Sivkumar: ଶିବକୁମାରଙ୍କ ସମର୍ଥନରେ ସ୍ଲୋଗାନ ଶୁଣି ରାଗିଗଲେ ଖଡ଼ଗେ
ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରେ ଚାଲିଥିବା କଂଗ୍ରେସ ପାର୍ଟିର ସଙ୍କଳ୍ପ ସମାବେଶ କାର୍ଯ୍ୟକ୍ରମବେଳେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଦଳୀୟ କର୍ମୀଙ୍କ ଉପରେ ଉତକ୍ଷୀପ୍ତ ହୋଇ ପ୍ରବଳ ବର୍ଷିଛନ୍ତି। ଏପରିକି ଖଡ଼ଗେ କ୍ରୋଧିତ ହୋଇ କର୍ମୀଙ୍କୁ ‘ବେକାର ଲୋକ’ କହିବାକୁ ପଛାଇ ନଥିଲେ। କାର୍ଯ୍ୟକ୍ରମବେଳେ କିଛି ଲୋକ ମୁଖ୍ୟମନ୍ତ୍ରୀ ଡି କେ ଶିବକୁମାରଙ୍କ ସମର୍ଥନରେ ‘ଡିକେ’ ‘ଡିକେ’ ବୋଲି ସ୍ଲୋଗାନ ଦେବାକୁ ନେଇ ଖଡ଼ଗେ ମଞ୍ଚ ଉପରୁ ସେମାନଙ୍କୁ କଠୋର ସମାଲୋଚନା କରିଥିଲେ। ଖଡ଼ଗେ କହିଥିଲେ, ଏହା କୌଣସି ବ୍ୟକ୍ତିବିଶେଷଙ୍କ କାର୍ଯ୍ୟକ୍ରମ ନୁହେଁ, ଦଳୀୟ କାର୍ଯ୍ୟକ୍ରମ ହୋଇଥିବାରୁ କୌଣସି ବ୍ୟକ୍ତିବିଶେଷଙ୍କ ପୂଜା କରିବାର ଆବଶ୍ୟକତା ନାହିଁ।
ଆହୁରି ପଢନ୍ତୁ: MLA driver arrested ନାବାଳିକାଙ୍କୁ ଅସଦାଚରଣ କରି ଗିରଫ ହେଲେ ବିଧାୟକଙ୍କ ଡ୍ରାଇଭର
ଖଡ଼ଗେ ଦଳୀୟ କର୍ମୀଙ୍କୁ ବେକାର ଲୋକ କହି ଏଠାରେ କ’ଣ ନାରା ଦେଲେ ସମଗ୍ର ଦେଶ ପ୍ରଭାବିତ ହୋଇଯିବ ବୋଲି ପଚାରିଥିଲେ। ଆମେ ଏଠାରେ ଦଳୀୟ କାର୍ଯ୍ୟକ୍ରମ ପାଇଁ ଏକାଠି ହୋଇଛନ୍ତି। ରାଜନୀତିରେ ମୋର ୫୮ ବର୍ଷ ଅଭିଜ୍ଞତା ରହିଛି। ଏଠାରେ ଅନେକ ନେତା ଆସିଛନ୍ତି, ଯେଉଁମାନଙ୍କର ଦଳରେ ଯୋଗଦାନ କମ୍ ରହିଥାଉ ବରଂ, କିନ୍ତୁ ଦଳ ସେମାନଙ୍କ ପାଇଁ ବଡ଼ ଯୋଗଦାନ ଦେଇଛି। ଯେଉଁମାନେ ଏଠାରେ ନାରାବାଜି କରୁଛନ୍ତି, ତା’ର ଫୁଟେଜ ରହିଛି। ମୁଁ ଭିଡିଓ ଫୁଟେଜ ଯାଞ୍ଚ କରି ଅନୁଶାସନମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି କର୍ମୀଙ୍କୁ ତାଗିଦ୍ କରି କହିଥିଲେ।
ଆହୁରି ପଢନ୍ତୁ: NuclearProject: ଆଣବିକ ପ୍ରକଳ୍ପ ପାଇଁ ଜମି ସମସ୍ୟା, ଆଗେଇ ପାରୁନି ପ୍ରକଳ୍ପ
ଖଡ଼ଗେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ ଦାବି କରିଥିଲେ ଯେ, ଉଭୟ ନେତା ପରସ୍ପରକୁ ଭଲ ମିତ୍ର କହୁଛନ୍ତି, କିନ୍ତୁ ମୋଦୀ ସମଗ୍ର ଦେଶକୁ ଓ ଟ୍ରମ୍ପ ପୂରା ବିଶ୍ବକୁ ନଷ୍ଟ କରୁଛନ୍ତି। ଏମାନଙ୍କ ଯୋଗୁଁ ଲୋକମାନଙ୍କୁ ହଇରଣ ହେବାକୁ ପଡ଼ୁଛି ବୋଲି କଂଗ୍ରେସ ଅଧ୍ୟକ୍ଷ କହିଥିଲେ। ଖଡ଼ଗେ କହିଛନ୍ତି, ଭାରତ ଜବାହରଲାଲ ନେହରୁଙ୍କ ସମୟରୁ ଗୋଷ୍ଠୀ ନିରପେକ୍ଷତା ନୀତି ଅବଲମ୍ବନ କରିଆସୁଛି ଓ ସମସ୍ତ ଦେଶମାନଙ୍କ ସହିତ ସନ୍ତୁଳନ ବଜାୟ ରଖିଛି। କିନ୍ତୁ ବର୍ତ୍ତମାନର ସରକାର ସେହି ନୀତି ପରିତ୍ୟାଗ କରିଛି। ବିଦେଶ ନୀତିରେ ପରିବର୍ତ୍ତନ ଓ ବ୍ୟକ୍ତିଗତ ବନ୍ଧୁତା ରାଜନୀତି ଯୋଗୁ ଦେଶକୁ କ୍ଷତି ପହଞ୍ଚାଉଛନ୍ତି ବୋଲି କହିଛନ୍ତି। ସେ କଂଗ୍ରେସ କର୍ମୀଙ୍କୁ ଲୋକଙ୍କ ନିକଟରେ ପହଞ୍ଚି ସରକାରଙ୍କ ନୀତିକୁ ନେଇ ସମସ୍ତଙ୍କୁ ସଚେତନ କରିବା ଓ ଦଳର ବିଚାରଧାରାକୁ ସୁଦୃଢ଼ କରିବାକୁ ପରାମର୍ଶ ଦେଇଛନ୍ତି। ରାମ ମନ୍ଦିର ପ୍ରସଙ୍ଗରେ ନିରପେକ୍ଷ ଯାଞ୍ଚ ହେଉ ବୋଲି ଖଡ଼ଗେ ଦାବି କରିଥିଲେ।