India Hockey: ନ୍ୟୁଜିଲାଣ୍ଡ ବିପକ୍ଷ ହକି ଶୃଙ୍ଖଳା ଜିତିଲା ଭାରତ: ଶେଷ ମ୍ୟାଚ୍‌ ୨-୨ରେ ଶେଷ

Nov 22, 2026 - 14:21
India Hockey: ନ୍ୟୁଜିଲାଣ୍ଡ ବିପକ୍ଷ ହକି ଶୃଙ୍ଖଳା ଜିତିଲା ଭାରତ: ଶେଷ ମ୍ୟାଚ୍‌ ୨-୨ରେ ଶେଷ

ଅକ୍‌ଲାଣ୍ଡ: ନ୍ୟୁଜିଲାଣ୍ଡ ଗସ୍ତରେ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ହକି ଶୃଙ୍ଖଳାକୁ ୧-୦ରେ ଜିତି ନେଇଛି।

ରବିବାର ସ୍ଥାନୀୟ ଲୟଡ୍‌ ଏଲ୍‌ଜମୋର ହକି ଷ୍ଟାଡିୟମ୍‌ରେ ଭାରତ- ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଏହି ଶୃଙ୍ଖଳାର ଶେଷ ମ୍ୟାଚ୍‌ ୨-୨ ଗୋଲ୍‌ରେ ଅମୀମାଂସିତ ରହିଥିଲା।

ଏହା ପୂର୍ବ ମ୍ୟାଚ୍‌ ମଧ୍ୟ ୨-୨ରେ ଅମୀମାଂସିତ ରହିଥିଲା।

ହେଲେ ପ୍ରଥମ ମ୍ୟାଚ୍‌କୁ ଭାରତ ୩-୨ରେ ଜିତି ଥିବାରୁ ଶୃଙ୍ଖଳା କବ୍‌ଜା କରି ନେଇଥିଲା।

Advertisment ଘରୋଇ ଦଳକୁ ପ୍ରାରମ୍ଭିକ ଅଗ୍ରଣୀ ରବିବାର ମ୍ୟାଚ୍‌ର ନବମ ମିନିଟ୍‌ରେ ପେନାଲ୍ଟି କର୍ଣ୍ଣରକୁ ଥୋମାସ ଡିଲାନ୍‌ ଗୋଲ୍‌ରେ ପରିଣତ କରି ଘରୋଇ ଦଳକୁ ପ୍ରାରମ୍ଭିକ ଅଗ୍ରଣୀ ‌ଦେଇଥିଲେ।

ପ୍ରଥମ କ୍ବାର୍ଟର ପଛରେ ପଡ଼ିଥିବା ଭାରତ ଦ୍ବିତୀୟ କ୍ବାର୍ଟରରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା।

୧୬ତମ ମିନିଟ୍‌ରେ ଦଳକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରି ସଞ୍ଜୟ ସ୍ଥିତି ସମାନ କରିଥିଲା।

ଏହାର ୨ ମିନିଟ୍‌ ପରେ ସେଲଭାମ କାର୍ତ୍ତି (୧୮ ମିନିଟ୍‌) ଫିଲ୍ଡ ଗୋଲ୍‌ ଦେଇ ଭାରତକୁ ୨-୧ରେ ଆଗୁଆ କରିଥିଲେ।

ତୃତୀୟ କ୍ବାର୍ଟର ଗୋଲ୍‌ଶୂନ୍ୟରେ ଶେଷ ହୋଇଥିଲା।

ହେଲେ ଚତୁର୍ଥ କ୍ବାର୍ଟରରେ ବେଞ୍ଜି କୁଲହାନେ (୫୫ ମିନିଟ୍‌) ଫିଲ୍ଡ ଗୋଲ୍‌ ଦେଇ ସ୍ଥିତି ବରାବାର କରିଥିଲେ।

ଜେମ୍ସ ହୋପ୍‌ସ ଓହରି ଯାଇଥିଲେ ଦଳରୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)