Yogi: ଛୋଟୁ..ମୁଁ ତୋର ଜେଜେ ହେବି, ଗାଁରେ ଯୋଗୀଙ୍କ ଭିନ୍ନ ଅନ୍ଦାଜ

Nov 22, 2026 - 14:21
Yogi: ଛୋଟୁ..ମୁଁ ତୋର ଜେଜେ ହେବି, ଗାଁରେ ଯୋଗୀଙ୍କ ଭିନ୍ନ ଅନ୍ଦାଜ

ଭୁବନେଶ୍ୱର: ନିଜ ମା'ଙ୍କ ଦେହାନ୍ତ ପରେ ବହୁତ ବର୍ଷ ପରେ ଉତ୍ତରାଖଣ୍ଡ ରେ ଥିବା ନିଜ ପୈତୃକ ଗାଁ'କୁ ଯାଇଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ | ଆଉ ବହୁତ ବର୍ଷର ବ୍ୟବଧାନ ପରେ ଯୋଗୀଙ୍କୁ ଦେଖି ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଥିଲା | ତେବେ ଅନେକ ବର୍ଷ ପରେ ଗାଁ'କୁ ଯୋଗୀ ଯାଇଥିବାବେଳେ ଅନେକ ନୂଆ ସମ୍ପର୍କୀୟଙ୍କୁ ଦେଖି ଯୋଗୀ ବି ଆଶ୍ଚର୍ଯ୍ୟ ହୋଇପଡିଥିଲେ | ତାଙ୍କର କିଛି ପିଲାଦିନର ସାଙ୍ଗଙ୍କର ନାତି ହୋଇସାରିଥିବାବେଳେ ସେମାନଙ୍କୁ ଦେଖି ଯୋଗୀ ଆନନ୍ଦ ପ୍ରକାଶ କରିଥିଲେ | ଏବେ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି | ଯେଉଁଥିରେ ଯୋଗୀ କୁନି ଛୁଆକୁ ଧରିଛନ୍ତି ଓ ତା ସହ କଥା ହେଉଛନ୍ତି | ଏହି କଥୋପକଥନ ମଧ୍ୟରେ ଯୋଗୀ କହୁଛନ୍ତି ଯେ, ବାବୁରେ ମୁଁ ତୋର ଜେଜେ ହେବି | ତୋ ଜେଜେ ମୋ ସାଙ୍ଗ ତେଣୁ ସମ୍ପର୍କରେ ମୁଁ ବି ତୋର ଜେଜେ ହେବି | Advertisment ଉଲ୍ଲେଖ ଥାଉ କି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମାତା ସାବିତ୍ରୀ ଦେବୀଙ୍କର ଶନିବାର ହରିଦ୍ୱାରର ଚଣ୍ଡି ଘାଟରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା।

ତାଙ୍କ ସାନ ପୁଅ ମହେନ୍ଦ୍ର ମୋହନ ବିଷ୍ଟ ବୈଦିକ ମନ୍ତ୍ର ଏବଂ ଧାର୍ମିକ ରୀତିନୀତି ମଧ୍ୟରେ ମୁଖାଗ୍ନି ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ମାଆଙ୍କୁ ଶେଷ ବିଦାୟ ଦେବା ସମୟରେ ଭାବପ୍ରବଣ ହୋଇ ପଡ଼ିଥିଲେ।

ଯୋଗୀ ଆଦିତ୍ୟନାଥ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ତାଙ୍କ ମାଆଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଭାବପ୍ରବଣ ପୋଷ୍ଟରେ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଥିଲେ ଯେ, "ମା, ଶେଷ ଶ୍ରଦ୍ଧାଞ୍ଜଳି, ପ୍ରଭୁ ଶ୍ରୀ ରାମଙ୍କ ପାଦତଳେ ଅନନ୍ତ ବିଶ୍ରାମ ପାଆନ୍ତୁ।

ଏହା ମୋର ପ୍ରାର୍ଥନା।

ଓମ୍ ଶାନ୍ତି!" ଆହୁରି ପଢନ୍ତୁ: Actress: ରାଜଧାନୀରେ ଦୁର୍ବ୍ୟବହାର ହୋଇଥିବାର ଅଭିଯୋଗ କରିଲେ ଜଣାଶୁଣା ଅଭିନେତ୍ରୀ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଲେଖିଥିଲେ, "ମୁଁ ହରିଦ୍ୱାରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମାତା ସାବିତ୍ରୀ ଦେବୀଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲି ଏବଂ ତାଙ୍କୁ ମୋର ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲି।

ଜଣେ ମାଆଙ୍କ ସ୍ନେହ, ପ୍ରେମ ଏବଂ ଆଶୀର୍ବାଦ ଜୀବନର ଅମୂଲ୍ୟ ସମ୍ପତ୍ତି, ଅବର୍ଣ୍ଣନୀୟ।

ତାଙ୍କ ବିୟୋଗ ଜୀବନରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରେ ଯାହାକୁ ଶବ୍ଦରେ ପ୍ରକାଶ କରାଯାଇପାରିବ ନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)