ONGC: ମାଙ୍ଗାଲୁରୁରେ ଓଏନ୍ଜିସି କରିବ ତୈଳଭଣ୍ଡାର: ୧୫ ହଜାର କୋଟି ନିବେଶ ଯୋଜନା
"ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଦେଶରେ ଅଶୋତେ ତେଲ ନେଇ ବଡ଼ ସଂକଟ ଦେଖାଦେଇଛି।
ଭବିଷ୍ୟତରେ ସଂକଟର ମୁକାବିଲା ପାଇଁ ଦେଶରେ ତୈଳ ଭଣ୍ଡାର ବଢ଼ାଇବାର ଆବଶ୍ୟକତା ରହିଛି।
ଏଭଳି ସ୍ଥିତିରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନି ଓଏନ୍ଜିସିକୁ ମାଙ୍ଗାଲୁରୁରେ ପାହାଡ଼ ତଳେ ଏକ ତୈଳ ଭଣ୍ଡାର ନିର୍ମାଣ କରିବା ଯୋଜନା କରୁଛି।
ସରକାରଙ୍କ ନିର୍ଦ୍ଦେଶକ୍ରମେ ହେବାକୁ ଥିବା ଏହି ତୈଳ ଭଣ୍ଡାର ପାଇଁ ଓଏନ୍ଜିସିକୁ ପ୍ରାୟ ୧୫ ହଜାର କୋଟି ଟଙ୍କା ନିବେଶ କରିବାକୁ ପଡ଼ିପାରେ।
ଏହି ପ୍ରକଳ୍ପର ତେଲ ଗଚ୍ଛିତ ରଖିବା କ୍ଷମତା ୧.୭୫ ନିୟୁତ ଟନ୍ ରହିବ।
ଦେଶରେ ବର୍ତ୍ତମାନ ମୋଟ ୫.୩୩ ନିୟୁତ ଟନ ଅଶୋଧିତ ତେଲ ଗଚ୍ଛିତ ରହିବା ସୁବିଧା ରହିଛି।
ନୂଆ ପ୍ରକଳ୍ପ ହେଲେ ଏହି କ୍ଷମତା ଆହୁରି ବଢ଼ିଯିବ।
Advertisment Weekly Horoscope 2026 June 21 to 27: ଜାଣନ୍ତୁ ଏ ସପ୍ତାହର ରାଶିଫଳ ଉକ୍ତ ପ୍ରକଳ୍ପ ପାଇଁ ଓଏନ୍ଜିସି ପାଖରେ ଜମି ରହିଛି।
ତେଣୁ ଭଣ୍ଡାର ନିର୍ମାଣରେ କମ୍ପାନିକୁ ୫ ହଜାର କୋଟି ଟଙ୍କା ଏବଂ ତେଲ ଗଚ୍ଛିତ ରଖିବା ବାବଦରେ ୧୦ ହଜାର କୋଟି ଟଙ୍କା ନିବେଶ କରିବାକୁ ପଡ଼ିବ।
ତେବେ ଓଏନ୍ଜିସିର ଏହି ପ୍ରକଳ୍ପ ବାଣିଜ୍ୟିକ ଭାବେ ବ୍ୟବହାର କରାଯିବ କିମ୍ବା ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ (ଏସ୍ପିଆର୍) ଭାବେ ଉପଯୋଗ କରାଯିବ ତାହା ସ୍ପଷ୍ଟ ହୋଇନାହିଁ।
ବର୍ତ୍ତମାନ ଦେଶରେ ୩ଟି ଏସ୍ପିଆର୍ ରହିଛି।
ସେଥିପାଇଁ ସରକାର ପାଣ୍ଠି ଯୋଗାଇ ଦେଇଛନ୍ତି।
ରାଷ୍ଟ୍ରାୟତ୍ତ ଇଣ୍ଡିଆନ୍ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭସ ଲିମିଟେଡ୍ (ଆଇଏସ୍ପିଆର୍ଏଲ୍)ର ମାଲିକାନାରେ ଏଗୁଡ଼ିକ ପରିଚାଳିତ ହେଉଛି।
ସେଥିରୁ ଗୋଟିଏ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା (୧.୩୩ ନିୟୁତ ଟନ୍)ରେ ଥିବାବେଳେ ଅନ୍ୟ ଦୁଇଟି କର୍ଣ୍ଣାଟକର ମାଙ୍ଗାଲୁରୁ (୧.୫ ନିୟୁତ ଟନ୍) ଓ ପାଦୁର (୨.୫ ନିୟୁତ ଟନ୍)ରେ ରହିଛି।
Weather: ମୌସୁମୀ ଛୁଇଁବାକୁ ଆହୁରି ୪ ଦିନ, ଜଳୁଛି ପଶ୍ଚିମ ଓଡ଼ିଶା ଭାରତ ସଂପ୍ରତି ଦୈନିକ ୫ ନିୟୁତ ବ୍ୟାରେଲ୍ ଅଶୋଧିତ ତେଲ ବ୍ୟବହାର କରୁଛି।
କିନ୍ତୁ ଏସ୍ପିଆର୍ଗୁଡ଼ିକରେ ତେଲ ଗଚ୍ଛିତ ରହିବାର କ୍ଷମତା ୫.୩୩ ନିୟୁତ ଟନ୍ ରହିଛି।
ଏହା ପ୍ରାୟ ୩୯ ନିୟୁତ ବ୍ୟାରେଲ୍ ସହ ସମାନ।
ତେବେ ଅନେକ ସମୟରେ ଭାରତ ଏହି ଭଣ୍ଡାର ପୂର୍ଣ୍ଣ କ୍ଷମତା ମୁତାବକ ତେଲ ଗଚ୍ଛିତ ରଖି ନଥାଏ।
୨୦୨୫ ମସିହା ଶେଷ ସୁଦ୍ଧା ଦେଶର ଏହି ଭଣ୍ଡାର ୩ଟିରେ ୨୧ ନିୟୁତ ବ୍ୟାରେଲ୍ର ଅଶୋଧିତ ତେଲ ରହିଥିଲା।
କିନ୍ତୁ ଚୀନରେ ଏହି ପରିମାଣ ୧୩୯୭ ନିୟୁତ ବ୍ୟାରେଲ୍ ହୋଇଥିବାବେଳେ ଆମେରିକାର ୪୧୩ ନିୟୁତ ବ୍ୟାରେଲ୍ ଏବଂ ଜାପାନର ୨୬୩ ନିୟୁତ ବ୍ୟାରେଲ୍ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ଶକ୍ତି ସୂଚନା ପ୍ରଶାସନ ତଥ୍ୟରୁ ଜଣାଯାଇଛି।
ଏସ୍ପିଆର୍ ସଂପ୍ରସାରଣର ଦ୍ବିତୀୟ ପର୍ଯ୍ୟାୟକୁ କେନ୍ଦ୍ର ସରକାର ୨୦୨୧ ମସିହାରେ ମଞ୍ଜୁରି ଦେଇଥିଲେ।
ସେଥିରୁ ଗୋଟିଏ ଚଣ୍ଡିଖୋଲରେ ଏବଂ ଅନ୍ୟଟି କର୍ଣ୍ଣାଟକର ପାଦୁରରେ।
ଚଣ୍ଡିଖୋଲ ତୈଳ ଭଣ୍ଡାରର କ୍ଷମତା ୪ ନିୟୁତ ଟନ ଏବଂ ପାଦୁର ତୈଳ ଭଣ୍ଡାରର କ୍ଷମତା ୨.୫ ନିୟୁତ ଟନ ରହିବ।
ଗତବର୍ଷ ମେଘା ଇଞ୍ଜିନିୟରିଂ ଆଣ୍ଡ୍ ଇନଫ୍ରାଷ୍ଟ୍ରକଚର୍ସ ଲିମିଟେଡ ପାଦୁର ତୈଳ ଭଣ୍ଡାରର ନିର୍ମାଣ କାର୍ଯ୍ୟ ହାସଲ କରିଛି।
ଅନ୍ୟପଟେ ଚଣ୍ଡିଖୋଲ ତୈଳ ଭଣ୍ଡାର ପାଇଁ ଆବଶ୍ୟକ ଜମି ନିକଟରେ ରାଜ୍ୟ ସରକାର ପ୍ରଦାନ କରିଛନ୍ତି।
ଡଙ୍କାରି ପାହାଡ଼ ଅଞ୍ଚଳରେ ପ୍ରାୟ ୪୦୦ ଏକର ଜମିରେ ଏହି ପ୍ରକଳ୍ପ ସ୍ଥାପନ ହେବ।"