IFS Officer Sangram Behera Faces Suspension: IFS ସଂଗ୍ରାମ ବେହେରା ସସପେଣ୍ଡ, ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଅଭିଯୁକ୍ତ

Aug 02, 2026 - 10:20
IFS Officer Sangram Behera Faces Suspension: IFS ସଂଗ୍ରାମ ବେହେରା ସସପେଣ୍ଡ, ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଅଭିଯୁକ୍ତ

ଶେଷରେ ନିଲମ୍ବିତ ହେଲେ IFS ସଂଗ୍ରାମ ବେହେରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ତାଙ୍କୁ ନିଲମ୍ବିତ କରାଯାଇଛି। 
ପାରଳାଖେମୁଣ୍ଡିରେ ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ତତ୍କାଳୀନ DFO ସଂଗ୍ରାମ ବେହେରାଙ୍କ ସଂପୃକ୍ତି ନେଇ ଅଭିଯୋଗ ଆଣିଥିଲେ ପରିବାର ଲୋକେ। ଦୀର୍ଘଦିନ ଫେରାର ରହିବା ପରେ ସେ କୋର୍ଟଙ୍କ ନିର୍ଦ୍ଦେଶରେ ଆତ୍ମସମର୍ପଣ କରିଥିଲେ। ଏହାପରେ ତାଙ୍କୁ ଗିରଫ କରାଯାଇ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।...

୨୦୨୧, ଜୁଲାଇ ୧୩ରେ ପାରଳାଖେମୁଣ୍ଡି ସ୍ଥିତ ସରକାରୀ ବାସଭବନରେ ACF ସୌମ୍ୟରଞ୍ଜନ ମହାପାତ୍ର ଅତି ସନ୍ଦେହଜନକ ଭାବେ ପ୍ରଥମେ ଜଳିଯାଇଥିଲେ ଏବଂ ପରେ କଟକ SCBରେ ଜୀବନ ହରାଇଥିଲେ। ତେବେ ପୁଅକୁ ହତ୍ୟା ଅଭିଯୋଗ ଆଣି ବୋହୂ ବିଦ୍ୟାଭାରତୀ, ତତ୍କାଳୀନ ଡିଏଫ୍ଓ ସଂଗ୍ରାମ ବେହେରା ଏବଂ ସୌମ୍ୟଙ୍କ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ପରିବାର ଲୋକଙ୍କ ଏତଲା ପରେ ମାମଲା ରୁଜୁ ହୋଇଥିଲା। ତତ୍କାଳୀନ ବିଜେଡି ସରକାର ସେହିବର୍ଷ ଅଗଷ୍ଟରେ କ୍ରାଇମବ୍ରାଞ୍ଚକୁ ଦେଇଥିଲେ ତଦନ୍ତ ଭାର।

କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ କ୍ରାଇମବ୍ରାଞ୍ଚ ସଂଗ୍ରାମଙ୍କୁ ଦେଇଥିଲା କ୍ଲିନଚିଟ୍। ଯାହାକୁ ଚାଲେଞ୍ଜ କରି ସୌମ୍ୟଙ୍କ ପରିବାର ପାରଳାଖେମୁଣ୍ଡି SDJM କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବି କୋର୍ଟଙ୍କ ବାରମ୍ବାର ସମନ ସତ୍ତ୍ୱେ ହାଜର ହୋଇନଥିଲେ ୩ ଜଣ। ଶେଷରେ ଟ୍ରାଏଲ୍ କୋର୍ଟ ୨୦୨୫ ଅଗଷ୍ଟରେ ୩ ଜଣଙ୍କ ବିରୋଧରେ ଜାରି କରିଥିଲେ NBW। ଏହାପରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଗତ ୨୭ ତାରିଖରେ ପାରଳାଖେମୁଣ୍ଡି SDJM ଓ ଜିଲ୍ଲା କୋର୍ଟରେ ହାଜର ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏବେ ପାରଳାଖେମୁଣ୍ଡି ଜେଲରେ ଅଛନ୍ତି ସଂଗ୍ରାମ।....

IFS ସଂଗ୍ରାମ ବେହେରା ସସପେଣ୍ଡ 

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଗିରଫ ହୋଇଛନ୍ତି ସଂଗ୍ରାମ
ସସପେଣ୍ଡ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ତତ୍କାଳୀନ DFO ଥିଲେ ସଂଗ୍ରାମ ବେହେରା 
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ସଂପୃକ୍ତି ଅଭିଯୋଗ 
ଦୀର୍ଘ ଦିନ ଧରି ଫେରାର ରହିବା ପରେ ଗିରଫ ହୋଇଛନ୍ତି ସଂଗ୍ରାମ 
IFS ସଂଗ୍ରାମ ବେହେରାଙ୍କ ବିରୋଧରେ ଅଭିଯୋଗ କରିଥିଲେ ସୌମ୍ୟଙ୍କ ପରିବାର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।