Independence Day Live: ପଲ୍ଲୀରୁ ଦିଲ୍ଲୀ ଯାଏଁ... ଏଠାରେ ପଢ଼ନ୍ତୁ ସ୍ୱାଧୀନତା ଦିବସର ପ୍ରତିଟି ଅପ୍ଡେଟ୍
୧୯୪୭ ମସିହାରେ ବ୍ରିଟିଶ ଉପନିବେଶବାଦୀ ଶାସନରୁ ମୁକ୍ତ ହୋଇଥିବା ଭାରତ ୭୯ ବର୍ଷର ସ୍ୱାଧୀନତା ଯାତ୍ରା ପୂରଣ କରିଛି। ୨୦୨୬ ଅଗଷ୍ଟ ୧୫ରେ ଦେଶ ପାଳନ କରୁଛି ୮୦ତମ ସ୍ୱାଧୀନତା ଦିବସ। ପଲ୍ଲୀଠାରୁ ମହାନଗର, ସୀମାନ୍ତ ଅଞ୍ଚଳଠାରୁ ରାଜଧାନୀ—ସବୁଠି ଦେଖିବାକୁ ମିଳୁଛି ଦେଶପ୍ରେମ ଓ ଉତ୍ସାହର ମାହୋଲ।
ପୂର୍ବରେ ଅରୁଣାଚଳ ପ୍ରଦେଶର ଅଞ୍ଜଠାରୁ ପଶ୍ଚିମରେ ରାଜସ୍ଥାନର ଜୈସଲମେର ଓ ପାକିସ୍ତାନ ସୀମା ନିକଟସ୍ଥ ତନୋଟ ପର୍ଯ୍ୟନ୍ତ, ଉତ୍ତରରେ ଲଦାଖର ଏଲ୍ଓସି ନିକଟବର୍ତ୍ତୀ ଥାଙ୍ଗଠାରୁ ଦକ୍ଷିଣରେ ତାମିଲନାଡୁର ରାମେଶ୍ୱରମ୍ ପର୍ଯ୍ୟନ୍ତ ସ୍ୱାଧୀନତା ଦିବସର ଉତ୍ସାହ ଦେଖିବାକୁ ମିଳୁଛି।
ଦୁର୍ଗମ ଅଞ୍ଚଳର ଗାଁଠାରୁ ଆରମ୍ଭ କରି ସହର, ନଗର ଓ ମହାନଗର ପର୍ଯ୍ୟନ୍ତ ସ୍ୱାଧୀନତା ଦିବସ ଅବସରରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ, ପତାକା ଉତ୍ତୋଳନ ଓ ବିଭିନ୍ନ ଉତ୍ସବର ଆୟୋଜନ କରାଯାଉଛି। ତ୍ରିରଙ୍ଗା ତଳେ ଏକାଠି ହୋଇ କୋଟି କୋଟି ଭାରତୀୟ ନିଜ ଦେଶର ସ୍ୱାଧୀନତାକୁ ନେଇ ଗର୍ବ ଅନୁଭବ କରୁଛନ୍ତି।
ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଆୟୋଜିତ ହେବାକୁ ଥିବା ମୁଖ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଏହା ସହ ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଜନପ୍ରତିନିଧିଙ୍କ ଉପସ୍ଥିତିରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଆୟୋଜିତ ହେବ। ଜିଲ୍ଲାସ୍ତରରେ ମଧ୍ୟ ସ୍ବାଧୀନତା ଦିବସର ଝଲକ ଦେଖିବାକୁ ମିଳିବ। ‘ହର ଘର ତିରଙ୍ଗା’ ଅଭିଯାନ ଅଧୀନରେ ଦେଶର ବିଭିନ୍ନ ସ୍ଥାନରେ ଲୋକେ ଘରେ ଘରେ ତ୍ରିରଙ୍ଗା ଉଡ଼ାଇବା ସହ ଦେଶାତ୍ମବୋଧକ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି।
ପଲ୍ଲୀରୁ ଦିଲ୍ଲୀ ଯାଏଁ ସ୍ୱାଧୀନତା ଦିବସର ପ୍ରତିଟି ମୁହୂର୍ତ୍ତର ଖବର ଆପଣଙ୍କ ପାଖରେ ପହଞ୍ଚାଇବା ପାଇଁ ଏହି ଲାଇଭ୍ ବ୍ଲଗ୍କୁ ନିରନ୍ତର ଅପ୍ଡେଟ୍ କରାଯାଉଛି। ଲାଲକିଲ୍ଲାରୁ ପତାକା ଉତ୍ତୋଳନ, ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ବିଭିନ୍ନ ରାଜ୍ୟର ସମାରୋହ ଏବଂ ଦେଶର କୋଣ ଅନୁକୋଣରୁ ଆସୁଥିବା ସ୍ୱାଧୀନତା ଦିବସର ସମସ୍ତ ବଡ଼ ଅପ୍ଡେଟ୍ ପାଇଁ Sambad Digital ସହ ଯୋଡ଼ି ହୋଇ ରୁହନ୍ତୁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
