Literature: କବିତା ଯୁଦ୍ଧ: କବି ରସାନନ୍ଦ ସାହୁଙ୍କ କଲମରୁ ନିଃସୃତ...
"ଯୁଦ୍ଧ ରସାନନ୍ଦ ସାହୁ କୋଉଠି ଯୁଦ୍ଧ ହେଉଥିବାର ଶୁଣିଲେଦେଖିଲେ, ଓଠରେ ମୋ ହସଟେ ସଞ୍ଚରିଯାଏ ନୀରୋର ବଂଶୀବାଦନ ପରି।Advertisment ସେ ପଢୁଛି ରାଶି ରାଶି ପୁରାଣ, ଧର୍ମଗ୍ରନ୍ଥ, ଇତିହାସ;ଶିଖୁନି କିଛି।
ଶିଖିବନି କିଛି ଯେଣୁ କ୍ଷମତା ମଦମତ୍ତଅଫିମ ନିଶାରେ ସେ ବେହୋସ୍, ଅଣାୟତ୍ତ, ରକ୍ତମୁଖା।
ଆହୁରି ପଢ଼ନ୍ତୁ- Over Price: ସରକାର ଅନ୍ୟ ଦଳର ନେତାମାନଙ୍କୁ କିଣିବାରେ ବ୍ୟସ୍ତ!: ଲୋକଙ୍କ ପାଇଁ ଅତ୍ୟାବଶ୍ୟକୀୟ ଜିନିଷ କିଣିବା କଷ୍ଟକର,ମହଙ୍ଗା ଦର ନେଇ ଖଡ୍ଗେଙ୍କ କଡ଼ା ସମାଲୋଚନା ରକ୍ତ ରକ୍ତକୁ ଡାକେବଢ଼ାଏ ଅଘୋର ଜିଦିସେ ହୁଏ ପାଗଳ, ଉନ୍ମାଦ, ଜହ୍ଲାଦ ଲକ୍ଷ ଲକ୍ଷ ଆର୍ତ୍ତ ଚିତ୍କାର,ନିଆଁ, ବିସ୍ଫୋରଣ, କୁଢ଼ କୁଢ଼ ଶବ,ସମୁଦ୍ରର କାନ୍ଦ,ଆକାଶର ଲୁହ କିଛି ବି ପହଞ୍ଚି ପାରେନି ତା କ୍ରୂର ହିଆକୁ।
ସେ କେବେ ବୁଝିବ ଯୁଦ୍ଧରେ ବିଜୟ ନାହିଁ ଅଛି ଖାଲି ପରାଜୟ,ନିର୍ବୋଧ ପାଗଳାମିରେ ଅନେକ କିଛିହରେଇବାର ଅସହାୟ, ବିବଶଅନୁତାପର ଶେଷହୀନ ପୁନରାବୃତ୍ତି!
ଇତିହାସର ଦୟାନଦୀ ଇତିହାସରେ ହିଁ ରହିଗଲା ଆହା!
ଆହୁରି ପଢ଼ନ୍ତୁ- NEET Stress Rises: ପୁନଃ-ନିଟ୍ ପରୀକ୍ଷା ପୂର୍ବରୁ ବଢୁଛି ମାନସିକ ଚାପ: ୩୭ ଦିନରେ ୧୨ ଜଣ ଶିକ୍ଷାର୍ଥୀଙ୍କ ଆତ୍ମହତ୍ୟାକୁ ନେଇ ଦେଶବ୍ୟାପୀ ଉଦବେଗ ମୋ ଭିତରେ ପ୍ରତି ନିୟତରେ ଯୁଦ୍ଧ ହିଁ ଯୁଦ୍ଧ,ତ ରାଣା ସଂଘଠାରୁ କାହିଁ କେତେ ଅଧିକ ମୋ ଦେହସାରା ଅଦୃଶ୍ୟ ନୋଳା, କଟାଦାଗ, କ୍ଷତଚିହ୍ନ,ଓଠରେ ବିଜୟର ମିଛିମିଛିକା ସାଫଲ୍ୟ।
ନିଜ ଦୁଃଖଠୁ ଆଉ କୋଉଠି ଦୁଃଖ ବଳେଇଥିବାର ଦେଖିଲେ ଆଶ୍ୱସ୍ତିର ବଂଶୀ ସୁରଟିଏ ଛାତି ଭିତରୁ କାହିଁକି ଶୁଣାଯାଏ ବୁଝିନି ଏଯାଏ!
ସେଇଥିପାଇଁ ବୋଧେ ଏ ଯୁଦ୍ଧ!
ମୋ: ୭୭୫୧୦୨୫୦୮୮ ଅଧିକ ଦେଖନ୍ତୁ- "