ସୁନା-ରୂପା ଦରରେ ସାମାନ୍ୟ ବୃଦ୍ଧି

Nov 23, 2026 - 13:04
ସୁନା-ରୂପା ଦରରେ ସାମାନ୍ୟ ବୃଦ୍ଧି

ଭୁବନେଶ୍ୱର : ଲଗାତାର ଏକ ସପ୍ତାହ ଧରି ସୁନା-ରୁପା ଦର ହ୍ରାସ ପାଉଥିବାବେଳେ ଆଜି ସାମାନ୍ୟ ବୃଦ୍ଧି ପାଇଛି ଦର । ସୋମବାର ଭାରତୀୟ ବଜାରରେ ଉଭୟ ମୂଲ୍ୟବାନ ଧାତୁର ଦରରେ ବୃଦ୍ଧି ରେକର୍ଡ ହୋଇଛି। ଆମେରିକାର ଫେଡେରାଲ ରିଜର୍ଭ ସୁଧହାରକୁ ନେଇ ନରମ ଆଭିମୁଖ୍ୟ ଦେଖାଇବାର ସଙ୍କେତ ଦେବା ପରେ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ଓ ରୁପା ଚମକ ବଢ଼ିଛି ।
 
ଆଜି କେତେ ରହିଛି ସୁନା ଓ ରୁପା ଦର: ସୋମବାର ଭାରତରେ ୧୦ ଗ୍ରାମ ସୁନାର ଦର :
 
୨୪ କ୍ୟାରେଟ୍ ସୁନା,୧୦ ଗ୍ରାମ ପ୍ରତି - ₹୧,୨୬,୫୬୦ ଏବଂ ୨୨କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି -୧,୧୬,୦୧୦ ଟଙ୍କା ରହିଛି 
ସେହିଭଳି ୧୮ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି - ₹୯୪,୯୨୦ ଟଙ୍କା ରହିଛି । ସେହିଭଳି ରୂପା (୯୯୯ ଶୁଦ୍ଧତା) ୧ କିଲୋଗ୍ରାମ ପ୍ରତି ଦର ₹୧,୭୪,୯୦୦ ଟଙ୍କାରେ ସ୍ଥିର ରହିଛି ।
 
ସୂଚନାନୁସାରେ, ଏହା କେବଳ ମୂଳ ବଜାର ଦର । ଗହଣା କିଣିବା ସମୟରେ ଏଥିରେ ୩% GST ଏବଂ ଗଢ଼ା ମଜୁରୀ ଅଲଗା ଭାବରେ ଯୋଡ଼ାଯିବ।
 
ସୋମବାର ସକାଳ ସୁଦ୍ଧା ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ଦରରେ ଜବରଦସ୍ତ ବୃଦ୍ଧି ଦେଖାଦେଇଛି । ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ସ୍ପଟ୍ ଗୋଲ୍ଡ ଦର ୧.୧ ପ୍ରତିଶତ ବୃଦ୍ଧି ପାଇ ପ୍ରତି ଆଉନ୍ସ ୩,୫୭୮.୨୪ ଡଲାରରେ ପହଞ୍ଚିଛି। ଅନ୍ୟପଟେ, ଗତ ସପ୍ତାହରେ ୧୫ ପ୍ରତିଶତ ହ୍ରାସ ପାଇଥିବା ରୁପା ଦର ମଧ୍ୟ ୨.୬ ପ୍ରତିଶତ ବଢ଼ି ପ୍ରତି ଆଉନ୍ସ ୪୨.୨୧ ଡଲାର ହୋଇଛି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)