India-Nepal Relations Get Major Boost: ଅଯୋଧ୍ୟାରୁ ଜନକପୁର ଗଡ଼ିବ ଟ୍ରେନ୍, ନଭେମ୍ବର ୨୮ରୁ ଯାତ୍ରା
ଭାରତ-ନେପାଳ ସମ୍ପର୍କରେ ନୂଆ ଅଧ୍ୟାୟ।
ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷର ହୋଇଛି ୮ଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ପରେ ଏହି ଚୁକ୍ତିନାମା ସ୍ୱାକ୍ଷର ହୋଇଛି।
ଅନ୍ତରୀକ୍ଷ ପ୍ରଯୁକ୍ତିବିଦ୍ୟା, ସୁରକ୍ଷା, ସ୍ୱାସ୍ଥ୍ୟସେବା, କୃଷି ଓ ସ୍ଥାୟୀ ସହରୀ ବିକାଶ ଭଳି ପ୍ରମୁଖ କ୍ଷେତ୍ରକୁ ଦିଆଯାଇଛି ଗୁରୁତ୍ୱ।
ଏହି ବୁଝାମଣା ଦୁଇ ଦେଶ ମଧ୍ୟରେ ସହଯୋଗକୁ ଆହୁରି ମଜବୁତ କରିବା ସହ ବିକାଶର ନୂଆ ରାସ୍ତା ଖୋଲିବା ନେଇ ଆଶା କରାଯାଉଛି।
Advertisment କେବଳ କୂଟନୈତିକ ସମ୍ପର୍କ ନୁହେଁ, ଦୁଇ ଦେଶ ମଧ୍ୟରେ ଯୋଗାଯୋଗକୁ ମଧ୍ୟ ମିଳିବ ନୂଆ ଗତି।
ଅଯୋଧ୍ୟାରୁ ନେପାଳର ଜନକପୁର ପର୍ଯ୍ୟନ୍ତ ଚାଲିବ ସରଜୁ-କମଳା ଏକ୍ସପ୍ରେସ୍।
୬୦୪ କିଲୋମିଟର ଦୂରତା ଅତିକ୍ରମ କରିବ ଏହି ଟ୍ରେନ୍।
ଯାତ୍ରା ପାଇଁ ଲାଗିବ ପ୍ରାୟ ୧୯ ଘଣ୍ଟା।
ନଭେମ୍ବର ୨୮ରୁ ସପ୍ତାହରେ ଥରେ ଏହି ଟ୍ରେନ୍ ଚଳାଚଳ କରିବା ନେଇ ହୋଇଛି ବୁଝାମଣା।
ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ଧାର୍ମିକ ପର୍ଯ୍ୟଟନ ଓ ଯାତାୟାତକୁ ମିଳିବ ପ୍ରୋତ୍ସାହନ।
ସେହିପରି ନେପାଳର ପୁନର୍ନିର୍ମାଣ ଓ ଦୀର୍ଘକାଳୀନ ବିକାଶ ପାଇଁ ଭାରତ ପକ୍ଷରୁ ୧୫ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି।
ଭିତ୍ତିଭୂମି ବିକାଶଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ନେପାଳକୁ ସହଯୋଗ କରିବ ଭାରତ।
ଏହି ୮ଟି ବୁଝାମଣା ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ବନ୍ଧୁତ୍ୱ, ଆର୍ଥିକ ସହଯୋଗ ଓ ରଣନୈତିକ ସମ୍ପର୍କକୁ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
