Cockroach Party: ଯନ୍ତର ମନ୍ତରଠାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ କକ୍ରୋଚ ଜନତା ପାର୍ଟିର ଆନ୍ଦୋଳନ

Jun 20, 2026 - 18:44
Cockroach Party: ଯନ୍ତର ମନ୍ତରଠାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ କକ୍ରୋଚ ଜନତା ପାର୍ଟିର ଆନ୍ଦୋଳନ

"ନୂଆଦିଲ୍ଲୀ: ଅଭିଜିତ ଦୀପ୍‌କେଙ୍କ କକ୍ରୋଚ ଜନତା ପାର୍ଟି (ସିଜେପି) ପକ୍ଷରୁ ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ପୁଣି ଥରେ ବଡ଼ଧରଣର ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଛି।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଶହ ଶହ ଆନ୍ଦୋଳନକାରୀ ଥାଳି ଓ ଚାମଚ ବାଡ଼େଇ ପ୍ରତିବାଦ କରିଛନ୍ତି।

ଶନିବାର ଅପରାହ୍ଣ ୧ଟାରୁ ଆନ୍ଦୋଳନ ଆରମ୍ଭ ହୋଇଥିଲା।

ଜୁନ୍‌ ୬ ତାରିଖ‌ରେ ସିଜେପି ଯନ୍ତରମନ୍ତରଠାରେ ଆନ୍ଦୋଳନ କରିଥିବାବେଳେ ଦ୍ବିତୀୟ ଥର ପାଇଁ ଶନିବାର ଦୀପକେଙ୍କ ନେତୃତ୍ବରେ ଆନ୍ଦୋଳନ ହୋଇଛି।Advertisment ଚେନ୍ନାଇରେ ଚମକିଲେ ରୋହିତ; କ୍ରମାଗତ ନେଲେ ୩ଟି କ୍ୟାଚ୍‌ ସିଜେପି ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଓ ଛାତ୍ରଙ୍କ ଆତ୍ମହତ୍ୟା ବିରୋଧରେ ଇଣ୍ଟରନେଟ୍ ମାଧ୍ୟମରେ ପ୍ରଚାର ଅଭିଯାନକୁ ଜୋରଦାର କରିବା ସହିତ ସମର୍ଥକମାନଙ୍କୁ ଥାଳି ଓ ଚାମଚ ଆଣିବାକୁ ଅନୁରୋଧ କରିଥିଲେ।

ପୁଣେ, ଲକ୍ଷ୍ନୌ, ଅମୃତସର, ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ଜୟପୁରରେ ସମାନ ଭାବେ ପ୍ରତିବାଦ ଆୟୋଜନ କରାଯାଇଥିଲା।

ମୋଦୀଙ୍କ ଆହ୍ବାନକୁ ସମାଲୋଚନା କୋଭିଡ ସମୟରେ ଥାଳି ବାଡ଼େଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକୁ ସମାଲୋଚନା କରି ଦୀପ୍‌କେ ମଜାରେ କହିଥିଲେ, ୟୁନେସ୍କୋ ଗବେଷଣା ଦର୍ଶାଇଛି ଯେ ଥାଳି ବାଜିବା ଦ୍ୱାରା ସୃଷ୍ଟି ହେଉଥିବା କମ୍ପନ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିପାରେ, ଯେପରି ସେମାନେ କୋଭିଡ-୧୯ ମହାମାରୀ ସମୟରେ କରିଥିଲେ।

ସିଜେପି ମୁଖପାତ୍ର ସୌରଭ ଦାସ କଳାକାର ଓ ଗାୟକମାନଙ୍କୁ ବିକ୍ଷୋଭ ପ୍ରଦର୍ଶନରେ ଯୋଗଦେବାକୁ ଅନୁରୋଧ କରିଥିଲେ।

ଗତକାଲି ଦୀପ୍‌କେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ଏକ ଖୋଲା ଚିଠି ଲେଖି ନିଟ୍‌ ପରୀକ୍ଷା ବିବାଦ ଭିତରେ ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ପରିବାରକୁ ଏକ କୋଟି ଟଙ୍କାର ସହାୟତା ଦେବାକୁ ଦାବି କରିଥିଲେ।

"