Iran: ୟୁଟ୍ୟୁବରେ ଅନଲାଇନ୍ କନସର୍ଟ କରି ପ୍ରଡକ୍ସନ ଟିମ୍ ସହ ଦଣ୍ଡିତ ହେଲେ ଗାୟିକା
"ତେହେରାନ୍: ସୋସିଆଲ ମିଡିଆରେ ବିନା ହିଜାବରେ ସଙ୍ଗୀତ ପରିବେଷଣ କରିବା ଯୋଗୁଁ ଜଣେ ମହିଳା କଳାକାରଙ୍କୁ ଅତ୍ୟନ୍ତ ଅମାନୁଷିକ ଦଣ୍ଡାଦେଶ ଶୁଣାଇଛନ୍ତି ଇରାନ ସରକାର।
ଇରାନର ଜଣେ ଜନପ୍ରିୟ ମହିଳା କଣ୍ଠଶିଳ୍ପୀ ପରସ୍ତୁ ଅହମ୍ମଦୀ ଓ ତାଙ୍କ ପ୍ରଡକ୍ସନ ଟିମର ଅନ୍ୟ ୮ ଜଣ ସଦସ୍ୟଙ୍କୁ ବିନା ହିଜାବରେ ୟୁଟ୍ୟୁବ୍ ଚ୍ୟାନେଲରେ ଅନଲାଇନ୍ ସଙ୍ଗୀତ କାର୍ଯ୍ୟକ୍ରମ କରିବା ଅପରାଧରେ ୭୪ ଲେଖାଏଁ କୋରଡ଼ା ମାଡ଼ ମାରିବାକୁ ଇରାନର ଏକ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ରିପୋର୍ଟ ଅନୁଯାୟୀ, ଇରାନର କୋମ୍ ପ୍ରଦେଶର ଏକ କ୍ରିମିନାଲ କୋର୍ଟ ଏହି କଠୋର ଆଦେଶ ଦେବା ସହିତ ଏହି ସମସ୍ତ କଳାକାରଙ୍କ ଉପରେ ଆସନ୍ତା ୨ ବର୍ଷ ପାଇଁ ଦେଶ ବାହାରକୁ ଯିବା ଏବଂ କୌଣସି ପ୍ରକାରର କଳାତ୍ମକ କାର୍ଯ୍ୟକଳାପରେ ଭାଗ ନେବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛନ୍ତି।
କୋର୍ଟ ନିଜ ଦଣ୍ଡାଦେଶ ପଛରେ "ଅଶ୍ଳୀଳ ଓ ଅନୈତିକ କଣ୍ଟେଣ୍ଟ" ପ୍ରସ୍ତୁତ କରି ସର୍ବସାଧାରଣଙ୍କ ଶାଳୀନତା ଭଙ୍ଗ କରିଥିବା ଅଭିଯୋଗ ଆଣିଛନ୍ତି।Advertisment ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କୁ ବାନ୍ଧିଲା ଭିଜିଲାନ୍ସ ମାନବାଧିକାର ସଂଗଠନ ଓ ଆଇନଜୀବୀମାନଙ୍କ କହିବା ଅନୁସାରେ, ଏହି ଘଟଣା ଇରାନ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ଏବଂ ସାଂସ୍କୃତିକ ଭିନ୍ନମତ ରଖୁଥିବା କଳାକାରମାନଙ୍କୁ ଭୟଭୀତ କରିବା ପାଇଁ ଏକ ବଡ଼ ପ୍ରୟାସ।
ଏହି ୨୭ ବର୍ଷୀୟା ଗାୟିକା ୨୦୨୪ ଡିସେମ୍ବରରେ ଏକ ଅନଲାଇନ୍ କନସର୍ଟ ସମୟରେ ବିନା ହିଜାବରେ ଏକ ସ୍ଲିଭଲେସ୍ କଳା ରଙ୍ଗର ପୋଷାକ ପିନ୍ଧି ନିଜ କେଶକୁ ଖୋଲା ରଖି ''ଅଜ୍ ଖୁନେ ଜବାନାନେ ବତନ'' ନାମକ ଏକ ଦେଶାତ୍ମବୋଧକ ଗୀତ ଗାଇଥିଲେ।
ଏହି ଭିଡିଓ ୟୁଟ୍ୟୁବରେ ଭାଇରାଲ ହେବା ସହ ମିଲିୟନ ମିଲିୟନ ଭିୟୁଜ୍ ପାଇଥିଲା, ଯାହା ପରେ ପୋଲିସ ସେମାନଙ୍କୁ କିଛି ଦିନ ଅଟକ ରଖିବା ସହ ମାମଲା ରୁଜୁ କରିଥିଲା।
ବିଶ୍ୱବ୍ୟାପୀ ନିଷ୍ପତ୍ତିକୁ ତୀବ୍ର ନିନ୍ଦା ଆମେରିକାସ୍ଥିତ ''ସେଣ୍ଟର ଫର୍ ହ୍ୟୁମାନ୍ ରାଇଟ୍ସ ଇନ୍ ଇରାନ''ର ବାହାର ଗାନ୍ଧେହରୀ ଏବଂ ଜନପ୍ରିୟ ସାମ୍ବାଦିକା ମସିହ ଅଲିନେଜାଦ୍ ଏହାକୁ ଇରାନରେ ମହିଳାମାନଙ୍କ ଉପରେ ହେଉଥିବା ଲିଙ୍ଗଗତ "ବର୍ଣ୍ଣବୈଷମ୍ୟ" ବୋଲି କହିଛନ୍ତି।
ସେହିପରି ଆଇନ ବିଶେଷଜ୍ଞ ମୋଇନ ଖାଜାଲି କହିଛନ୍ତି ଯେ, ଇରାନର ନିଜସ୍ୱ ଆଇନରେ ମଧ୍ୟ ମହିଳାମାନଙ୍କ ଗୀତ ଗାଇବା ଅପରାଧ ନୁହେଁ, ଏବଂ ଏଭଳି ଦଣ୍ଡାଦେଶ ଆନ୍ତର୍ଜାତୀୟ ନିର୍ଯାତନା-ବିରୋଧୀ ନିୟମର ସମ୍ପୂର୍ଣ୍ଣ ଉଲ୍ଲଂଘନ ଅଟେ।
"