Commonwealth games: ଭାରତୀୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦଳରେ ଅନିମେଷ କୁଜୁର
"ଭୁବନେଶ୍ବର: ଛତିଶଗଡ଼ ଜନ୍ମିତ ଓଡ଼ିଶା ଧାବକ ଅନିମେଷ କୁଜୁର ସ୍କଟ୍ଲାଣ୍ଡର ଗ୍ଲାସ୍ଗୋଠାରେ ଜୁଲାଇ ୨୩ରୁ ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ପ୍ରାଥମିକ ପର୍ଯ୍ୟାୟରେ ଘୋଷିତ ୩୨ ଜଣିଆ ଭାରତୀୟ ଆଥଲେଟିକ୍ସ ଦଳରେ ସ୍ଥାନ ପାଇଛନ୍ତି।
ତାଙ୍କ ସହିତ ନିକଟରେ ଦେଶର ଦ୍ରୁତତମ ଧାବକ ହେବାର ଗୌରବ ଅର୍ଜନ କରିଥିବା ଗୁରିନ୍ଦରବୀର ସିଂହ ମଧ୍ୟ ଦଳରେ ଅଛନ୍ତି।
ଅନିମେଷ ୨୦୦ ଏବଂ ଗୁରିନ୍ଦରବୀର ୧୦୦ ମିଟରରେ ଭାରତର ପ୍ରତିନିଧିତ୍ବ କରିବେ।
ଏହି ଦଳରେ ଦୁଇଟି ଅଲିମ୍ପିକ୍ସ ପଦକ ବିଜେତା ତଥା ହରିୟାଣାର କିଂବଦନ୍ତି ଜାଭଲିନ୍ ତାରକା ନୀରଜ ଚୋପ୍ରାଙ୍କୁ ସର୍ତ୍ତମୂଳକ ଭାବେ ଦଳରେ ନିଆଯାଇଛି।
Advertisment ଚୂଡ଼ାନ୍ତ ଚୟନ ତାଙ୍କ ଫିଟ୍ନେସ୍ ଏବଂ ଭାରତୀୟ ଦୌଡ଼କୁଦ ସଂଘ (ଏଏଫ୍ଆଇ)ର ମାନଦଣ୍ଡ ପୂରଣ ଉପରେ ନିର୍ଭରଶୀଳ ରହିବ।
ଅନିମେଷଙ୍କ ଚୟନ ରାଜ୍ୟର କ୍ରୀଡ଼ାପ୍ରେମୀଙ୍କ ପାଇଁ ଏକ ବଡ଼ ଖୁସିର ଖବର ହୋଇଥିବାବେଳେ ତାଙ୍କ ପ୍ରଦର୍ଶନ ଉପରେ ସମଗ୍ର ଓଡ଼ିଶାବାସୀଙ୍କ ନଜର ରହିବ।
ପିଠି ଆଘାତ କାରଣରୁ ୨୦୨୫ ବିଶ୍ୱ ଚାମ୍ପିଅନ୍ସିପ୍ ପରଠାରୁ ପ୍ରତିଦ୍ବନ୍ଦ୍ବିତାମୂଲକ ଜାଭଲିନ୍ରୁ ଦୂରେଇ ରହିଥିବା ନୀରଜ ଚୋପ୍ରା ଆଗାମୀ ୧୦ ଦିନ ମଧ୍ୟରେ ପ୍ରତିଯୋଗିତାକୁ ଫେରିବେ ବୋଲି ଆଶା କରାଯାଉଛି।
ତେବେ ରାଜ୍ୟଗୋଷ୍ଠୀ ଦଳରେ ସ୍ଥାନ ପକ୍କା କରିବା ପାଇଁ ତାଙ୍କୁ ୮୨.୬୧ ମିଟରର ଯୋଗ୍ୟତା ମାନ ଅତିକ୍ରମ କରିବାକୁ ପଡ଼ିବ।
ଆହୁରି ପଢ଼ନ୍ତୁ: Commonwealth: ରାଜ୍ୟଗୋଷ୍ଠୀ ଚେସ୍ ରନର୍ ଅପ୍: ସାତ୍ତ୍ବିକଙ୍କୁ ରୌପ୍ୟ ସହ ୩ ପଦକ ଦଳଘୋଷଣା ପୂର୍ବରୁ ଏଏଫ୍ଆଇ ଚୟନ କମିଟି ଅଧ୍ୟକ୍ଷ ଆଦିଲ୍ ସୁମରିୱାଲା କହିଛନ୍ତି ଯେ ନୀରଜ ବର୍ତ୍ତମାନ ସୁସ୍ଥ ଅଛନ୍ତି ଏବଂ ଖୁବ୍ ଶୀଘ୍ର ପ୍ରତିଯୋଗିତାରେ ଭାଗ ନେବେ।
ତାଙ୍କ ଆଗାମୀ ପ୍ରଦର୍ଶନକୁ ଆଧାର କରି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।
ନୀରଜଙ୍କ ଭଳି ଟ୍ରିପଲ୍ ଜମ୍ପର ସେଲ୍ଭା ପ୍ରଭୁଙ୍କ ଚୟନ ମଧ୍ୟ ତାଙ୍କ ଆଗାମୀ ପ୍ରଦର୍ଶନ ଉପରେ ନିର୍ଭର କରିବ।
ପୁରୁଷ ଦଳ: ଗୁରିନ୍ଦରବୀର ସିଂହ (୧୦୦ ମିଟର), ଅନିମେଷ କୁଜୁର (୨୦୦ ମିଟର), ନୀରଜ ଚୋପ୍ରା* (ଜାଭେଲିନ୍ ଥ୍ରୋ), ରୋହିତ ଯାଦବ (ଜାଭେଲିନ୍ ଥ୍ରୋ), ଯଶବୀର ସିଂହ (ଜାଭେଲିନ୍ ଥ୍ରୋ), ଲୋକେଶ ସତ୍ୟନାଥନ (ଲଙ୍ଗ ଜମ୍ପ), ଶ୍ରୀଶଙ୍କର (ଲଙ୍ଗ ଜମ୍ପ), ସେଲଭା ପ୍ରଭୁ* (ଟ୍ରିପଲ ଜମ୍ପ), ପ୍ରବୀଣ ଚିତ୍ରାଭେଲ (ଟ୍ରିପଲ ଜମ୍ପ), ସମରଦୀପ (ଶଟ୍ ପୁଟ୍), ତାଜିନ୍ଦରପାଲ ସିଂହ (ଶଟ୍ ପୁଟ୍).
ତେଜସ୍ୱିନ ଶଙ୍କର (ଡେକାଥଲନ୍ ଓ ହାଇ ଜମ୍ପ), ଗୁଲବୀର ସିଂହ (୫,୦୦୦ ମିଟର ଓ ୧୦,୦୦୦ ମିଟର), ଆଦର୍ଶ ରାମ (ହାଇ ଜମ୍ପ), ସର୍ବେଶ କୁଶାରେ (ହାଇ ଜମ୍ପ), ବିଶାଲ ଟି.କେ.
ରାଜେଶ ରମେଶ (ଉଭୟ ୪x୪୦୦ ମିଟର ମିକ୍ସଡ୍ ରିଲେ), ତେଜସ ଶିର୍ସେ (୧୧୦ ମିଟର ହର୍ଡଲ୍ସ), ସନ୍ତୋଷ ଟି. (୪୦୦ ମିଟର ହର୍ଡଲ୍ସ), ଯଶସ ପି. (୪୦୦ ମିଟର ହର୍ଡଲ୍ସ).
ଦେବ ମୀନା (ପୋଲ୍ ଭଲ୍ଟ), କୁଲଦୀପ କୁମାର (ପୋଲ୍ ଭଲ୍ଟ)।
ମହିଳା ଦଳ: ପାରୁଲ ଚୌଧୁରୀ (୩,୦୦୦ ମିଟର ଷ୍ଟିପଲଚେଜ୍ ଓ ୫,୦୦୦ ମିଟର), ସୀମା, ନିଧି (ଉଭୟ ଡିସ୍କସ୍ ଥ୍ରୋ), ପୂଜା (ହାଇ ଜମ୍ପ), ମନପ୍ରୀତ କୌର (ସଟ୍ ପୁଟ୍), ରବିନା , ପ୍ରିୟଙ୍କା (ଉଭୟ ୧୦,୦୦୦ ମିଟର ରେସୱାକ୍), ଅନ୍ସା ବାବୁ , ରଶଦୀପ କୌର, ନୀରୁ ପାଠକ ( ତିନିହେଁ ୪x୪୦୦ ମିଟର ମିକ୍ସଡ୍ ରିଲେ)।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।