Arrested: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କୁ ବାନ୍ଧିଲା ଭିଜିଲାନ୍ସ
"ଜୟପୁର: କୋଟପାଡ଼ ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କୁ ଗିରଫ କରିଛି ଭିଜିଲାନ୍ସ।
ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ବାନ୍ଧିଛି ଭିଜିଲାନ୍ସ।
ସେ ୧୯୯୮ରେ ଜୟପୁର ଆମ୍ବାଗୁଡ଼ାସ୍ଥିତ ଅପରକୋଲାବ ଡିଭିଜନ୍ରେ କନିଷ୍ଠ ଯନ୍ତ୍ରୀ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ ସତ୍ୟନାରାୟଣ ସେଠୀ।
ପ୍ରାରମ୍ଭିକ ଦରମା ମାତ୍ର ୭ ହଜାର ଟଙ୍କା ଥିଲା।
୨୦୧୫ରେ ସହକାରୀ ଯନ୍ତ୍ରୀ ଏବଂ ୨୦୨୫ ଡିସେମ୍ବରରେ କୋଟପାଡ଼ ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇଥିଲେ।Advertisment ୨୭ ବର୍ଷର ଚାକିରି କାଳରେ କିନ୍ତୁ ବାବୁ ଠୁଳ କରିଛନ୍ତି ଅଚଳାଚଳ ସମ୍ପତ୍ତି ସହ ୪୯ ପ୍ଲଟ୍, ୧୪ ଏକର ଫାର୍ମ।
କୋଟି କୋଟି ଟଙ୍କାର ଜମି, ପ୍ଲଟ୍, କୋଠା, ସୁନା ରୁପା, ଘରକରଣା ସାମଗ୍ରୀରୁ ଆରମ୍ଭ କରି ବ୍ୟାଙ୍କ ବାଲାନ୍ସ।
ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସେଠୀଙ୍କ ଜୟପୁର ପାରାବେଡ଼ାସ୍ଥିତ ଭଡ଼ାଘର ସମେତ କୋରାପୁଟ, ଖୋର୍ଦ୍ଧା, କେନ୍ଦ୍ରାପଡ଼ାର ୭ଟି ସ୍ଥାନରେ ଚଢ଼ଉ କରିଛି।
ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ୭ ଡିଏସ୍ପି, ୯ ଇନ୍ସପେକ୍ଟର ଓ ୧୧ ଏଏସ୍ଆଇଙ୍କୁ ନେଇ ଗଠିତ ପୃଥକ ଟିମ୍ ଚଢ଼ଉରେ ସାମିଲ ହୋଇଛନ୍ତି।
୨ଟି ଫ୍ଲାଟ୍, ନଗଦ ୫.୪୮ ଲକ୍ଷ ଓ ୯୪୦ ଗ୍ରାମ ସୁନା ଠାବଅଢ଼େଇ କେଜି ରୁପା, ୬୦.୯୨ ଲକ୍ଷ ଜମା ରାଶି ମିଳିଲାଣି ଯାଞ୍ଚ ସମୟରେ ଘରୁ ନଗଦ ୫ ଲକ୍ଷ ୪୮ ହଜାର ଟଙ୍କା ସହିତ ୯୪୦.୬୬ ଗ୍ରାମ ସୁନା ଜବତ ହୋଇଛି।
ସେହିପରି ୨.୪୯୩ କେଜି ରୁପା, ଟାଟା ହାରିଅର କାର୍ ସହିତ ଖୋର୍ଦ୍ଧା ଜିଲ୍ଲା ଜଟଣୀ ମାଧିପୁର ମୌଜାରେ ୧୦୦୦ ବର୍ଗଫୁଟ ବିଶିଷ୍ଟ ୨ ବିଏଚ୍କେ ଫ୍ଲାଟ, ଜୟପୁର ପିଆରପେଟା ଗୋଲଡେନ୍ ହାଇଟସ୍ରେ ୨ ବିଏଚ୍କେ ଫ୍ଲାଟ, ବୋରିଗୁମ୍ମା ତାରାଗାଁ ମୌଜାରେ ୧୦.୩ ଏକରର ଫାର୍ମ ଏବଂ ନୀଳଗିରି ଗଛ ଲାଗିଥିବା ୪.୩୫ ଏକରର ଫାର୍ମ ଠାବ ହୋଇଛି।
ଜୟପୁର, କୋରାପୁଟ, ବୋରିଗୁମ୍ମା, ପଟାଙ୍ଗି, କୋଟପାଡ଼ରେ ୪୯ଟି ପ୍ଲଟ୍ ରହିଥିବା ତଦନ୍ତରୁ ଭିଜିଲାନ୍ସ ସ୍ପଷ୍ଟ ହୋଇଛି।
ବିଭିନ୍ନ ବ୍ୟାଙ୍କରେ ୬୦ ଲକ୍ଷ ୯୨ ହଜାର ୫୪୮ ଟଙ୍କା ଓ ୫ ଲକ୍ଷ ୫୨ ହଜାର ଟଙ୍କାର ଘରୋଇ ସାମଗ୍ରୀ ଠାବ କରିଛି ଭିଜିଲାନ୍ସ ଟିମ୍।
ଠାବ ହୋଇଥିବା ସମ୍ପତ୍ତି ମଧ୍ୟରେ ୧୭ଟି ବେନାମୀ ପ୍ଲଟ୍, ବେନାମୀ କାର, ବେନାମୀ ଫ୍ଲାଟ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଭିଜିଲାନ୍ସ ଏସ୍ପି ଏସ୍.ସୁଶ୍ରୀ।
"