India vs New Zealand 1st Test Ends in Draw: ୭୨୦ ରନ୍ ବି କାମ ଦେଲାନି! ଭାରତର ବିଜୟ ସ୍ୱପ୍ନ ଭାଙ୍ଗିଲେ ମିଚେଲ୍-ଫିଲିପ୍ସ

Nov 23, 2026 - 12:55
India vs New Zealand 1st Test Ends in Draw: ୭୨୦ ରନ୍ ବି କାମ ଦେଲାନି! ଭାରତର ବିଜୟ ସ୍ୱପ୍ନ ଭାଙ୍ଗିଲେ ମିଚେଲ୍-ଫିଲିପ୍ସ

ୱେଲିଂଟନରେ ରୋମାଞ୍ଚକର ଲଢ଼େଇ ପରେ ଡ୍ର'ରେ ଶେଷ ହେଲା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍।

ଶେଷ ଦିନରେ ଭାରତୀୟ ବୋଲରଙ୍କ ବିଜୟ ଆଶାକୁ ଧୂଳିସାତ୍ କରିଦେଲେ ନ୍ୟୁଜିଲାଣ୍ଡର ଗ୍ଲେନ୍ ଫିଲିପ୍ସ ଓ ଡାରିଲ୍ ମିଚେଲ୍।

ଦୁଇ ଖେଳାଳିଙ୍କ ଦୃଢ଼ ବ୍ୟାଟିଂ ଆଗରେ ଫିକା ପଡ଼ିଗଲା ଭାରତୀୟ ବୋଲରଙ୍କ ଉଦ୍ୟମ।

ପଞ୍ଚମ ଦିନର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୧୨୦ ଓଭରରେ ୫ ୱିକେଟ୍ ହରାଇ ୨୩୯ ରନ୍ କରିଥିଲା।

Advertisment ଶେଷରେ ଉଭୟ ଦଳର ଖେଳାଳି ହାତ ମିଳାଇବା ସହ ମ୍ୟାଚ୍ ଡ୍ର'ରେ ଶେଷ କରିଥିଲେ ।

ତେବେ ଶେଷ ଦିନର ଖେଳ ଆରମ୍ଭରୁ ଭାରତର ପଲ୍ଲା ଭାରୀ ରହିଥିଲା।

ୱାଶିଂଟନ୍ ସୁନ୍ଦର ଡେଭନ୍ କନୱେଙ୍କୁ ଏବଂ ପ୍ରସିଦ୍ଧ କୃଷ୍ଣ ରାଚିନ୍ ରବିନ୍ଦ୍ରଙ୍କୁ ଆଉଟ୍ କରି ନ୍ୟୁଜିଲାଣ୍ଡକୁ ଦୁଇଟି ବଡ଼ ଝଟକା ଦେଇଥିଲେ।

କନୱେ ୬୫ ଏବଂ ରାଚିନ୍ ୩୭ ରନ୍ କରି ପ୍ୟାଭିଲିୟନ ଫେରିଥିଲେ।

ଏହାପରେ ବିଜୟ ପାଇଁ ଭାରତକୁ ଆଉ ୫ଟି ୱିକେଟ୍ ଆବଶ୍ୟକ ଥିଲା।

କିନ୍ତୁ କ୍ରିଜ୍ ରେ ଜମି ରହିଥିବା ମିଚେଲ୍ ଓ ଫିଲିପ୍ସ ଭାରତୀୟ ବୋଲରଙ୍କୁ ଆଉ କୌଣସି ସୁଯୋଗ ଦେଇନଥିଲେ।

ପ୍ରଥମ ଇନିଂସରେ ଭାରତ ୯ ୱିକେଟ୍ ହରାଇ ୭୨୦ ରନ୍ କରି ପାଳି ଘୋଷଣା କରିଥିଲା।

ଫଳରେ ଭାରତକୁ ୩୫୨ ରନର ବିଶାଳ ଅଗ୍ରଣୀ ମିଳିଥିଲା।

ଅନ୍ୟପଟେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୩୬୮ ରନ୍ କରି ଅଲ୍ ଆଉଟ୍ ହୋଇଥିଲା।

ଦ୍ୱିତୀୟ ଇନିଂସରେ ଚତୁର୍ଥ ଦିନ ଶେଷ ସୁଦ୍ଧା ଦୁଇ ୱିକେଟ୍ ହରାଇ ୧୧୯ ରନ୍ କରିଥିବା କିୱି ଦଳ ପଞ୍ଚମ ଦିନରେ ଭାରତୀୟ ବିଜୟ ଆଶାରେ ପାଣି ପକାଇ ମ୍ୟାଚ୍ କୁ ଡ୍ର'ରେ ଶେଷ କରିଥିଲା।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)