IIC assaulted ଅଭିଯୁକ୍ତକୁ ଧରିବାକୁ ଯାଇଥିବା ପୁଲିସ ଅଧିକାରୀଙ୍କୁ ମାଡ଼

Jun 25, 2026 - 17:28
IIC assaulted ଅଭିଯୁକ୍ତକୁ ଧରିବାକୁ ଯାଇଥିବା ପୁଲିସ ଅଧିକାରୀଙ୍କୁ ମାଡ଼

"ବାଲିଆପାଳ: ଏକ ଅପରାଧିକ ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଧରିବାକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି ବାଲିଆପାଳ ଥାନା ଆଇଆଇସି ସାଲଖେନ ମୁର୍ମୁ।

ଏହି ଘଟଣାରେ ତାଙ୍କ ମୁଣ୍ଡ ଓ ଛାତିରେ ଆଘାତ ଲାଗିଥିବା ସୂଚନା ମିଳିଛି।

ଘଟଣା ପରେ କଚୁଆପଡା ଗ୍ରାମରେ ପୁଲିସ ମୁତୟନ କରାଯାଇଛି।Advertisment ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଧୀନ କଚୁଆପଡା ଗ୍ରାମର ଶିବ କୁମାର ଜେନାଙ୍କ ନାମରେ ଗତକାଲି (ବୁଧବାର) ଥାନାରେ ଏକ ଅଭିଯୋଗ ହୋଇଥିଲା।

ଏହି ଅଭିଯୋଗକୁ ଆଧାର କରି ଆଜି (ଗୁରୁବାର) ପୂର୍ବାହ୍‌ଣରେ ବାଲିଆପାଳ ଆଇଆଇସି ସାଲଖେନ ମୁର୍ମୁ ନିଜର ଟିମ୍ ସହ ଶିବ କୁମାର ଜେନାଙ୍କ ଘରେ ପହଞ୍ଚିଥିଲେ।

ପୁଲିସ, ଶିବ କୁମାର ଜେନାଙ୍କ ପୁଅ ଉତ୍ତମ ଜେନାଙ୍କୁ ଧରି ଆଣିବା ବେଳେ ପରିବାର ସଦସ୍ୟଙ୍କ ପକ୍ଷରୁ ବିରୋଧ କରିଥିଲେ।

ଏହି ସମୟରେ ଉତ୍ତମଙ୍କ ସ୍ତ୍ରୀ ଓ ପୁଅ ଆଇଆଇସିଙ୍କ ଉପରେ ଆକ୍ରମଣ କରିଥିଲେ।

ଫଳରେ ଆଇଆଇସିଙ୍କ ମୁଣ୍ଡ ଏବଂ ଛାତିରେ ଶକ୍ତ ଆଘାତ ଲାଗିଛି।

ଖବର ଲେଖାଯିବା ବେଳକୁ ବାଲିଆପାଳ ପୁଲିସ ଶିବ କୁମାର ଜେନାଙ୍କ ଘରକୁ ଚାରିପଟୁ ଘେରି ରଖିଛି।

"