ଏଣିକି ଆଉ ଦୂର ଯିବାକୁ ପଡ଼ିବନି, ଘର ପାଖରେ ମିଳିବ ଉନ୍ନତ IVF ଚିକିତ୍ସା

Nov 23, 2026 - 17:03
ଏଣିକି ଆଉ ଦୂର ଯିବାକୁ ପଡ଼ିବନି, ଘର ପାଖରେ ମିଳିବ ଉନ୍ନତ IVF ଚିକିତ୍ସା

ଭୁବନେଶ୍ୱର: ପରିବାର ଗଢ଼ିବାର ସ୍ୱପ୍ନ ଦେଖୁଥିବା ଦମ୍ପତିଙ୍କ ପାଇଁ ଏଣିକି ସହଜ ହେବ ଉନ୍ନତ ପ୍ରଜନନ ଚିକିତ୍ସା ।

IVF ଚିକିତ୍ସା ପାଇଁ ଆଉ ଅନ୍ୟ ସହରକୁ ଦୌଡ଼ିବାକୁ ପଡ଼ିବନି ।

ନିଜ ଅଞ୍ଚଳରେ ହିଁ ମିଳିପାରିବ ଅତ୍ୟାଧୁନିକ ଫର୍ଟିଲିଟି କେୟାର ବା ପ୍ରଜନନ ଚିକିତ୍ସାର ସୁବିଧା।

ଅଭିଜ୍ଞ ଡାକ୍ତର , ଉନ୍ନତ ଲାବୋରେଟୋରୀ ଏବଂ ଆଧୁନିକ ଜ୍ଞାନକୌଶଳର ସମନ୍ୱୟ ଦମ୍ପତିଙ୍କ ପାଇଁ ଚିକିତ୍ସା ପ୍ରକ୍ରିୟାକୁ ଅଧିକ ସୁବିଧାଜନକ କରିପାରିବ ।

Advertisment ଏହି ଦିଗରେ ସାରା ଦେଶରେ ନିଜର ନେଟୱର୍କ ବିସ୍ତାର କରୁଛି Nova IVF Fertility।

କମ୍ପାନୀର ଦାବି ଅନୁସାରେ, Self-cycle IVF କ୍ଷେତ୍ରରେ ଏହା ଏକ ଅଗ୍ରଣୀ ପ୍ରତିଷ୍ଠାନ।

ଏହାର ନେଟୱର୍କ ମାଧ୍ୟମରେ ୧ ଲକ୍ଷରୁ ଅଧିକ ସଫଳ IVF ଗର୍ଭଧାରଣରେ ସହାୟତା ମିଳିଛି ।

Nova IVF Fertility Photograph: (Sambad) Self-cycle IVF ପ୍ରକ୍ରିୟାରେ ଚିକିତ୍ସା ସମ୍ଭବ ହେଲେ ଦମ୍ପତିଙ୍କ ନିଜସ୍ୱ ଡିମ୍ବାଣୁ ଓ ଶୁକ୍ରାଣୁ ବ୍ୟବହାର କରାଯାଏ।

ତେବେ ପ୍ରତ୍ୟେକ ଦମ୍ପତିଙ୍କ ପ୍ରଜନନ ସ୍ୱାସ୍ଥ୍ୟ ଓ ଚିକିତ୍ସାଗତ ସ୍ଥିତିକୁ ଦେଖି ଡାକ୍ତର ଚିକିତ୍ସା ପଦ୍ଧତି ସ୍ଥିର କରିଥାନ୍ତି ।

IVF ଚିକିତ୍ସାରେ କେବଳ ଡାକ୍ତରଙ୍କ ପରାମର୍ଶ ନୁହେଁ, ଲାବୋରେଟୋରୀର ଭୂମିକା ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ।

ଡିମ୍ବାଣୁ, ଶୁକ୍ରାଣୁ ଓ ଭ୍ରୂଣକୁ ନିୟନ୍ତ୍ରିତ ପରିବେଶରେ ରଖିବା ସହ ଭ୍ରୂଣର ବିକାଶ ଓ ମୂଲ୍ୟାଙ୍କନ ଭଳି ପ୍ରକ୍ରିୟାରେ ଅଭିଜ୍ଞ ଏମ୍ବ୍ରିଓଲୋଜିଷ୍ଟଙ୍କ ଭୂମିକା ରହିଛି ।

Nova IVF Fertilityରେ ଏଥିପାଇଁ ସ୍ୱତନ୍ତ୍ର IVF ଲାବୋରେଟୋରୀ ଓ ଏମ୍ବ୍ରିଓଲୋଜିଷ୍ଟଙ୍କ ଟିମ୍ କାର୍ଯ୍ୟ କରୁଛନ୍ତି ।

Nova IVF Fertility Photograph: (Sambad) ଏହା ସହ ଚିକିତ୍ସା ପ୍ରକ୍ରିୟାରେ AI-assisted Embryo Grading ବା କୃତ୍ରିମ ବୁଦ୍ଧିମତ୍ତା ଆଧାରିତ ଭ୍ରୂଣ ମୂଲ୍ୟାଙ୍କନ ପ୍ରଯୁକ୍ତିର ମଧ୍ୟ ବ୍ୟବହାର କରାଯାଉଛି।

ଏହି ପ୍ରଯୁକ୍ତି ଚିତ୍ର ଆଧାରିତ ବିଶ୍ଳେଷଣ ମାଧ୍ୟମରେ ଭ୍ରୂଣର ଗୁଣବତ୍ତା ଆକଳନ କରିବାରେ ଏମ୍ବ୍ରିଓଲୋଜିଷ୍ଟଙ୍କୁ ସହାୟତା କରିଥାଏ।

ତେବେ ଏହା ଡାକ୍ତର କିମ୍ବା ତାଲିମପ୍ରାପ୍ତ ଏମ୍ବ୍ରିଓଲୋଜିଷ୍ଟଙ୍କ ନିଷ୍ପତ୍ତିର ବିକଳ୍ପ ନୁହେଁ ।

Nova IVF Fertility Photograph: (Sambad) ଫର୍ଟିଲିଟି ଚିକିତ୍ସା ଏକ ଦୀର୍ଘ ପ୍ରକ୍ରିୟା ଅଟେ।

ଏଥିରେ ବାରମ୍ବାର ସ୍କାନିଂ, ଡାକ୍ତରଙ୍କ ପରାମର୍ଶ, ବିଭିନ୍ନ ପ୍ରକ୍ରିୟା ଓ ଫଲୋଅପ୍ର ଆବଶ୍ୟକତା ରହିଥାଏ।

ଏଭଳି ସ୍ଥିତିରେ ଘର ପାଖରେ ଚିକିତ୍ସା ସୁବିଧା ମିଳିଲେ ଦମ୍ପତିଙ୍କ ସମୟ ଓ ଯାତାୟାତର ଚିନ୍ତା କମିବା ସହ ପରିବାର ଓ ନିଜ ଲୋକଙ୍କ ସହ ରହି ଚିକିତ୍ସା ଜାରି ରଖିବା ସହଜ ହେବ ।

Nova IVF Fertility Photograph: (Sambad) ଅଭିଜ୍ଞ ଫର୍ଟିଲିଟି ବିଶେଷଜ୍ଞ, ସ୍ୱତନ୍ତ୍ର ଏମ୍ବ୍ରିଓଲୋଜି ଟିମ୍, ଉନ୍ନତ IVF ଲାବୋରେଟୋରୀ ଏବଂ AI ଭଳି ଅତ୍ୟାଧୁନିକ ପ୍ରଯୁକ୍ତିକୁ ନେଇ ଅଧିକ ଦମ୍ପତିଙ୍କ ନିକଟରେ ଉନ୍ନତ ପ୍ରଜନନ ଚିକିତ୍ସା ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି Nova IVF Fertility।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)