ୍ଚଳର ବନ୍ୟାବିପନ୍ନଙ୍କ ନିକଟରେ ସୁଖିଲା କିମ୍ବା ରନ୍ଧାଖାଦ୍ୟ ପହଞ୍ଚିନଥିବା ବିପନ୍ନ କିଶୋର ମଳିକ, କୈଳାସ ମଳିକ, ସାଗର ମଳିକ, ଭାସ୍କର ଜେନା ପ୍ରମୁଖ ପ୍ରକାଶ କରିଛନ୍ତି।ବ୍ଲକର ୨୯ଟି ପଞ୍ଚାୟତ ମଧ୍ୟରୁ ୨୩ ପଞ୍ଚାୟତ ସଂପୂର୍ଣ୍ଣ ଜଳବନ୍ଦୀ ହୋଇଯାଇଥିଲା ବେଳେ ୬ଟି ପଞ୍ଚାୟତର ଚାଷଜମି ଗୁଡ଼ିକ ବନ୍ୟାଘେରକୁ ଚାଲିଯାଇଛି।

ସେହିପରି ୨୯ ପଞ୍ଚାୟତରେ ଗାଈ, ମଇଁଷି, ଛେଳି, ମେଣ୍ଢା ମିଶି ମୋଟ ୫୧ ହଜାର ୫୮୧ ବନ୍ୟାରେ ବିପନ୍ନ ହୋଇଥିଲା ବେଳେ ସେମାନଙ୍କ ପାଇଁ ତିନି ଦିନର ରିଲିଫ୍ ପାଇଁ ୧୦୮ ମେଟ୍ରିକ ଟନ ଗୋଖାଦ୍ୟ ବଣ୍ଟନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାପଡ଼ିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media