India Power: ଏସିଆର ତୃତୀୟ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଭାରତର ସ୍ଥାନ ଅକ୍ଷୁଣ୍ଣ; ଚୀନ୍ ସହ ଶକ୍ତି ବ୍ୟବଧାନ କମିଲା
ନୂଆଦିଲ୍ଲୀ: ଏସିଆ ମହାଦେଶରେ ଭାରତର ପ୍ରଭାବ ଓ ଶକ୍ତି ବୃଦ୍ଧି ପାଉଛି।
ଏସିଆର ତୃତୀୟ ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଭାରତ ନିଜର ସ୍ଥାନ ବଜାୟ ରଖିଥିବା ବେଳେ ଆଞ୍ଚଳିକ ନେତାଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ସବୁଠାରୁ ପ୍ରଭାବଶାଳୀ ନେତା ଭାବେ ମାନ୍ୟତା ପାଇଛନ୍ତି।
ଲୋୱି ଇନଷ୍ଟିଚ୍ୟୁଟ୍ ପକ୍ଷରୁ ପ୍ରକାଶିତ ୨୦୨୬ ଏସିଆ ପାୱାର ଇଣ୍ଡେକ୍ସରେ ଏହି ତଥ୍ୟ ସାମ୍ନାକୁ ଆସିଛି।
Advertisment ସୂଚକାଙ୍କ ଅନୁସାରେ, ୧୦୦ ମଧ୍ୟରୁ ଭାରତର ଶକ୍ତି ସ୍କୋର ୪୦.୫ ରହିଛି, ଯାହାକି ଭାରତର ବର୍ଦ୍ଧିତ ପ୍ରଭାବକୁ ଦର୍ଶାଇଛି।
ଗତବର୍ଷ ତୁଳନାରେ ଏଥିରେ ୦.୫ ପଏଣ୍ଟ ବୃଦ୍ଧି ହୋଇଛି।
ଏହି ତାଲିକାରେ ଆମେରିକା ୭୮.୯ ପଏଣ୍ଟ ସହ ପ୍ରଥମ ଓ ଚୀନ୍ ୭୩.୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି।
ତେବେ ଭାରତ ଓ ଚୀନ୍ ମଧ୍ୟରେ ଶକ୍ତିଗତ ବ୍ୟବଧାନ ୨୦୧୮ ପରଠାରୁ ସବୁଠାରୁ କମ୍ ସ୍ତରକୁ ଆସିଛି।
ଜାପାନ ଏହି ତାଲିକାରେ ୩୮.୬ ପଏଣ୍ଟ ସହିତ ଚତୁର୍ଥ ଓ ରୁଷ୍ ୩୨.୨ ପଏଣ୍ଟ ସହିତ ପଞ୍ଚମ ସ୍ଥାନରେ ରହିଛି।
ସ୍ଥିର ସମ୍ପର୍କ ଭାରତକୁ ଲାଭ ଦେଇଛି ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଢୁଥିବା ସହଯୋଗ ଏହି ସଫଳତାର ଏକ ପ୍ରମୁଖ କାରଣ।
ଦକ୍ଷିଣ-ପୂର୍ବ ଏସିଆର ଦେଶଗୁଡ଼ିକ ସହ ପ୍ରତିରକ୍ଷା ସମ୍ପର୍କ ମଜଭୁତ ହେବା ଓ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ବିକ୍ରି ଭାରତର ପ୍ରତିରକ୍ଷା ସମ୍ପର୍କକୁ ନୂଆ ଶକ୍ତି ଦେଇଛି।
ଏହା ସହ ବାଣିଜ୍ୟ ଓ ପୁଞ୍ଜିନିବେଶ କ୍ଷେତ୍ରରେ ସ୍ଥିର ସମ୍ପର୍କ ମଧ୍ୟ ଭାରତକୁ ଲାଭ ଦେଇଛି।
ସାଂସ୍କୃତିକ ପ୍ରଭାବ କ୍ଷେତ୍ରରେ ଭାରତ ସର୍ବାଧିକ ୨.୩ ପଏଣ୍ଟ ଅଗ୍ରଗତି କରିଛି।
ପ୍ରତିରକ୍ଷା ସମ୍ପର୍କରେ ୨.୧, ଭବିଷ୍ୟତ ସମ୍ବଳରେ ୧.୨ ଓ ସାମରିକ କ୍ଷମତାରେ ୦.୫ ପଏଣ୍ଟ ବୃଦ୍ଧି ହୋଇଛି।
କିନ୍ତୁ ଅର୍ଥନୈତିକ କ୍ଷମତାରେ ୦.୭ ପଏଣ୍ଟ ହ୍ରାସ ପାଇଛି।
ଭାରତର କୂଟନୈତିକ ପ୍ରଭାବର ସ୍କୋର ୭୦.୩ ରହିଛି।
ଏସିଆରେ ଭାରତର ପ୍ରଭାବ ବଢ଼ିଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଭାବଶାଳୀ ନେତୃତ୍ୱକୁ ମଧ୍ୟ ଏହି ସୂଚକାଙ୍କରେ ସ୍ୱୀକୃତି ମିଳିଛି।
ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ଙ୍କ ପରେ ମୋଦୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।
ତେବେ ଉପସାଗରୀୟ ଅଞ୍ଚଳର ସଂଘର୍ଷ ସମୟରେ ଭାରତର କମ୍ ସକ୍ରିୟତା ତାଙ୍କ ବିଶ୍ୱସ୍ତରୀୟ ନେତୃତ୍ୱ ସମ୍ପର୍କିତ ମୂଲ୍ୟାୟନକୁ କିଛି ମାତ୍ରାରେ ପ୍ରଭାବିତ କରିଥିବା ରିପୋର୍ଟରେ କୁହାଯାଇଛି।
ଏହି ସୂଚକାଙ୍କରେ ଏସିଆର ୨୭ଟି ଦେଶ ଓ ଅଞ୍ଚଳକୁ ୧୩୧ଟି ମାନଦଣ୍ଡ ଆଧାରରେ ମୂଲ୍ୟାୟନ କରାଯାଇଛି।
ଅର୍ଥନୈତିକ କ୍ଷେତ୍ରରେ କିଛି ଦୁର୍ବଳତା ସତ୍ତ୍ୱେ ଏସିଆରେ ଭାରତର ପ୍ରଭାବ ବଢ଼ିଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି।
Ajam Khan: ୪ରୁ ବଢ଼େଇ ୫ କର, ତାପରେ ୪୦୦ କଥା ଭାବିବ: ଓୱେସିଙ୍କୁ ଏମିତି କହିଲେ ଆଜମ ଶାସକ ବିଜେପି କଂଗ୍ରେସକୁ କଟାକ୍ଷ କରି କହିଛି ଯେ, ଭାରତର ଉନ୍ନତ ରାଙ୍କିଂ କଂଗ୍ରେସ ଦଳକୁ ବାସ୍ତବତା ଦେଖାଇଛି।
ବିଜେପି ଜାତୀୟ ମୁଖପାତ୍ର ପ୍ରଦୀପ ଭଣ୍ଡାରୀ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭବିଷ୍ୟତ 'ବିପର୍ଯ୍ୟସ୍ତ' ହୋଇପାରେ।
କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତର ଭବିଷ୍ୟତ ସୁରକ୍ଷିତ ଓ ସମୃଦ୍ଧ।
ବିଜେପି ରାଜ୍ୟସଭା ସାଂସଦ ବିନୋଦ ତାୱଡ଼େ ଭାରତୀୟ ଅର୍ଥନୀତି ପ୍ରତି ବିରୋଧୀଙ୍କ ସମାଲୋଚନାର ଜବାବ ଦେବା ପାଇଁ ସୂଚକାଙ୍କ ଉଲ୍ଲେଖ କରି କହିଛନ୍ତି ଯେ, ବିଶ୍ୱ ଭାରତର 'ଦଶନ୍ଧିର ଅଭିବୃଦ୍ଧି'କୁ ସ୍ୱୀକାର କରିଛି।
ଯେଉଁମାନେ ବିଦେଶରେ ଯାଇ ଭାରତକୁ ନିମ୍ନ କରି ଦେଖାଉଛନ୍ତି, ସେମାନେ ବିଶ୍ବର ମୂଲ୍ୟାଙ୍କନ ଜାଣିବା ଉଚିତ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
