IND vs AFG Test: ଆଫଗାନିସ୍ତାନ ୧୫୨ ରନ୍‌ରେ ଅଲ୍‌ଆଉଟ୍‌; ପ୍ରଥମ ପାଳି ଆଧାରରେ ଭାରତ ୪୧୨ ରନ୍‌ରେ ଆଗୁଆ

Jun 08, 2026 - 15:56
IND vs AFG Test: ଆଫଗାନିସ୍ତାନ ୧୫୨ ରନ୍‌ରେ ଅଲ୍‌ଆଉଟ୍‌; ପ୍ରଥମ ପାଳି ଆଧାରରେ ଭାରତ ୪୧୨ ରନ୍‌ରେ ଆଗୁଆ

"ମୁଲାନପୁର (ନ୍ୟୁ ଚଣ୍ଡିଗଡ଼): ସ୍ଥାନୀୟ ମହାରାଜା ୟଦବିନ୍ଦର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି।

ଏହି ମୁକାବିଲାର ଆଜି ହେଉଛି ତୃତୀୟ ଦିନ।

ଆଫଗାନିସ୍ତାନ ଟିମ୍‌ ପ୍ରଥମ ପାଳିରେ ୧୫୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଛି।

ଟିମ୍‌କୁ ଏବେ ଫଲୋଅନ୍‌ ଖେଳିବାକୁ ପଡ଼ିବ।

ଭାରତ ତରଫରୁ ସ୍ପିନ ମାନବ ସୂତାର ନିଜର ପଦାର୍ପଣ ଇନିଂସରେ ୬ଟି ୱିକେଟ୍‌ ହାସଲ କରିଛନ୍ତି।

ପ୍ରଥମ ପାଳି ଆଧାରରେ ଭାରତକୁ ୪୧୨ ରନ୍‌ର ଅଗ୍ରଣୀ ମିଳିଛି।

Advertisment ଆହୁରି ପଢ଼ନ୍ତୁ: ICC: କ୍ରିକେଟ୍‌ କାନାଡାକୁ ନିଲମ୍ବନ କଲା ଆଇସିସି ଭାରତୀୟ ଟିମ୍‌ର ୨୩ ବର୍ଷୀୟ ଅଲରାଉଣ୍ଡର ମାନବ ସୂତାର ତାଙ୍କ ଯାଦୁକରୀ ବୋଲିଂରେ ଇତିହାସ ରଚିଛନ୍ତି।

ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ସେ ୬ ଜଣ ଆଫଗାନ ବ୍ୟାଟସମ୍ୟାନଙ୍କୁ ଆଉଟ୍‌ କରିଥିଲେ।

ସୂତାରଙ୍କ ଘାତକ ବୋଲିଂ ପାଇଁ ଆଫଗାନିସ୍ତାନର ପ୍ରଥମ ଇନିଂସ ମାତ୍ର ୧୫୨ ରନରେ ଅଲ୍‌ଆଉଟ୍‌ ହୋଇଥିଲା।

ଭାରତ ପ୍ରଥମ ଇନିଂସରେ ୫୬୪ ରନ କରିଥିଲା, ଯାହା ପରିଦର୍ଶକଙ୍କ ଉପରେ ୪୧୨ ରନର ବିଶାଳ ଲିଡ୍ ହାସଲ କରିଥିଲା।

ଚମକିଲେ ଯୁବ ବୋଲର ମାନବ ଟେଷ୍ଟ ଡେବ୍ୟୁରେ ପାଞ୍ଚ ୱିକେଟ୍ ନେଇଥିବା ୧୦ମ ଭାରତୀୟ ବୋଲର ହୋଇଛନ୍ତି।

ତାଙ୍କ ଡେବ୍ୟୁ ମ୍ୟାଚ୍‌ରେ ଛଅଟି ୱିକେଟ୍ ନେଇ ଏକ ସ୍ୱତନ୍ତ୍ର କ୍ଲବରେ ସ୍ଥାନ ପାଇ ପାରିଛନ୍ତି।

ସେ ଟେଷ୍ଟ ଡେବ୍ୟୁରେ ପାଞ୍ଚ କିମ୍ବା ତା'ଠାରୁ ଅଧିକ ୱିକେଟ୍ ନେଇଥିବା ୧୦ମ ଭାରତୀୟ ବୋଲର ଏବଂ ଏପରି କରିଥିବା ସପ୍ତମ ସ୍ପିନର ହୋଇ ପାରିଛନ୍ତି।

ସେ ପ୍ରଥମ ପାଳିରେ ୨୨ ଓଭର ବୋଲିଂ କରି ୬/୩୩ ସଫଳତା ପାଇଛନ୍ତି।

ଯାହା ଭାରତୀୟ ଭାବେ ପଦାର୍ପଣରେ ତୃତୀୟ ଶ୍ରେଷ୍ଠ ପ୍ରଦର୍ଶନ।

ଶ୍ରେଷ୍ଠ ଦୁଇ ସ୍ଥାନରେ ନରେନ୍ଦ୍ର ‌ହିରୱାନୀ ରହିଛନ୍ତି।

ସେ ୧୯୮୮ରେ ଚେନ୍ନାଇରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚ୍‌ର ଦୁଇ ପାଳିରେ ୮/୬୧ ଓ ୮/୭୫ ବୋଲିଂ ସଫଳତା ପାଇଥିଲେ।

ମାନବଙ୍କ ପ୍ରଦର୍ଶନ ବଳରେ ଆଫଗାନିସ୍ତାନର ପ୍ରଥମ ପାଳି ୧୫୨ ରନ୍‌ରେ ଅଟକି ଯାଇଥିଲା।

ଭାରତ ପ୍ରଥମ ପାଳିରେ ୫୬୪/୮ (ଘୋଷିତ) କରିଥିଲା।

ଟେଷ୍ଟ୍‌ ପଦାର୍ପଣରେ ଭାରତୀୟଙ୍କ ଶ୍ରେଷ୍ଠ ପ୍ରଦର୍ଶନ ନରେନ୍ଦ୍ର ହିରୱାନୀ (୮/୬୧) ବନାମ ୱେଷ୍ଟଇଣ୍ଡିଜ୍‌, ଚେନ୍ନାଇ, ୧୯୮୮ ନରେନ୍ଦ୍ର ହିରୱାନୀ (୮/୭୫) ବନାମ ୱେଷ୍ଟଇଣ୍ଡିଜ୍‌, ଚେନ୍ନାଇ, ୧୯୮୮ ମାନବ ସୂତାର (୬/୩୩) ବନାମ ଆଫଗାନିସ୍ତାନ, ମୁଲାନପୁର, ୨୦୨୬ ଆର୍‌ ଅଶ୍ବିନ (୬/୪୭) ବନାମ ୱେଷ୍ଟଇଣ୍ଡିଜ୍‌, ଦିଲ୍ଲୀ, ୨୦୧୧ ଏସ୍‌ ଅବିଦ ଅଲୀ (୬/୫୫) ବନାମ ଅଷ୍ଟ୍ରେଲିଆ, ଆଡିଲେଡ୍‌ ୧୯୬୭ ଦିଲୀପ ଦୋଶୀ (୬/୧୦୩) ବନାମ ଅଷ୍ଟ୍ରେଲିଆ, ଚେନ୍ନାଇ, ୧୯୭୯  ଆହୁରି ଦେଖନ୍ତୁ...

"