Odisha Receives ₹500 Crore Flood Relief from Centre: ଓଡ଼ିଶାକୁ ୫୦୦ କୋଟିର ବନ୍ୟା ସହାୟତା ଦେଲେ କେନ୍ଦ୍ର ସରକାର

Aug 02, 2026 - 10:20
Odisha Receives ₹500 Crore Flood Relief from Centre: ଓଡ଼ିଶାକୁ ୫୦୦ କୋଟିର ବନ୍ୟା ସହାୟତା ଦେଲେ କେନ୍ଦ୍ର ସରକାର

ଓଡ଼ିଶାକୁ କେନ୍ଦ୍ରରୁ ଆସିଲା ବଡ଼ ସହାୟତା। ୫୦୦ କୋଟିର ବନ୍ୟା ସହାୟତା ପ୍ରଦାନ କଲେ କେନ୍ଦ୍ର ସରକାର। ଏହି ସହାୟତା ରାଶି SDRFକୁ ପ୍ରଦାନ କରାଯାଇଛି। ଏନେଇ ମଞ୍ଜୁରୀ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । କେନ୍ଦ୍ର ସରକାର ୭ଟି ବନ୍ୟା ପ୍ରଭାବିତ ରାଜ୍ୟକୁ ମୋଟ ୨ ହଜାର ୧୧୭ କୋଟି ଟଙ୍କା ବନ୍ୟା ସହାୟତା ପ୍ରଦାନ କରିଛନ୍ତି।

ଗୁଜରାଟ, ମହାରାଷ୍ଟ୍ର ଓ ଓଡ଼ିଶାକୁ ସର୍ବାଧିକ ୫୦୦ କୋଟି ଟଙ୍କା ଲେଖାଏଁ ମିଳିଥିବାବେଳେ ଆସାମକୁ ୩୭୯.୩୫ କୋଟି, ଅରୁଣାଚଳ ପ୍ରଦେଶକୁ ୪୪.୫୫ କୋଟି, ହିମାଚଳ ପ୍ରଦେଶକୁ ୧୯୩.୯୫ କୋଟି ଟଙ୍କା ବନ୍ୟା ସହାୟତା ମିଳିଛି। ଏହାକୁ ରାଜ୍ୟଗୁଡ଼ିକର ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରେ କେନ୍ଦ୍ରୀୟ ଅନୁଦାନ ଭାବେ ପ୍ରଦାନ କରାଯିବ। କ୍ଷୟକ୍ଷତିର ଆକଳନ କରିବା ପାଇଁ ଅରୁଣାଚଳ ପ୍ରଦେଶ ଏବଂ ଆସାମକୁ ଆନ୍ତଃ-ମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍ ଗସ୍ତ କରିଛନ୍ତି।

ବନ୍ୟା ସମୟରେ ଓଡ଼ିଶାର ଲୋକଙ୍କ ସହ ଦୃଢ଼ ଭାବେ ଛିଡ଼ା ହୋଇ ସହାୟତା ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 

ଓଡ଼ିଶାକୁ ୫୦୦ କୋଟି ବନ୍ୟା ସହାୟତା

ଓଡ଼ିଶାକୁ କେନ୍ଦ୍ରରୁ ଆସିଲା ବଡ଼ ସହାୟତା
୫୦୦ କୋଟିର ବନ୍ୟା ସହାୟତା ଦେଲେ କେନ୍ଦ୍ର ସରକାର
୭ଟି ବନ୍ୟା ପ୍ରଭାବିତ ରାଜ୍ୟକୁ ୨, ୧୧୭ କୋଟି ଟଙ୍କା 
ଗୁଜରାଟ, ମହାରାଷ୍ଟ୍ର ଓ ଓଡ଼ିଶାକୁ ସର୍ବାଧିକ ୫୦୦ କୋଟି ଲେଖାଏଁ 
ଆସାମକୁ ୩୭୯.୩୫ କୋଟି, ଅରୁଣାଚଳ ପ୍ରଦେଶକୁ ୪୪.୫୫ କୋଟି
ହିମାଚଳ ପ୍ରଦେଶକୁ ୧୯୩.୯୫ କୋଟି ଟଙ୍କା ବନ୍ୟା ସହାୟତା
ପ୍ରଧାନମନ୍ତ୍ରୀ ମୋଦି ଓ ଗୃହ ମନ୍ତ୍ରୀ ଶାହଙ୍କୁ ସିଏମ ମୋହନଙ୍କ କୃତଜ୍ଞତା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।