voice of the world: ସ୍ବର ସଂସାର: ଓଡ଼ିଆ ସଂଗୀତ ମୋର ପ୍ରଥମ ପରିଚୟ

Jun 21, 2026 - 06:20
voice of the world: ସ୍ବର ସଂସାର: ଓଡ଼ିଆ ସଂଗୀତ ମୋର ପ୍ରଥମ ପରିଚୟ

"ଓଡ଼ିଆ ସଂଗୀତ ଜଗତରେ ସ୍ବକୀୟ ଗାୟନ ଜରିଆରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି କଣ୍ଠଶିଳ୍ପୀ ବିଷ୍ଣୁମୋହନ କବି।

୨୦୦୦ରୁ ଅଧିକ ଗୀତରେ କଣ୍ଠଦାନ କରିଥିବା ବିଷ୍ଣୁମୋହନ କେବଳ ଜଣେ ସୁଗାୟକ ନୁହନ୍ତି, ଜଣେ ସଫଳ ସଂଗୀତ ନିର୍ଦ୍ଦେଶକ ଓ ମଞ୍ଚ ଶିଳ୍ପୀ ମଧ୍ୟ।

ବିଷ୍ଣୁମୋହନଙ୍କ ସଂଗୀତ ଯାତ୍ରାର ଆରମ୍ଭ ହୋଇଥିଲା ତାଙ୍କ ପରିବାରରୁ।

ସେ କହନ୍ତି, ତାଙ୍କ ମା" ସ୍ନେହଲତା ଓ ବାପା ସ୍ବର୍ଗତ ମଧୁସୂଦନ କବି ସଂଗୀତ ସହ ଜଡ଼ିତ ଥିବାରୁ ଘରେ ସଂଗୀତର ବାତାବରଣ ଥିଲା।

ପିଲାଦିନୁ ଭଜନ, ଜଣାଣ ଓ ଲୋକଗୀତ ଶୁଣି ସଂଗୀତ ପ୍ରତି ଆଗ୍ରହ ବଢ଼ିଥିଲା।

ପରେ ଗୁରୁଜନଙ୍କ ଆଶୀର୍ବାଦ ଓ ପରିବାରର ସହଯୋଗରେ ସେ ଗୁରୁ ହରେକୃଷ୍ଣ ବେହେରା କଲେଜ୍‌ ଅଫ୍‌ ଆର୍ଟ ଆଣ୍ଡ୍‌ କଲ୍‌ଚର୍‌ରେ ସଂଗୀତ ଶିକ୍ଷା କରି ଏ କ୍ଷେତ୍ରରେ ପ୍ରବେଶ କରିଥିଲେ।Advertisment Long live life: ଜୀବନ ଜିନ୍ଦାବାଦ୍‌: ଆଉ ଜଣେ ପାଞ୍ଚଟଙ୍କିଆ ଡାକ୍ତର ଭଜନ, ଆଧୁନିକ ଓ ସିନେଗୀତ-ସଂଗୀତର ସବୁ ଧାରାରେ ସକ୍ରିୟ ବିଷ୍ଣୁମୋହନଙ୍କ ବହୁ ଗୀତ ଶ୍ରୋତା ମହଲରେ ଲୋକପ୍ରିୟ ହୋଇଛି। "ଇସ୍କ ତୁ ହି ତୁ", "ରୁଦ୍ର", "ବାଚେଲର୍‌", "ଜବରଦସ୍ତ ପ୍ରେମିକ", "ନୂଆ ନୂଆ ପ୍ରେମ" ଓ "କିଏ ଦେବ ଟକ୍କର" ଭଳି ୧୫୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ତାଙ୍କ କଣ୍ଠର ଯାଦୁ ଶୁଣିବାକୁ ମିଳିଛି।

ଏହାସହ ସେ ମରାଠୀ ଚଳଚ୍ଚିତ୍ର "ପାଟିଲ୍‌"ରେ ମଧ୍ୟ ଗୀତ ଗାଇଛନ୍ତି।

କେବଳ ଗାୟକ ଭାବେ ନୁହନ୍ତି, ସଂଗୀତ ନିର୍ଦ୍ଦେଶକ ଭାବେ ମଧ୍ୟ ବିଷ୍ଣୁମୋହନଙ୍କ ଅବଦାନ ଉଲ୍ଲେଖନୀୟ।

ବର୍ତ୍ତମାନ ସେ ୮ରୁ ୯ଟି ଓଡ଼ିଆ ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଦେଇ ସାରିଛନ୍ତି।

ଏଥିସହ ଇଂରାଜୀ ଚଳଚ୍ଚିତ୍ର "ହ୍ବିଲ୍‌ସ ଅଫ୍‌ ସିଭିଲାଇଜେସନ୍‌" ପାଇଁ ମଧ୍ୟ ସେ ସଂଗୀତ ପ୍ରସ୍ତୁତ କରିଛନ୍ତି।

ତରଙ୍ଗ ସିନେ ପ୍ରଡକ୍ସନ୍‌ରେ ପ୍ରସାରିତ "ମୁଖା" ଚଳଚ୍ଚିତ୍ରର ସଂଗୀତ ମଧ୍ୟ ତାଙ୍କ ଦ୍ୱାରା ପ୍ରସ୍ତୁତ।

ବର୍ତ୍ତମାନ ବିଷ୍ଣୁମୋହନ ନୂଆ ଗୀତର ରେକର୍ଡିଂ, ମଞ୍ଚ କାର୍ଯ୍ୟକ୍ରମ ଓ ନୂଆ ପ୍ରତିଭାମାନଙ୍କୁ ସଂଗୀତ ଶିକ୍ଷା ଦେବାରେ ବ୍ୟସ୍ତ ଅଛନ୍ତି।

ସଂଗୀତ ବ୍ୟତୀତ ପୁସ୍ତକ ପଢ଼ିବା, ଭ୍ରମଣ କରିବା ଓ ପରିବାର ସହ ସମୟ ବିତାଇବା ତାଙ୍କର ଅନ୍ୟତମ ରୁଚି।

Pranayama: ସୁସ୍ଥ ଜୀବନର ସରଳ ପଥ ପ୍ରାଣାୟାମ ସଂପ୍ରତି ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ପିଏଚ୍‌ଡି କରୁଥିବା ବିଷ୍ଣୁମୋହନ କହନ୍ତି, ""ଭଲ ସୁଯୋଗ ମିଳିଲେ ଅନ୍ୟ ଭାଷାରେ କାମ କରିବାକୁ ଇଚ୍ଛା ଅଛି।

କିନ୍ତୁ ଓଡ଼ିଆ ସଂଗୀତ ହିଁ ମୋର ପ୍ରଥମ ପରିଚୟ।

ଶ୍ରୋତାଙ୍କ ଭଲପାଇବା ମୋ ପାଇଁ ସବୁଠାରୁ ବଡ଼ ପ୍ରାପ୍ତି।

ଅବସୋସ ବଦଳରେ ମୋତେ ଆଗକୁ ବଢ଼ିବାର ପ୍ରେରଣା ସର୍ବଦା ଉତ୍ସାହିତ କରିଥାଏ।"""