Horticulture Scheme: ପୁରୁଣା ଆମ୍ବ ଓ ଲିଚୁ ବଗିଚାର ହେବ ନବୀକରଣ, ଚାଷୀଙ୍କୁ ମିଳିବ ୪୦% ସବ୍‌ସିଡି

Nov 06, 2026 - 12:12
Horticulture Scheme: ପୁରୁଣା ଆମ୍ବ ଓ ଲିଚୁ ବଗିଚାର ହେବ ନବୀକରଣ, ଚାଷୀଙ୍କୁ ମିଳିବ ୪୦% ସବ୍‌ସିଡି

ପାଟନା: ପୁରୁଣା ଆମ୍ବ ଓ ଲିଚୁ ବଗିଚାର ଉତ୍ପାଦନ କ୍ଷମତା କମିଯାଉଥିବାରୁ ଚିନ୍ତାରେ ଥିବା ଚାଷୀଙ୍କ ପାଇଁ ଖୁସି ଖବର।

ଏହି ବଗିଚାଗୁଡ଼ିକର ପୁନରୁଦ୍ଧାର ଓ ଉତ୍ପାଦନ କ୍ଷମତା ବୃଦ୍ଧି ଲକ୍ଷ୍ୟରେ ବିହାର ସରକାରଙ୍କ ପକ୍ଷରୁ ସବ୍‌ସିଡି ପ୍ରଦାନ କରାଯାଉଛି।

ଏକୀକୃତ ଉଦ୍ୟାନ କୃଷି ବିକାଶ ମିସନ ଯୋଜନା ଅଧୀନରେ ଚାଷୀମାନେ ଏଥିପାଇଁ ୪୦ ପ୍ରତିଶତ ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ।

ଏହି ଯୋଜନାରେ ବିହାରର ୧୯ଟି ଜିଲ୍ଲାକୁ ସାମିଲ କରାଯାଇଛି।

Advertisment ଯୋଜନା ଅନୁଯାୟୀ, ପୁରୁଣା ଫଳ ବଗିଚାର ନବୀକରଣ ପାଇଁ ଦୁଇଟି ପ୍ରମୁଖ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇଛି।

ପ୍ରଥମତଃ, ଗଛର ଅନାବଶ୍ୟକ ଓ ଶୁଖିଲା ଡାଳ କାଟିବା ସହ ଗଛର ଶାଖା ପରିଚାଳନା କରାଯିବ।

ଏହି କାର୍ଯ୍ୟ ପାଇଁ ପ୍ରତି ୟୁନିଟ୍‌ରେ ୧୦ ହଜାର ଟଙ୍କା ବ୍ୟୟ ଧାର୍ଯ୍ୟ ହୋଇଥିବାବେଳେ ଏହାର ୪୦ ପ୍ରତିଶତ ଅର୍ଥାତ୍ ୪ ହଜାର ଟଙ୍କା ସରକାର ସବ୍ସିଡି ଭାବେ ପ୍ରଦାନ କରିବେ।

ସେହିପରି ବଗିଚାର ଉତ୍ପାଦନ କ୍ଷମତା ବଢ଼ାଇବା ପାଇଁ ପୋଷକତତ୍ତ୍ୱ ପରିଚାଳନା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ଏହି କାର୍ଯ୍ୟ ପାଇଁ ପ୍ରତି ୟୁନିଟ୍‌ରେ ୪୦ ହଜାର ଟଙ୍କା ବ୍ୟୟ ଧାର୍ଯ୍ୟ କରାଯାଇଛି।

ଏଥିରୁ ୪୦ ପ୍ରତିଶତ ହିସାବରେ ଚାଷୀଙ୍କୁ ୧୬ ହଜାର ଟଙ୍କା ଅନୁଦାନ ମିଳିବ।

ଏହି ଦୁଇଟି କାର୍ଯ୍ୟ ପାଇଁ ମୋଟ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ସବ୍‌ସିଡି ମିଳିପାରିବ।

୧୯ଟି ଜିଲ୍ଲା ଚାଷୀଙ୍କୁ ମିଳିବ ଲାଭ ବିହାରର ବାଙ୍କା, ଭାଗଲପୁର, ଭୋଜପୁର, ବକ୍ସର, ଦରଭଙ୍ଗା, କଟିହାର, ଖଗଡ଼ିଆ, ମଧୁବନୀ, ମୁଙ୍ଗେର, ମୁଜାଫରପୁର, ପଶ୍ଚିମ ଚମ୍ପାରଣ, ପାଟନା, ପୂର୍ବ ଚମ୍ପାରଣ, ପୂର୍ଣ୍ଣିଆ, ସହରସା, ସମସ୍ତିପୁର, ସୀତାମଢ଼ି, ସୁପୌଲ ଓ ବୈଶାଳୀ ଜିଲ୍ଲାର ଚାଷୀମାନେ ଏହି ଯୋଜନାର ଲାଭ ପାଇପାରିବେ।

ତେବେ ଯୋଜନାର ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ଓ ଯୋଗ୍ୟତା ଅନୁଯାୟୀ ହିତାଧିକାରୀ ଚୟନ କରାଯିବ।

ଅନଲାଇନ୍ ଆବେଦନ ଏହି ସବ୍‌ସିଡ୍ ପାଇବାକୁ ଇଚ୍ଛୁକ ଚାଷୀମାନେ ବିହାର ଉଦ୍ୟାନ କୃଷି ବିଭାଗର ଅଫିସିଆଲ୍ ୱେବ୍ସାଇଟ୍ https://horticulture.bihar.gov.in/ ମାଧ୍ୟମରେ ଅନଲାଇନ୍ ଆବେଦନ କରିପାରିବେ।

ପ୍ରଥମେ ୱେବସାଇଟରେ ମୂଳ ପୃଷ୍ଠାରେ ଥିବା 'ଯୋଜନାର ଲାଭ ପାଇଁ ଆବେଦନ କରନ୍ତୁ' ବିକଳ୍ପ ଚୟନ କରିବାକୁ ହେବ।

ଏହାପରେ ଏକୀକୃତ ଉଦ୍ୟାନ କୃଷି ବିକାଶ ମିଶନ ଯୋଜନା ଅଧୀନରେ ଆବେଦନ ବିକଳ୍ପ ଉପରେ କ୍ଲିକ୍ କରି ସର୍ତ୍ତାବଳୀ ପଢ଼ି ସମ୍ମତି ପ୍ରଦାନ କରିବାକୁ ପଡ଼ିବ।

ଆବେଦନକାରୀ ନିଜେ ବ୍ୟକ୍ତିଗତ ଭାବେ କିମ୍ବା ପଞ୍ଜୀକୃତ ଗୋଷ୍ଠୀ ଭାବେ ଆବେଦନ କରିପାରିବେ।

Teaching Vacancies in Colleges ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଖୁବ୍‌ଶୀଘ୍ର ପୂରଣ ହେବ ୧୮୧୯ଟି ଶିକ୍ଷକ ପଦବି ପରବର୍ତ୍ତୀ ପର୍ଯ୍ୟାୟରେ ନିଜର ଡିବିଟି (DBT) ପଞ୍ଜୀକରଣ ସଂଖ୍ୟା ଦାଖଲ କରି ବ୍ୟକ୍ତିଗତ ବିବରଣୀ ଯାଞ୍ଚ କରିବାକୁ ହେବ।

ଏହାପରେ ବଗିଚା ସମ୍ପର୍କିତ ଆବଶ୍ୟକୀୟ ତଥ୍ୟ ପୂରଣ କରି ଆବେଦନ ଫର୍ମ ଦାଖଲ କରିବାକୁ ପଡ଼ିବ।

ତେଣୁ ନିଜ ପୁରୁଣା ଆମ୍ବ ଓ ଲିଚୁ ବଗିଚାର ପୁନରୁଦ୍ଧାର କରିବାକୁ ଚାହୁଁଥିବା ଯୋଗ୍ୟ ଚାଷୀମାନେ ଏହି ଯୋଜନାର ସୁଯୋଗ ନେଇପାରିବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)