Kapileswara temple: କପିଳେଶ୍ବର ମନ୍ଦିର ଗର୍ଭଗୃହରୁ ବିଗ୍ରହ ଚୋରି: ତାଲା ଭାଙ୍ଗିନି ଅଥଚ ମୂର୍ତ୍ତି ଉଭାନ
"ଭୁବନେଶ୍ୱର: ପବିତ୍ର ଶୀତଳଷଷ୍ଠୀ ପର୍ବର ଖୁସି ଶ୍ରଦ୍ଧାଳୁଙ୍କ ମନରୁ ଲିଭିନି।
କିନ୍ତୁ କପିଳେଶ୍ବର ମନ୍ଦିରରୁ ଆସିଛି ଦୁଃଖଦ ଖବର।
ଭଣ୍ଡାର ଗୃହରୁ ଶବଙ୍କ ମୂର୍ତ୍ତି ଚୋରି ହୋଇଥିବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।
ଏଭଳି ଏକ ସ୍ପର୍ଶକାତର ମାମଲାକୁ ନେଇ ଶ୍ରୀଲିଙ୍ଗରାଜ ଥାନା ପୁଲିସ ବେଶ୍ ସତର୍କତାର ସହ ତଦନ୍ତ ଆରମ୍ଭ କରିଛି।
ଭଣ୍ଡାର ଘରର ତାଲା ଭଙ୍ଗାଯାଇନି, ଅଥଚ ବିଗ୍ରହ ଗାଏବ ହୋଇଯାଇଛନ୍ତି।
ଏହା କିଭଳି ସମ୍ଭବ ହେଲା ବୋଲି ସବୁ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଏବଂ ଶ୍ରଦ୍ଧାଳୁମହଲରେ ଘୋର ଉଦ୍ବେଗ ପ୍ରକାଶ ପାଇଛି।
Advertisment Jagannath Temple: ଦୀଘା ଜଗନ୍ନାଥ ମନ୍ଦିର ନେଇ ଓଡ଼ିଶା ସରକାରଙ୍କ ପ୍ରସ୍ତାବକୁ ସ୍ବାଗତ କଲେ ଶୁଭେନ୍ଦୁ ଅଧିକାରୀ ଆଜିର ପୂଜା ପାଳିଥିବା ସେବାୟତ ଭୋର୍ରୁ ମନ୍ଦିର ଭଣ୍ଡାର ଗୃହ ଖୋଲି ପୂଜାର୍ଚ୍ଚନା କରିଥିଲେ।
ସେ ତାଙ୍କ ପାଖରେ ଥିବା ଚାବିରେ ଭଣ୍ଡାର ଗୃହର ତାଲା ଖୋଲିଥିଲେ।
କିନ୍ତୁ ପୂଜାର୍ଚ୍ଚନା କଲା ବେଳେ ସେଠାରେ ଥିବା ୫ଟି ମୂର୍ତ୍ତି ମଧ୍ୟରୁ ଗୋଟିଏ ମୂର୍ତ୍ତି ନଥିବା ଦେଖି ବିସ୍ମିତ ହୋଇଯାଇଥିଲେ।
ଭଣ୍ଡାର ଗୃହରେ ପ୍ରଭୁ କପିଳନାଥ, ଦୋଳଗୋବିନ୍ଦ ଓ ପଞ୍ଚବକ୍ର ଦେବଙ୍କ ଚଳନ୍ତି ପ୍ରତିମା ସହିତ ଶିବଙ୍କର ଦୁଇଟି ଛୋଟ ପିତ୍ତଳ ମୂର୍ତ୍ତି ଥିଲା।
ସେବାୟତଜଣକ ଗୋଟିଏ ଶିବ ମୂର୍ତ୍ତି ଦେଖିବାକୁ ପାଇନଥିଲେ।
ଛୋଟ ମୂର୍ତ୍ତିଟି କେଉଁଠି ରହିଯାଇଥିବ ଭାବି ସେ ବହୁ ଖୋଜାଖୋଜି କଲେ ଏବଂ ନିରାଶ ହେଲେ।
ତୁରନ୍ତ ସେ ମନ୍ଦିର ପରିଚାଳକ ଅରବିନ୍ଦ ମଲିଆଙ୍କୁ ଜଣାଇଥିଲେ।
ପରେପରେ ବିଗ୍ରହ ଚୋରି ଖବର ବିଦ୍ୟୁତ୍ ବେଗରେ ଖେଳି ଯାଇଥିଲା।
ଅଭିଯୋଗ ପାଇ ମନ୍ଦିରର ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧା ସଙ୍ଗୀତା ସାହୁ ମନ୍ଦିରକୁ ଆସିଥିଲେ ଏବଂ ସବୁ ବୁଝିବା ପରେ ଶ୍ରୀଲିଙ୍ଗରାଜ ଥାନାକୁ ଯାଇ ଏତଲା ଦେଇଥିଲେ।
Theft From Buddhikeswar Temple: ବାଲିପାଟଣା ଥାନା ପାଲଟିଛି ଚୋରଙ୍କ ଭୂସ୍ବର୍ଗ, ୧୫ ଦିନ ଭିତରେ ବୁଦ୍ଧିକେଶ୍ୱର ମନ୍ଦିରରୁ ଦ୍ୱିତୀୟ ଚୋରି ମନ୍ଦିର ଗର୍ଭଗୃହର ତାଲା ଭାଙ୍ଗି ନଥିବା ବେଳେ ମୂର୍ତ୍ତି ଚୋରିକୁ ନେଇ ନାନାକଥା ଆଲୋଚନା ହେଉଛି।
ପୂଜାର୍ଚ୍ଚନା ବେଳେ ହିଁ ମୂର୍ତ୍ତିକୁ ଚୋରି ହୋଇଥିବା ପୁଲିସ ସନ୍ଦେହ କରୁଛି।
କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧା ସଙ୍ଗୀତାଙ୍କ କହିବା କଥା ପ୍ରତିଦିନ ଅପରାହ୍ଣ ୩ଟାରେ ଭଣ୍ଡାରଘର ବନ୍ଦ ହୁଏ ଏବଂ ପୁଣି ସନ୍ଧ୍ୟା ୫ଟାରେ ଖୋଲାଯାଇଥାଏ।
ରାତିରେ ମନ୍ଦିର ପହୁଡ଼ ପଡ଼ିବା ବେଳେ ପୁଣି ଭଣ୍ଡାରଘର ବନ୍ଦ କରାଯାଏ।
ତାଲା ସୁରକ୍ଷିତ ଥିବାରୁ ପୂଜା ବେଳେ କେହି ମୂର୍ତ୍ତି ଚୋରି କରିଥିବା ସନ୍ଦେହ ହେଉଛି।
ଶ୍ରୀଲିଙ୍ଗରାଜ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ କହିବା କଥା ମନ୍ଦିର ଖୋଲା ଥିବା ସମୟରେ ଚୋରି ହୋଇଛି।
ତଦନ୍ତ ଆରମ୍ଭ ହୋଇଛି ଏବଂ ଖୁବ୍ଶୀଘ୍ର ମୂର୍ତ୍ତି ଚୋରିର ପର୍ଦ୍ଦାଫାସ୍ ହୋଇଯିବ।
ଏହି ଘଟଣା ପରେ ମନ୍ଦିରରେ ସିସିଟିଭି ଲଗାଇବାକୁ ସେବାୟତମାନେ ଦାବି କରିଛନ୍ତି।"