Elections: ଜାମିଆରେ ଛାତ୍ର ସଂସଦ ନିର୍ବାଚନ ଘୋଷଣା ପରେ ପୁଣି ଉତ୍ତେଜନା: ଅନେକ ଛାତ୍ରଛାତ୍ରୀ ଅଟକ
ନୂଆଦିଲ୍ଲୀ: ଦୀର୍ଘ ପ୍ରାୟ ୨୦ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ କରାଇବାକୁ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ପ୍ରଶାସନ ଘୋଷଣା କରିବାର କିଛି ଘଣ୍ଟା ମଧ୍ୟରେ ସୋମବାର କ୍ୟାମ୍ପସ୍ରେ ପୁଣି ଛାତ୍ର ଆନ୍ଦୋଳନ ତୀବ୍ର ହୋଇଛି।
ନିର୍ବାଚନ ପ୍ରକ୍ରିୟା ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିବା ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀ ନିଯୁକ୍ତ କରିବା ଦାବିରେ ଛାତ୍ରଛାତ୍ରୀମାନେ ପ୍ରତିବାଦ କରିଛନ୍ତି।
ଏହି ସମୟରେ ଦିଲ୍ଲୀ ପୁଲିସ କେତେକ ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି।
ସୋମବାର ପ୍ରାୟ ୧୦୦ ଛାତ୍ରୀ ବିଭିନ୍ନ ଫାଟକ ଦେଇ ବିଶ୍ୱବିଦ୍ୟାଳୟ ପରିସରକୁ ପ୍ରବେଶ କରିଥିଲେ।
ସେମାନଙ୍କ ମଧ୍ୟରୁ କେତେକ ୭ ନମ୍ବର ଫାଟକ ନିକଟରେ ଏକାଠି ହୋଇଥିଲେ।
Advertisment ଆହୁରି ପଢନ୍ତୁ : Nursing Student Found Dead ବିଳମ୍ବିତ ରାତି ଯାଏଁ ମୋବାଇଲ୍ରେ କଥା ହେଉଥିଲେ, ସକାଳୁ ମିଳିଲା ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଆନ୍ଦୋଳନକାରୀମାନେ ପୁଲିସ ବିରୋଧରେ ସ୍ଲୋଗାନ ଦେଇଥିଲେ।
ପରିସ୍ଥିତିକୁ ଦୃଷ୍ଟିରେ ରଖି କ୍ୟାମ୍ପସ୍ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।
ଜାମିଆ ମିଲିଆ ଇସଲାମିଆର ଛାତ୍ର ସଂସଦ ନିର୍ବାଚନ ୨୦୦୬ରୁ ବନ୍ଦ ରହିଛି।
ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ, ନିର୍ବାଚିତ ପ୍ରତିନିଧି ନ ଥିବାରୁ ହଷ୍ଟେଲରେ ଆସନ ବଣ୍ଟନ, ଖାଦ୍ୟ ଓ ଅନ୍ୟାନ୍ୟ ସମସ୍ୟା ନେଇ ପ୍ରଶାସନ ନିକଟରେ ସେମାନଙ୍କ ଅଭିଯୋଗ ଉପସ୍ଥାପନ କରିବାରେ ଅସୁବିଧା ହେଉଛି।
ଛାତ୍ର ସଂସଦ ଏହି ଅଭାବ ପୂରଣ କରିବ ବୋଲି ସେମାନେ ଆଶା ରଖିଛନ୍ତି।
ଆହୁରି ପଢନ୍ତୁ : Purchase: ଗ୍ୟାରେଣ୍ଟି ଏବଂ ୱାରେଣ୍ଟି ମଧ୍ୟରେ ପ୍ରକୃତ ପାର୍ଥକ୍ୟ କ'ଣ?
କିଣାକିଣି କରିବା ସମୟରେ ଜାଣିବା ଜରୁରୀ ୫ଟି ମୁଖ୍ୟ କଥା ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ମହତାବ ଆଲମ ରିଜ୍ଭି ସୋମବାର ଜାରି କରିଥିବା ନିର୍ଦ୍ଦେଶନାମାରେ କହିଛନ୍ତି ଯେ ଛାତ୍ର ସଂସଦର ସମ୍ବିଧାନ ଅନୁମୋଦନ ହେବାର ୧୫ ଦିନ ମଧ୍ୟରେ ନିର୍ବାଚନ କରାଯିବ।
ଆନ୍ଦୋଳନ ସମୟରେ ଛାତ୍ରଛାତ୍ରୀଙ୍କ ବିରୋଧରେ ଜାରି ନିଲମ୍ବନ ଆଦେଶ ଓ କାରଣ ଦର୍ଶାଅ ନୋଟିସ୍ ପ୍ରତ୍ୟାହାର କରାଯିବା ସହ ସୁରକ୍ଷା କର୍ମଚାରୀଙ୍କ ଆଚରଣର ତଦନ୍ତ ପାଇଁ କମିଟି ଗଠନ କରାଯିବ ବୋଲି ମଧ୍ୟ ଘୋଷଣା ହୋଇଛି।
ତେବେ ସମ୍ବିଧାନ କେବେ ଅନୁମୋଦନ ହେବ ଏବଂ ନିର୍ବାଚନର ନିର୍ଦ୍ଦିଷ୍ଟ ତାରିଖ କେବେ ଘୋଷଣା ହେବ, ସେ ସମ୍ପର୍କରେ ସ୍ପଷ୍ଟତା ନ ଥିବାରୁ ଛାତ୍ରଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଆହୁରି ପଢନ୍ତୁ : Central Government: ଇ୧୦୦ ଇନ୍ଧନକୁ ମିଳିଲା ଅନୁମତି ଅକ୍ଟୋବର ୧୨ରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନରେ ପ୍ରଥମେ ତିନି ଜଣ ଛାତ୍ର ଅନଶନ ଆରମ୍ଭ କରିଥିଲେ।
ପରେ ଅନଶନକାରୀଙ୍କ ସଂଖ୍ୟା ଚାରିକୁ ବଢ଼ିଥିଲା।
ସୋମବାର ପ୍ରଶାସନ ସହ ଆଲୋଚନା ପରେ ଦୁଇ ଜଣ ଅନଶନ ପ୍ରତ୍ୟାହାର କରିଥିବାବେଳେ ଏବିନ୍ ବାସିଲ ଓ ରେହାନ ଖାନ ଅନଶନ ଜାରି ରଖିଥିବା ଛାତ୍ରଛାତ୍ରୀ କହିଛନ୍ତି।
ଅନ୍ୟ ଦାବିଗୁଡ଼ିକ ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
