Hospital, Police: ପ୍ରଶ୍ନ ଘେରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ପୁଲିସ ନାବାଳିକା ଜଳିବାର ୧୫ ଦିନ ପରେ ବୟାନ ରେକର୍ଡ
"ଜଗତସିଂହପୁର: ଜଗତସିଂହପୁର ବ୍ଲକ ଅନ୍ତର୍ଗତ ରମ୍ଭାଦେଇପୁର ଅଞ୍ଚଳରେ ମେ ୨୩ ତାରିଖରେ ଜଳିଗଲେ ୧୩ ବର୍ଷୀୟା ନାବାଳିକା।
ଗୁରୁତର ଅବସ୍ଥାରେ ପ୍ରଥମେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଗଲା।
କିନ୍ତୁ ପୁଲିସ ଜାଣିପାରିଲା ନାହିଁ।
ମାମଲା ରୁଜୁ ହେବା ପରେ ଯାଇ ନାବାଳିକାଙ୍କର ମୃତ୍ୟୁକାଳୀନ ଜମାନବନ୍ଦୀ(ଡାଇଂ ଡିକ୍ଲାରେସନ) ରେକର୍ଡ କରାଗଲା।
ସେତେବେଳକୁ କୃତ୍ରିମ ଶ୍ବାସନଳୀ ଲଗା ଯାଇଥିବାରୁ ନାବାଳିକା ଆଉ କଥା କହିପାରୁ ନ ଥିଲେ।
ଯାହାଫଳରେ ଜମାନବନ୍ଦୀ ରେକର୍ଡ ଠିକ ଭାବେ ହୋଇପାରି ନ ଥିବା ଜଣାପଡ଼ିଛି।Advertisment ମାରପିଟ୍ ଭଳି ଘଟଣା ଏହି ଏମଏଲସି ଶ୍ରେଣୀ ଅନ୍ତର୍ଭୂକ୍ତ ଏହି ଘଟଣା ପରେ ଏବେ ପ୍ରଶ୍ନ ଘେରକୁ ଚାଲି ଆସିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ।
ନାବାଳିକାଙ୍କ ବାପାଙ୍କ କହିବା ଅନୁସାରେ, ଗତ ୨୩ ତାରିଖରେ ତାଙ୍କ ଝିଅ ବାଡ଼ି ପଛ ପଟେ ଜଳି ଯାଇଥିଲେ।
ନାବାଳିକାଙ୍କ ଜେଜେ ଶୌଚ ହେବାକୁ ଯାଇଥିବା ବେଳେ ନାତୁଣୀ ଜଳି ଯାଉଥିବା ଦେଖିଥିଲେ।
ତୁରନ୍ତ ପରିବାର ଲୋକ ଏକ ଅଟୋରେ ତାଙ୍କୁ ଧରି ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ।
ସେଠାରେ ପ୍ରାଥମିକ ଚିକିତ୍ସା ପରେ ତୁରନ୍ତ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।
ନାବାଳିକାଙ୍କ ବାପାଙ୍କ କହିବା ଅନୁସାରେ, ସେତେବେଳେ ସେ କଥାବାର୍ତ୍ତା କରୁଥିଲା।
କିଏ ଜଣେ ନିଆଁ ଲଗାଇ ଦେଇଥିବା ସେ କହିଥିଲା।
କିନ୍ତୁ ତିନିଦିନ ହେଲା ଆଉ କଥା କହିପାରୁ ନ ଥିଲା।
ଏଠାରେ ପ୍ରଶ୍ନ ଉଠୁଛି ୨୩ ତାରିଖରେ ଘଟଣା ଘଟିଥିଲେ ମଧ୍ୟ ପୁଲିସ ଜାଣିପାରିଲା ନାହିଁ କେମିତି।
ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁସାରେ ପୋଡ଼ିଯିବା ଘଟଣା ହେଉଛି ମେଡିକୋ ଲିଗାଲ୍ କେସ୍(ଏମଏଲସି)।
ଦୁର୍ଘଟଣା, ପୋଡ଼ିଯିବା, ଗୁଳିମାଡ଼, ବୋମାମାଡ଼, ହଣାକଟା, ମାରପିଟ୍ ଭଳି ଘଟଣା ଏହି ଏମଏଲସି ଶ୍ରେଣୀ ଅନ୍ତର୍ଭୂକ୍ତ।
ଯଦି କୌଣସି ବ୍ୟକ୍ତି ଏହିଭଳି ଘଟଣାର ଶିକାର ହୋଇ ଆହତ ଅବସ୍ଥାରେ ମେଡିକାଲକୁ ଆସନ୍ତି ତାହାଲେ ଡାକ୍ତର ତୁରନ୍ତ ପୁଲିସକୁ ଖବର ଦେବା କଥା।
ଏପରିକି ମେଡିକାଲ ପରିସରରେ ପୁଲିସ ସହାୟତା କେନ୍ଦ୍ର ଥିବା ବେଳେ ୨୪ ଘଣ୍ଟିଆ କର୍ମଚାରୀ ରହୁଛନ୍ତି।
ଯଦି ଏପରି କିଛି ଘଟଣା ଆସିଲା ତାହେଲେ ତୁରନ୍ତ ସେମାନେ ଜାଣିବା କଥା ଓ ଏହା ପରେ ଥାନାକୁ ଅବଗତ କରିବା କଥା।
କିନ୍ତୁ ୨୩ ତାରିଖରେ ଆସିଥିବା ପୋଡ଼ା ଘଟଣା ସମ୍ପର୍କରେ ପୁଲିସ ଜାଣିପାରିଲା ନାହିଁ କେମିତି?
ଏ ସମ୍ପର୍କରେ ଆଇଆଇସି ସୁଶାନ୍ତ କୁମାର ସାହୁ କହିଛନ୍ତି, ମେଡିକାଲରୁ ପୁଲିସକୁ କୌଣସି ଖବର ଆସି ନ ଥିଲା।
ଯାହାଫଳରେ ପୁଲିସ ଜାଣିପାରିଲା ନାହିଁ।
ଏ ସଂକ୍ରାନ୍ତରେ ସିଡିଏମଓ(୯୪୩୯୯୯୧୮୬୮)ଙ୍କୁ ମୋବାଇଲ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସୁଇଚ୍ ଅଫ୍ ରହିଥିଲା।
ଅନ୍ୟପକ୍ଷରେ ୧୫ ଦିନ ଧରି ଚିକିତ୍ସିତ ହେଉଥିବା ନାବାଳିକାଙ୍କର ଆଜି ଅପରାହ୍ନରେ ଏସସିବି ମେଡିକାଲରେ ମୃତ୍ୟୁ ହୋଇଛି।
ଶବ ବ୍ୟବଚ୍ଛେଦ ପରେ ଖାନନଗର ଶ୍ମଶାନରେ ଶେଷକୃତ୍ୟ କରାଯାଇଛି।
ସେହିପରି ପୁଲିସ ଗତକାଲି ଘଟଣାସ୍ଥଳକୁ ଯାଇ ତଦନ୍ତ ମଧ୍ୟ କରିଛି।
ନାବାଳିକା ଡିଆସିଲିରେ ନିଆଁ ଲଗାଉଥିବା ବେଳେ ପୋଡ଼ି ଯାଇଥିବା କେତେଜଣ ପଡ଼ୋଶୀ ବୟାନ ଦେଇଛନ୍ତି ବୋଲି ଆଇଆଇସି ଶ୍ରୀ ସାହୁ କହିଛନ୍ତି।
ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି।
ଆହୁରି ପଢ଼ନ୍ତୁ:Drug Trade: ଡ୍ରଗ୍ସ ବେପାରୀଙ୍କ ଘର ଭାଙ୍ଗିଲା ଜିଲ୍ଲା ପ୍ରଶାସନ ଆହୁରି ଦେଖନ୍ତୁ...
"