Iran: ଇରାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଇନ୍ଧନ ଟ୍ୟାଙ୍କର ବିସ୍ଫୋରଣ, ୧୧ ଜୀବନ୍ତ ଦଗ୍ଧ, ୭ ଆହତ

Sep 06, 2026 - 09:57
Iran: ଇରାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଇନ୍ଧନ ଟ୍ୟାଙ୍କର ବିସ୍ଫୋରଣ, ୧୧ ଜୀବନ୍ତ ଦଗ୍ଧ, ୭ ଆହତ

"ତେହେରାନ: ପଶ୍ଚିମ ଇରାନରେ ଏକ ସଡ଼କ ଦୁର୍ଘଟଣା ପରେ ଏକ ଇନ୍ଧନ ଟ୍ୟାଙ୍କର୍ ବିସ୍ଫୋରଣରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି।

ବିସ୍ଫୋରଣରେ ନିକଟରେ ଥିବା ଅନେକ ଯାନବାହନରେ ନିଆଁଲାଗିଯାଇଛି।

ଦୁର୍ଘଟଣାରେ ସାତ ଜଣ ଆହତ ମଧ୍ୟ ହୋଇଛନ୍ତି।

ସରକାରୀ ସମାଚାର ଏଜେନ୍ସି ଆଇଆରଆଇବି ଅନୁଯାୟୀ, କୁର୍ଦିସ୍ତାନ ପ୍ରଦେଶର ସାନନ୍ଦାଜ କାଉଣ୍ଟି ଏବଂ ହାମାଦାନ ପ୍ରଦେଶର ହାମାଦାନ କାଉଣ୍ଟି ମଧ୍ୟରେ ଇଣ୍ଟରସିଟି ରାସ୍ତାରେ ଏହି ଦୁର୍ଘଟଣା ଘଟିଛି।

Advertisment ନିକଟରେ ଚଳାଚଳ କରୁଥିବା ଅନେକ ଯାନରେ ମଧ୍ୟ ନିଆଁ କୁର୍ଦିସ୍ତାନ ମେଡ଼ିକାଲ ସାଇନ୍ସ ବିଶ୍ବବିଦ୍ୟାଳୟର ଜରୁରୀକାଳୀନ ଚିକିତ୍ସା ସେବାର ମୁ୍ଖ୍ୟ ବାବାକ୍ ହୋଦେଇ କହିଛନ୍ତି, ବିସ୍ଫୋରଣରେ ନିକଟରେ ଚଳାଚଳ କରୁଥିବା ଅନେକ ଯାନରେ ମଧ୍ୟ ନିଆଁ ଲାଗିଯାଇଥିଲା।

ଉଦ୍ଧାରକାରୀ ଦଳ ଆହତମାନଙ୍କୁ ସାନନ୍ଦଜର ଏକ ହସ୍ପିଟାଲକୁ ନେଇସାରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଘଟଣାସ୍ଥଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଟ୍ରେନ୍‌ର ଗତି ଧୀର: ଯାତ୍ରୀ ସୁରକ୍ଷିତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)