Air Pollution: ଦିଲ୍ଲୀରେ ଭୟଙ୍କର ପ୍ରଦୂଷଣ, ତଥାପି ସ୍କୁଲ ବନ୍ଦ ସପକ୍ଷରେ ନୁହନ୍ତି ସୁପ୍ରିମକୋର୍ଟ!

Nov 06, 2026 - 14:36
Air Pollution: ଦିଲ୍ଲୀରେ ଭୟଙ୍କର ପ୍ରଦୂଷଣ, ତଥାପି ସ୍କୁଲ ବନ୍ଦ ସପକ୍ଷରେ ନୁହନ୍ତି ସୁପ୍ରିମକୋର୍ଟ!

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସାଂଘାତିକ ସ୍ତରରେ ପହଞ୍ଚିଥିବା ବେଳେ ସ୍କୁଲ ବନ୍ଦ କରିବା କିମ୍ବା ପିଲାଙ୍କ ପାଠପଢ଼ାକୁ ସମ୍ପୂର୍ଣ୍ଣ ଅନ୍‌ଲାଇନ୍ କରିବା ସପକ୍ଷରେ ନାହାନ୍ତି ସୁପ୍ରିମକୋର୍ଟ ।

ପିଲାମାନଙ୍କୁ ଶ୍ରେଣୀଗୃହରୁ ଦୂରେଇ ରଖିବା ପୂର୍ବରୁ ଏହାର ଶିକ୍ଷାଗତ ପ୍ରଭାବ ଓ ଅନ୍ୟାନ୍ୟ ସମସ୍ୟାକୁ ବିଚାର କରିବା ଆବଶ୍ୟକ ବୋଲି ଅଦାଲତ ମତ ଦେଇଛନ୍ତି।

Advertisment ଶୁକ୍ରବାର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ଭି.

ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଶ୍ରେଣୀଗୃହରେ ଶିକ୍ଷକ ଓ ସହପାଠୀଙ୍କ ସହ ସିଧାସଳଖ ଯୋଗାଯୋଗ ମାଧ୍ୟମରେ ମିଳୁଥିବା ଶିକ୍ଷାର ଗୁଣବତ୍ତା ଅଧିକ ଭଲ।

ସମସ୍ତ ପିଲାଙ୍କ ପାଖରେ ମୋବାଇଲ୍, କମ୍ପ୍ୟୁଟର ଓ ଭଲ ଇଣ୍ଟରନେଟ୍ ସୁବିଧା ନଥିବାରୁ ଅନ୍‌ଲାଇନ୍ ପାଠପଢ଼ା ସେମାନଙ୍କ ମଧ୍ୟରେ ଅସମାନତା ବଢ଼ାଇପାରେ।

ସ୍ୱାସ୍ଥ୍ୟ ସୁରକ୍ଷା ସହ ଶିକ୍ଷାର ଗୁଣବତ୍ତା ରକ୍ଷା କେବଳ ଛୋଟ ପିଲାମାନେ ବାୟୁ ପ୍ରଦୂଷଣରେ ଅଧିକ ପ୍ରଭାବିତ ହୁଅନ୍ତି ବୋଲି ଧରିନେବା ପୂର୍ବରୁ ଏ ସମ୍ପର୍କରେ ବିଶ୍ୱସନୀୟ ଡାକ୍ତରୀ ଗବେଷଣା ଓ ଶିଶୁରୋଗ ବିଶେଷଜ୍ଞଙ୍କ ମତ ଆବଶ୍ୟକ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି।

ବିଶେଷଜ୍ଞଙ୍କ ମତ ଓ ବୈଜ୍ଞାନିକ ଗବେଷଣାକୁ ଆଧାର କରି ନିଷ୍ପତ୍ତି ନିଆଯିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ଶୁକ୍ରବାର ସକାଳ ୧୦ଟାରେ ଦିଲ୍ଲୀର ବାୟୁମାନ ସୂଚକାଙ୍କ ୩୯୧ ରହିଥିଲା, ଯାହା ଅତି ଖରାପ ବା ଗୁରୁତର ସ୍ତରରେ ପହଞ୍ଚିଥିବା ସୂଚାଉଛି।

ଘଣ୍ଟାକୁ ଘଣ୍ଟାର ତଥ୍ୟ ଅନୁଯାୟୀ ଅବସ୍ଥା ଆହୁରି ଚିନ୍ତାଜନକ ଥିଲା।

ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ପଦକ୍ଷେପ ନେବା ଉପରେ କୋର୍ଟ ଗୁରୁତ୍ୱ ଦେଇଛନ୍ତି।

ସ୍କୁଲ ବନ୍ଦ କରିବା ନୁହେଁ, ବରଂ ପିଲାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସହ ଶିକ୍ଷାର ଗୁଣବତ୍ତା ରକ୍ଷା କରିବା ଏବେ ମୁଖ୍ୟ ପ୍ରସଙ୍ଗ ହୋଇଛି।

Education: ଜୁନ୍ ୨୦୨୭ ସୁଦ୍ଧା କର୍ଣ୍ଣାଟକର ସମସ୍ତ ସରକାରୀ ସ୍କୁଲରେ ଦ୍ୱିଭାଷୀ ଶିକ୍ଷା ପ୍ରଚଳନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)