India’s Army: ସେନାର ଅତ୍ୟାଧୁନିକୀକରଣ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବକୁ ମଞ୍ଜୁରୀ

Sep 08, 2026 - 09:45
India’s Army: ସେନାର ଅତ୍ୟାଧୁନିକୀକରଣ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବକୁ ମଞ୍ଜୁରୀ

"ନୂଆଦିଲ୍ଲୀ: ଭାରତୀୟ ସ୍ଥଳସେନା, ନୌସେନା ଓ ବାୟୁସେନାର ଯୁଦ୍ଧ କ୍ଷମତା ଏବଂ ପ୍ରତିରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ପକ୍ଷରୁ ପ୍ରାୟ ୧.୧୦ ଲକ୍ଷ କୋଟି ଟଙ୍କାର ବିଭିନ୍ନ କ୍ରୟ ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦେଶର ତିନି ସେନା ବାହିନୀ ପାଇଁ ଆବଶ୍ୟକୀୟ ଅତ୍ୟାଧୁନିକ ସାମରିକ ସରଞ୍ଜାମ କ୍ରୟ ନେଇ ସବୁଜ ସଙ୍କେତ ଦିଆଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଅନୁମୋଦିତ ମୋଟ କ୍ରୟ ପ୍ରସ୍ତାବର ପାଖାପାଖି ୯୮ ପ୍ରତିଶତ ସାମଗ୍ରୀ ଭାରତୀୟ ଉଦ୍ୟୋଗଗୁଡ଼ିକରୁ ସଂଗ୍ରହ କରାଯିବ, ଯାହା ଦେଶର ଘରୋଇ ପ୍ରତିରକ୍ଷା ନିର୍ମାଣ କ୍ଷେତ୍ର ''ଆତ୍ମନିର୍ଭର ଭାରତ''କୁ ଏକ ବଡ଼ ପ୍ରୋତ୍ସାହନ ଯୋଗାଇବ।Advertisment ୯୮% ସାମଗ୍ରୀ ଭାରତୀୟ ଶିଳ୍ପରୁ କ୍ରୟ କରିବେ ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ସ୍ଥଳସେନା ପାଇଁ ''ସିବିଆରଏନ୍'' ରେକନାଇସାନ୍ସ ଭେହିକିଲ୍, ହାଇ ମୋବିଲିଟି ଭେହିକିଲ୍, ସେଲ୍ଫ-ପ୍ରୋପେଲ୍ଡ୍ ମେକାନିକାଲ୍ ମାଇନ୍ ଲେୟାର, ଆଡଭାନ୍ସଡ୍ ଲାଇଟ୍ ହେଲିକପ୍ଟର, ଟ୍ରଲ୍ ଟ୍ୟାଙ୍କ ଏବଂ ''ସର୍ବତ୍ର'' ବ୍ରିଜ୍ ସିଷ୍ଟମ କ୍ରୟ ପାଇଁ ମଞ୍ଜୁରୀ ମିଳିଛି।

ସିବିଆରଏନ୍ ଗାଡ଼ିଗୁଡ଼ିକ ରାସାୟନିକ, ଜୈବିକ, ବିକିରଣ ଏବଂ ପରମାଣୁ ପ୍ରଦୂଷିତ ଅଞ୍ଚଳଗୁଡ଼ିକୁ ଚିହ୍ନଟ ଓ ନଜର ରଖିବାରେ ସାହାଯ୍ୟ କରିବ।

ସେହିପରି ମାଇନ୍ ଲେୟାର ଏବଂ ସର୍ବତ୍ର ବ୍ରିଜ୍ ସିଷ୍ଟମ୍ ଦୁର୍ଗମ ସୀମାନ୍ତ ଅଞ୍ଚଳରେ ସେନାର ଗତିବିଧି ଓ ଯୁଦ୍ଧ କୌଶଳକୁ ଅଧିକ କ୍ରିୟାଶୀଳ କରିବ।

ନୌସେନା ପାଇଁ ବାୟୁସେନା ଘାଟିରେ ମୁତୟନ ପୁରୁଣା ସିଷ୍ଟମ୍ ବଦଳରେ ଅତ୍ୟାଧୁନିକ ''ଆରୁଦ୍ର'' ରାଡାର ଏବଂ ସ୍ୱଦେଶୀ ମେରାଇନ୍ ଗ୍ୟାସ୍ ଟର୍ବାଇନ୍ ର ନିର୍ମାଣ ଓ କ୍ରୟ ପ୍ରସ୍ତାବକୁ ଅନୁମୋଦନ ମିଳିଛି, ଯାହା ଯୁଦ୍ଧପୋତ ଚାଳନା କ୍ଷେତ୍ରରେ ବିଦେଶୀ ନିର୍ଭରଶୀଳତା ହ୍ରାସ କରିବ।

ଅପରପକ୍ଷରେ, ବାୟୁସେନାର ଯୁଦ୍ଧବିମାନ, ପରିବହନ ବିମାନ ଓ ହେଲିକପ୍ଟର କ୍ଷମତା ବୃଦ୍ଧି ସହ ଶତ୍ରୁପକ୍ଷର ରାଡାର ନେଟୱର୍କକୁ ନିଷ୍କ୍ରିୟ କରିବା ପାଇଁ ''ଗ୍ରାଉଣ୍ଡ-ବେସଡ୍ ମଲ୍ଟି-ପର୍ପସ୍ ଜାମର'' ଏବଂ ସୁରକ୍ଷିତ ପ୍ରବେଶ ପାଇଁ ସ୍ମାର୍ଟକାର୍ଡ-ଆଧାରିତ ସିଷ୍ଟମ୍ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଏହି ପ୍ରକଳ୍ପର ଶିଳାନ୍ୟାସ ୨୦୨୧ରେ କରାଯାଇଥିଲା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)