21 JUNE 2026

Welcome!

Unlock your personalized experience.
Sign Up

India vs Afghanistan ODI: ଚେନ୍ନାଇରେ ଚମକିଲେ ରୋହିତ; କ୍ରମାଗତ ନେଲେ ୩ଟି କ୍ୟାଚ୍‌

Jun 20, 2026 - 18:44
India vs Afghanistan ODI: ଚେନ୍ନାଇରେ ଚମକିଲେ ରୋହିତ; କ୍ରମାଗତ ନେଲେ ୩ଟି କ୍ୟାଚ୍‌

ଚେନ୍ନାଇ: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଶନିବାର ଦିନିକିଆ ଶୃଙ୍ଖଳାର ତୃତୀୟ ମୁକାବିଲାରେ ଅଭିଜ୍ଞ ବ୍ୟାଟର ରୋହିତ ଶର୍ମା ନିଜର ଚମକପ୍ରଦ ଫିଲ୍ଡିଂ କରି ଚର୍ଚ୍ଚାକୁ ଆସିଛନ୍ତି। ୩୯ ବର୍ଷୀୟ ରୋହିତ ସ୍ଲିପ୍‌ରେ ଲଗାତାର ୩ଟି କ୍ୟାଚ୍‌ ନେଇ ଆଫଗାନିସ୍ତାନର ୩ଜଣ ବ୍ୟାଟରଙ୍କୁ ପାଭିଲିଅନର ରାସ୍ତା ଦେଖାଇଛନ୍ତି। ତାଙ୍କର ବୟସ ସିନା ବଢ଼ିଛି, କିନ୍ତୁ ସେ ଫିଟ୍‌ନେସ ମଜବୁତ ଅଛି ବୋଲି ସେ ପ୍ରମାଣିତ କରିଛନ୍ତି। 

ବଡ଼ କଥା ହେଲା ଯେ, ରୋହିତ ଶର୍ମା ଯେଉଁ ୩ଟି କ୍ୟାଚ୍‌ ଧରିଛନ୍ତି, ସେହିସବୁ ବୋଲର ପ୍ରସିଦ୍ଧ କୃଷ୍ଣାଙ୍କ ବଲ୍‌ ମାଧ୍ୟମରେ ଆସିଥିଲା। ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ପ୍ରସିଦ୍ଧ କୃଷ୍ଣାଙ୍କ ଦମଦାର ବୋଲିଂ ଏବଂ ରୋହିତ ଶର୍ମାଙ୍କର କ୍ୟାଚିଂ ଆଫଗାନିସ୍ତାନର ଶୀର୍ଷ କ୍ରମର ବ୍ୟାଟିଂକୁ ଧରାଶାୟୀ କରିଦେଇଥିଲା। 

Rohit Sharma: ପତଳା ହେଉଛନ୍ତି ରୋହିତ ଶର୍ମା, ନିଜ ଫିଟ୍‌ନେସ୍‌ ଉପରେ ଦେଉଛନ୍ତି ବିଶେଷ ଧ୍ୟାନ

ଆଫଗାନିସ୍ତାର ଇନିଂସ ଆରମ୍ଭରେ ପ୍ରସିଦ୍ଧ କୃଷ୍ଣା ରହମାନୁଲ୍ଲା ଗୁରବାଜଙ୍କୁ ଆଉଟ୍‌ କରିଛନ୍ତି। ବଲ୍‌ ଗୁରବାଜଙ୍କ ବ୍ୟାଟର ବାହାରେ ଲାଗିଥିଲା ଏବଂ ପ୍ରଥମ ସ୍ଲିପରେ ଥିବା ରୋହିତ ଶର୍ମାଙ୍କ ନିକଟରେ ପହଞ୍ଚି ଥିଲା। ଏହା ପରେ ରହମତ ଶାହ କ୍ରିଜକୁ ଆସିଥିଲେ। ସେ ଗୋଟିଏ ଚୌକା ମାରିବା ପରେ ଲୟରେ ଥିଲେ। କିନ୍ତୁ ପ୍ରସିଦ୍ଧ କୃଷ୍ଣା ତାଙ୍କୁ ମଧ୍ୟ ବେଶୀ ସମୟରେ କ୍ରିଜରେ ରହିବାକୁ ସୁଯୋଗ ଦେଇ ନଥିଲେ। ଅଫ୍‌ ଷ୍ଟମ୍‌ପରେ ଥିବା ବଲ୍‌କୁ ଗୁରବାଜ ଖେଳିବାକୁ ଉଦ୍ୟମ କରିଥିଲେ, ଯାହା ରୋହିତଙ୍କ ହାତରେ ପହଞ୍ଚି ଥିଲା। ସେହିପରି ଭାବେ ଇବ୍ରାହିମ ଜରଦାନଙ୍କୁ ମଧ୍ୟ ପ୍ରସିଦ୍ଧ କୃଷ୍ଣା ଫସାଇଥିଲେ। ଇବ୍ରାହିମ ଖେଳି ଥିବା ବଲ୍‌ ଯାଇ ରୋହିତ ଶର୍ମାଙ୍କ ହାତରେ ପହଞ୍ଚି ଥିଲା। କ୍ରମାଗତ କ୍ୟାଚ୍‌ ନେବା ପରେ ରୋହିତଙ୍କ ପ୍ରଶଂସକମାନେ ଉତ୍ସାହିତ ହୋଇଥିଲେ। 

ସୂଚନାଯୋଗ୍ୟ, ଆଫଗାନିସ୍ତାନ ୫ ରନ୍‌ରେ ରହମାନୁଲ୍ଲା, ୨୬ ରନ୍‌ରେ ରହମତ ଶାହ ଏବଂ ୨୮ରନ୍‌ରେ ଇବ୍ରାହିମଙ୍କୁ ହରାଇଥିଲା। ସେହିପରି ୩୬ ରନ୍‌ରେ ଡାରୱିସ ରାସୋଲି ଆଉଟ୍‌ ହୋଇଥିଲେ। ତେବେ ଆଫଗାନିସ୍ତାନ ୫ମ ୱିକେଟରେ ୧୦୫ ରନ୍‌ କରିଥିଲା। ଆଜମାତୁଲ୍ଲା ଓମାରଜାଇ ଏବଂ ହସମତୁଲ୍ଲା ସାହିଦୀ ଏହି ସ୍କୋର କରିଥିଲେ।