It gave us a roof: ମୁଣ୍ଡକୁ ଛାତ ଦେଲେ, ନିଆଁ ବିପଦ ଟାଳିଲେନି

Jun 15, 2026 - 07:15
It gave us a roof: ମୁଣ୍ଡକୁ ଛାତ ଦେଲେ, ନିଆଁ ବିପଦ ଟାଳିଲେନି

"ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରକୁ ବସ୍ତିମୁକ୍ତ କରି ଏକ ସୁନ୍ଦର ସହର ଗଢ଼ିବାର ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।

ଏଥିପାଇଁ ପର୍ଯ୍ୟାୟକ୍ରମେ ବସ୍ତି ଉଚ୍ଛେଦ ସହ ବସ୍ତିବାସିନ୍ଦାଙ୍କୁ ଆଫୋର୍ଡେବଲ୍‌ ହାଉସିଂ ଯୋଜନାରେ ନିର୍ମିତ ଘରେ ଥଇଥାନ କରାଯାଉଛି।

ଖରାବର୍ଷାରୁ ରକ୍ଷା ପାଇଁ ସରକାର ଏହି ବସ୍ତିବାସିନ୍ଦାଙ୍କ ମୁଣ୍ଡକୁ ଛାତ ଦେଇଛନ୍ତି ସତ, କିନ୍ତୁ ସେମାନଙ୍କ ନିରାପତ୍ତା କଥା ବିଚାରକୁ ନିଆଯାଇନି।Advertisment World Environment Day: ବିଶ୍ବ ପବନ ଦିବସ ରାଜଧାନୀର ସବୁଠୁ ବଡ଼ ବସ୍ତିବାସିନ୍ଦା ଆବାସିକ ପ୍ରକଳ୍ପ "ବୁଦ୍ଧବିହାର"ରେ ୩ ବର୍ଷ ହେଲା ଲୋକେ ରହିଲେଣି।

କିନ୍ତୁ ଅଦ୍ୟାବଧି ଏଠାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ।

କେବଳ ନାମକୁ ମାତ୍ର ଅଗ୍ନିଶମ ପାଇପ୍‌ ଝୁଲାଇ ଦିଆଯାଇଛି।

ସମାନ ସ୍ଥିତି ଅନ୍ୟ ବସ୍ତିବାସିନ୍ଦା ଆବାସିକ ପ୍ରକଳ୍ପର।

ଏଠାରେ ବି ଅଗ୍ନି ନିରାପତ୍ତା ବ୍ୟବସ୍ଥା ବହୁଦିନରୁ ଅଚଳ ପଡ଼ିଥିବା ଅଭିଯୋଗ ହେଉଛି।

ନିୟମିତ ଯାଞ୍ଚ ହେଉ ନଥିବାରୁ ଏହା ଚାଲୁଛି କି ଚାଲୁନି, କେହି ଜାଣିନଥିବା ହିତାଧିକାରୀମାନେ କହିଛନ୍ତି।

ନିକଟରେ ବୁଦ୍ଧବିହାର ପ୍ରକଳ୍ପରେ ଅଗ୍ନିକାଣ୍ଡ ଘଟିଥିଲା, କୌଣସି ଜୀବନହାନି ହୋଇ ନଥିଲେ ବି ଆସବାବପତ୍ର ଜଳି ଯାଇଥିଲା।

ଏଠାର ଅଗ୍ନି ନିରାପତ୍ତା ବ୍ୟବସ୍ଥା କାମ ନ ଦେବାରୁ ବିଳମ୍ବରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ନିକଟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବାରୁ ଭୁବନେଶ୍ବରରେ ଏକାଧିକ ଅଗ୍ନିକାଣ୍ଡର ଘଟିଛି ଓ ଅନେକ ଜନଜୀବନ ହାନି ଘଟିଛି।

ଲୋକଙ୍କୁ ଏହା ସର୍ବସ୍ବାନ୍ତ ବି ‌କରିଛି।

ନୂଆଦିଲ୍ଲୀରେ ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟି ୨୧ଜଣଙ୍କ ପ୍ରାଣହାନି ଘଟିଛି।

ତଥାପି ବିଡିଏ କି ବିଏମ୍‌ସି ଏହାକୁ ଗୁରୁତ୍ବ ନ ଦେବା, ବିପଦକୁ ଆମନ୍ତ୍ରଣ କରୁଛି।

Peace deal: ଇରାନ ସହିତ ଶାନ୍ତି ଚୁକ୍ତି ସମାପ୍ତ, ଖୋଲିବ ହର୍ମୁଜ୍ ପ୍ରଣାଳୀ!

ରାଜଧାନୀରେ ଅଦ୍ୟାବଧି ୪୮୬ଟି ବସ୍ତି ସରକାରଙ୍କ ପଞ୍ଜୀକୃତ ତାଲିକାରେ ରହିଛନ୍ତି।

ରାଜୀବ ଆବାସ ଯୋଜନାରେ ତାଲିକାଭୁକ୍ତ ବସ୍ତିବାସିନ୍ଦାଙ୍କୁ ବିଭିନ୍ନ ଆବାସିକ ପ୍ରକଳ୍ପରେ ଥଇଥାନ କରାଯାଉଛି।

ଇତିମଧ୍ୟରେ ୩୦ଟି ବସ୍ତିର ପ୍ରାୟ ୩୫ଶହ ପରିବାର ୯ଟି ଆବାସିକ ପ୍ରକଳ୍ପରେ ଥଇଥାନ ହୋଇଛନ୍ତି।

୨୦୨୩ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚନ୍ଦ୍ରଶେଖରପୁରଠାରେ ବୁଦ୍ଧବିହାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ।

ଏଠାରେ ୨୬ଶହ ପରିବାରକୁ ଥଇଥାନ ଯୋଜନା କରାଯାଇଛି।

ପିପିପି ମୋଡ୍‌ରେ ନିର୍ମିତ ଏହି ପ୍ରକଳ୍ପର ପରିସୀମା ପ୍ରାୟ ୨୦.୨୧ ଏକର।

ଚୁକ୍ତି ଅନୁସାରେ, ୧୧.୯୫ ଏକର ଜାଗାରେ ବସ୍ତିବାସିନ୍ଦାଙ୍କ ଆବାସ ନିର୍ମାଣ କରାଯାଉଛି।

ବାକି ୬.୫ ଏକର ଜାଗା ସଂପୃକ୍ତ ପ୍ରାଇଭେଟ୍‌ ସଂସ୍ଥା ଘର ନିର୍ମାଣ କରି ବଜାର ଦରରେ ବିକ୍ରି କରିବ।

ବୁଦ୍ଧବିହାର ପ୍ରକଳ୍ପରେ ମୋଟ ୬୫ଟି ବ୍ଲକ୍‌ ନିର୍ମାଣ କରାଯିବ।

କେବଳ ଗୋଟିଏ ବ୍ଲକ୍‌ରେ ୮୦ ପରିବାର ଓ ବାକି ୬୪ ବ୍ଲକ୍‌ରେ ୬୦ଟି ଲେଖାଏଁ ପରିବାର ରହିପାରିବେ।

ଇତିମଧ୍ୟରେ ୫୨ଟି ବ୍ଲକ୍‌ ନିର୍ମାଣ ସରିଛି ଓ ୧୨ଟି ନିର୍ମାଣାଧୀନ ଅଛି।

୫୨ ବ୍ଲକ୍‌ରେ ୨୨ଶହ ପରିବାର ରହୁଛନ୍ତି।

ସମୁଦାୟ ଜନସଂଖ୍ୟା ପ୍ରାୟ ୭ହଜାର।

ଏତେ ସଂଖ୍ୟାରେ ବସ୍ତିବାସିନ୍ଦା ରହୁଥିଲେ ବି ଏମାନଙ୍କ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସଂପୂର୍ଣ୍ଣ ହେୟଜ୍ଞାନ କରାଯାଇଛି।

ପାଇପ୍‌ ପଡ଼ିଛି, କିନ୍ତୁ ଏହାର ସ୍ପ୍ରିଙ୍କଲର୍‌ ଲାଗିନି।

୫୨ ବ୍ଲକ୍‌ରେ ମାତ୍ର ୪/୫ଟି ସିଲିଣ୍ଡର ଲାଗିଛି।

ସେପଟେ ପାଇପ୍‌ ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ସବୁକୁ ଇଟା, ପଥର ଢ଼େରା ଦେଇ ରଖାଯାଇଛି।ବୁଦ୍ଧବିହାର ଆଲଟିଜ୍‌ ଆସୋସିଏସନ୍‌ ସଭାପତି ସୁରେନ୍ଦ୍ର ସ୍ବାଇଁ କହିଛନ୍ତି, ବହୁଦିନରୁ ଏହି ଅବ୍ୟବସ୍ଥା ସଂପର୍କରେ ବିଡିଏ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛୁ।

ନିକଟରେ ବି ଏକ ଅଭିଯୋଗପତ୍ର ଦେଇଛୁ।

ବିଡିଏ ନିର୍ମାଣକାରୀ ସଂସ୍ଥା ପରମମିତ୍ର ସହ ଏ ସଂପର୍କରେ ଆଲୋଚନା କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା।

ସ୍ଥିତିରେ ସୁଧାର ନ ଆସିଲେ, ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଭେଟିବୁ।

ଆବଶ୍ୟକ ପଡ଼ିଲେ, ଗଣଧାରଣା ଦେବୁ ବୋଲି ଶ୍ରୀ ସ୍ବାଇଁ କହିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।