ଡିବିରୀ ଆଲୁଅରେ ପାଠ ପଢୁଛନ୍ତି ପିଲା, ବିଜୁଳି ଅପେକ୍ଷାରେ ୧୫ ଆଦିବାସୀ ପରିବାର

Aug 14, 2026 - 18:13
ଡିବିରୀ ଆଲୁଅରେ ପାଠ ପଢୁଛନ୍ତି ପିଲା, ବିଜୁଳି ଅପେକ୍ଷାରେ ୧୫ ଆଦିବାସୀ ପରିବାର

ସଞ୍ଜ ହୋଇଗଲେ ଅନ୍ଧକାର ହୋଇଯାଉଛି ପୂରା ଗାଁ l ଡିବିରୀ ଆଲୁଅ ସାଜିଛି ଏକମାତ୍ର ଭରସା। ଗଜପତି ଜିଲ୍ଲା ଗୁବୁରୀଗୁଡା ବଟସାହିରେ ପହଞ୍ଚିନି ବିଦ୍ୟୁତ। ଡିବିରୀ ଲଗାଇ ପାଠ ପଢୁଛନ୍ତି ପିଲା । ଗାଁ କୁ ବିଜୁଳି ଯୋଗାଇ ଦେବା ପାଇଁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଫଳ ଶୂନ l ଖାଲି ସେତିକି ନୁହେଁ ମୌଳିକ ସୁବିଧାରୁ ବଞ୍ଚିତ ଏଠାକାର ବାସିନ୍ଦା। ବିନା ଆଲୁଅରେ ବିତୁଛି ଜୀବନ । ବିଜୁଳି ଆଲୁଅ ଏଠି ସାତସପନ । ସଞ୍ଜ ନଇଁଲେ ଘୋଟିଯାଉଛି ଅନ୍ଧକାର। ଡିବିରୀ ଆଲୁଅ ସାଜିଛି ଏକମାତ୍ର ଭରସା । ଡିବିରୀ ଲଗାଇ ପାଠ ପଢୁଛନ୍ତି ପିଲା। ଗଜପତି ଜିଲ୍ଲା ମୋହନା ବ୍ଲକ ଗୁବୁରୀଗୁଡା ବଟସାହିରେ ପହଞ୍ଚିନି ବିଦ୍ୟୁତ। ଏଠାରେ ୧୫ଗୋଟି ଆଦିବାସୀ ସମ୍ପ୍ରଦାୟର ପରିବାର ବସବାସ କରୁଛନ୍ତି। ମୌଳିକ ସୁବିଧାରୁ ବଞ୍ଚିତ ଏଠାକାର ବାସିନ୍ଦା। ଗାଁକୁ ନା ଅଛି ପକ୍କା ରାସ୍ତା ନା ସ୍ଵଛ ପାନୀୟ ଜଳର ବ୍ୟବସ୍ଥା l ଟାଙ୍କି ଅଛି, ନଳକୂପ ବି ବସିଛି, ହେଲେ ଆସୁନି ପାଣି। ପିଇବା ପାଣି ମୁନ୍ଦେ ପ୍ରତିଦିନ ହଇରାଣ ହେଉଛନ୍ତି ଲୋକେ lସମସ୍ୟା ସମ୍ପର୍କରେ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ l ଫଳରେ ଗାଁ ଟି ପୁରା ଅନ୍ଧକାରେ ରହୁଥିବା ବେଳେ ପିଲାମାନେ ଡିବିରୀ ଲଗାଇ ପାଠ ପଢୁଛନ୍ତି l

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media