Indigo: ବିମାନର ସ୍ପିକର ବକ୍ସରୁ ୪.୨୭ କୋଟି ଟଙ୍କାର ସୁନା ଜବତ

Jun 14, 2026 - 22:48
Indigo: ବିମାନର ସ୍ପିକର ବକ୍ସରୁ ୪.୨୭ କୋଟି ଟଙ୍କାର ସୁନା ଜବତ

"ଅହମଦାବାଦ: ଅହମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଶୁକ୍ରବାର ଦୁବାଇରୁ ଆସିଥିବା ଇଣ୍ଡିଗୋ ବିମାନର ସ୍ପିକର ବକ୍ସରେ ଲୁଚାଇ ରଖାଯାଇଥିବା ୪.୨୬ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସୁନା ଜବତ କରାଯାଇଛି।

ଇଣ୍ଡିଗୋ ଫ୍ଲାଇଟ୍ ୬ଇ-୧୪୭୮ର ତଲାସି ସମୟରେ କଷ୍ଟମ୍ସ ଅଧିକାରୀମାନେ ବିମାନ ଇଞ୍ଜିନିୟରଙ୍କ ସହାୟତାରେ ବିମାନର ସମ୍ମୁଖ ଶୌଚାଳୟରେ ଅବସ୍ଥିତ ଏକ ସ୍ପିକର ବକ୍ସ ଭିତରେ କଳା ପ୍ଲାଷ୍ଟିକ୍ ଟେପ୍‌ରେ ଗୁଡ଼ାହୋଇଥିବା ଦୁଇଟି ପାଉଚ୍ ଉଦ୍ଧାର କରିଥିଲେ।

Advertisment ଯାଞ୍ଚ ପରେ ଅଧିକାରୀମାନେ ୨୪ଟି ୨୪ କ୍ୟାରେଟ୍‌ ଶୁଦ୍ଧତାର ସୁନା ବିସ୍କୁଟ୍ ଜବତ କରିଥିଲେ, ଯାହାର ଓଜନ ମୋଟ ୨,୭୯୯.୩ ଗ୍ରାମ୍ ଥିଲା।

ଜବତ ସୁନାର ମୂଲ୍ୟ ପ୍ରାୟ ୪.୨୭ କୋଟି ଟଙ୍କା ହେବ।

ଅଧିକାରୀଙ୍କ କହିବା ଅନୁଯାୟୀ, ଲୁଚାଇବା ଶୈଳୀରୁ ଜଣାପଡୁଛି ଯେ କଷ୍ଟମ୍ସ ଆକ୍ଟ, ୧୯୬୨ ଉଲ୍ଲଂଘନ କରି ଭାରତକୁ ଚୋରା ଚାଲାଣ ଉଦ୍ଦେଶ୍ୟରେ ଜଣେ ଅଜ୍ଞାତ ବ୍ୟକ୍ତି ସୁନାକୁ ଲୁଚାଇ ରଖିଥିଲେ।

କୌଣସି ଯାତ୍ରୀ କିମ୍ବା କର୍ମଚାରୀ ଏହି ସୁନାର ମାଲିକାନା ଦାବି କରିବାକୁ ଆଗେଇ ଆସି ନ ଥିଲେ।

ଅଧିକ ତଦନ୍ତ ଜାରି ରହିଛି।

ଆହୁରି ପଢ଼ନ୍ତୁ: Arabia Flight: ଯାନ୍ତ୍ରୀକ ତ୍ରୁଟି କାରଣରୁ ଜରୁରୀକାଳୀନ ଅବତରଣ କଲା ଏୟାର ଆରବିଆ ବିମାନ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।