Success Story: ବୟସ କେବଳ ଏକ ସଂଖ୍ୟା ମାତ୍ର: ଘୁଷୁରି ପାଳନ କରି ମାସକୁ ୭୦ ହଜାର ଟଙ୍କା ରୋଜଗାର କରୁଛନ୍ତି ବୃଦ୍ଧା

Nov 06, 2026 - 14:04
Success Story: ବୟସ କେବଳ ଏକ ସଂଖ୍ୟା ମାତ୍ର: ଘୁଷୁରି ପାଳନ କରି ମାସକୁ ୭୦ ହଜାର ଟଙ୍କା ରୋଜଗାର କରୁଛନ୍ତି ବୃଦ୍ଧା

ଜଗତସିଂହପୁର : ବୟସ କେବଳ ଏକ ସଂଖ୍ୟା।

ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ଥିଲେ ଯେକୌଣସି ବୟସରେ ସଫଳତା ହାସଲ କରିହୁଏ।

ଏହାକୁ ପ୍ରମାଣ କରିଛନ୍ତି ଜଗତସିଂହପୁର ଜିଲ୍ଲାର ୬୨ ବର୍ଷୀୟା ମହିଳା ଉଦ୍ୟୋଗୀ ସଞ୍ଜୁକ୍ତା ଦାସ।

ମାତ୍ର ୧୦ ହଜାର ଟଙ୍କା ପୁଞ୍ଜିରୁ ଆରମ୍ଭ କରି ସେ ଆଜି ପ୍ରାୟ ୧୧ ଲକ୍ଷ ଟଙ୍କାର ଘୁଷୁରି ପାଳନ ଓ ଦୁଗ୍ଧ ଚାଷ ଉଦ୍ୟୋଗ ଗଢ଼ିପାରିଛନ୍ତି।

ଏଥିରୁ ନିଜେ ମାସକୁ ୬୦ରୁ ୭୦ ହଜାର ଟଙ୍କା ଆୟ କରିବା ସହ ଅନ୍ୟ ୫ ଜଣଙ୍କୁ ରୋଜଗାର ଦେଇଛନ୍ତି।

Advertisment ସଞ୍ଜୁକ୍ତାଙ୍କ ଉଦ୍ୟୋଗୀ ଯାତ୍ରା କିନ୍ତୁ ଏତେ ସହଜ ନଥିଲା।

୨୦୦୦ ମସିହାରେ ହରପାର୍ବତୀ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍‌ଜି) ଗଠନ କରି ସେ ନିଜର ସାମୂହିକ ଉଦ୍ୟମ ଆରମ୍ଭ କରିଥିଲେ।

୧୦ ଜଣ ସଦସ୍ୟଙ୍କୁ ନେଇ ଗଠିତ ଏହି ଗୋଷ୍ଠୀର ସେ ସମ୍ପାଦିକା ଥିଲେ।

ଗୋଷ୍ଠୀ ମାଧ୍ୟମରେ ପିଡିଏସ୍ ଦୋକାନ ପରିଚାଳନା, ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ, ଧୂପକାଠି, ପାମ୍ପଡ଼ ଓ ବଡ଼ି ପ୍ରସ୍ତୁତି ଭଳି ବିଭିନ୍ନ ଆୟଭିତ୍ତିକ କାର୍ଯ୍ୟ କରୁଥିଲେ।

୧୦ ହଜାର ଟଙ୍କାର ପ୍ରାରମ୍ଭିକ ପୁଞ୍ଜି ନିବେଶ ତେବେ ଏକ ସ୍ଥାୟୀ ଓ ନିରନ୍ତର ଆୟର ମାଧ୍ୟମ ଖୋଜୁଥିବା ସଞ୍ଜୁକ୍ତା ୨୦୨୪ ମସିହାରେ ଘୁଷୁରି ପାଳନ ଓ ଦୁଗ୍ଧ ଚାଷ ଆରମ୍ଭ କରିବାକୁ ନିଷ୍ପତ୍ତି ନେଲେ।

ସ୍ୱୟଂ ସହାୟକ ଗୋଷ୍ଠୀର ସହଯୋଗରେ ମାତ୍ର ୧୦ ହଜାର ଟଙ୍କାର ପ୍ରାରମ୍ଭିକ ପୁଞ୍ଜି ନିବେଶ କରି ଏହି ଉଦ୍ୟୋଗର ମୂଳଦୁଆ ପକାଇଥିଲେ।

ଧୀରେ ଧୀରେ ଘୁଷୁରି ସଂଖ୍ୟା ବଢ଼ିବା ସହ ବ୍ୟବସାୟର ମଧ୍ୟ ସମ୍ପ୍ରସାରଣ ହୋଇଥିଲା।

ଏବେ ଆନ୍ଧ୍ରପ୍ରଦେଶ, ମୁମ୍ବାଇ, ଗୋଆ ଓ କୋଲକାତା ଭଳି ସ୍ଥାନର ବ୍ୟବସାୟୀମାନେ ତାଙ୍କଠାରୁ ଘୁଷୁରି କିଣୁଛନ୍ତି।

ଘୁଷୁରି ପାଳନ ସହ ଦୁଗ୍ଧ ଉତ୍ପାଦନ ମଧ୍ୟ ସଞ୍ଜୁକ୍ତାଙ୍କ ଆୟର ଅନ୍ୟତମ ପ୍ରମୁଖ ମାଧ୍ୟମ ପାଲଟିଛି।

ବର୍ତ୍ତମାନ ତାଙ୍କ ଫାର୍ମରୁ ପ୍ରତିଦିନ ପ୍ରାୟ ୧୫୦ ଲିଟର କ୍ଷୀର ଉତ୍ପାଦନ ହେଉଛି।

ସ୍ଥାନୀୟ ଗ୍ରାହକଙ୍କ ସହ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ମଧ୍ୟ ସେ କ୍ଷୀର ଯୋଗାଇ ଦେଉଛନ୍ତି।

ଏପରିକି କମ୍ ମୂଲ୍ୟରେ କ୍ଷୀର ଯୋଗାଇ ମହିଳା ଗୋଷ୍ଠୀଗୁଡ଼ିକୁ କ୍ଷୀର ସଂଗ୍ରହ ଓ ବିପଣନ ମାଧ୍ୟମରେ ଅତିରିକ୍ତ ଆୟ କରିବାର ସୁଯୋଗ ଦେଇଛନ୍ତି।

ଏହାର ଏକ ଉଦାହରଣ ହେଉଛି ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ।

ଏହି ଗୋଷ୍ଠୀ ନିଜସ୍ୱ କ୍ଷୀର ସଂଗ୍ରହ କେନ୍ଦ୍ର ଖୋଲି ସଞ୍ଜୁକ୍ତାଙ୍କ ଫାର୍ମରୁ ପ୍ରତିଦିନ ପ୍ରାୟ ୧୦୦ରୁ ୧୨୦ ଲିଟର କ୍ଷୀର ସଂଗ୍ରହ କରୁଛି।

ଏହାଦ୍ୱାରା ଗୋଷ୍ଠୀର ସଦସ୍ୟମାନେ ମଧ୍ୟ ଆର୍ଥିକ ଭାବେ ଲାଭବାନ ହେଉଛନ୍ତି।

ସ୍ଥାନୀୟ ଅଞ୍ଚଳର ମହିଳାମାନେ ନେଉଛନ୍ତି ପରାମର୍ଶ ସଞ୍ଜୁକ୍ତାଙ୍କ ଏହି ଉଦ୍ୟୋଗ କେବଳ ତାଙ୍କ ପରିବାରର ଆର୍ଥିକ ସ୍ଥିତି ବଦଳାଇନାହିଁ, ବରଂ ଅନ୍ୟମାନଙ୍କ ପାଇଁ ମଧ୍ୟ ଜୀବିକାର ସୁଯୋଗ ସୃଷ୍ଟି କରିଛି।

ଘୁଷୁରି ପାଳନ ଓ ଦୁଗ୍ଧ ଚାଷ କାର୍ଯ୍ୟରେ ଦୁଇ ଜଣ ମହିଳାଙ୍କ ସମେତ ମୋଟ ୫ ଜଣ ନିୟୋଜିତ ଅଛନ୍ତି।

ସଞ୍ଜୁକ୍ତାଙ୍କ ସଫଳତା ଏବେ ଅନ୍ୟ ମହିଳାଙ୍କୁ ମଧ୍ୟ ଉଦ୍ୟୋଗୀ ହେବାକୁ ପ୍ରେରଣା ଦେଉଛି।

ସ୍ଥାନୀୟ ଅଞ୍ଚଳର ମହିଳାମାନେ ତାଙ୍କ ଫାର୍ମ ପରିଦର୍ଶନ କରି ଘୁଷୁରି ପାଳନ, ଦୁଗ୍ଧ ଚାଷ ଓ ଏହାର ପରିଚାଳନା ସମ୍ପର୍କରେ ତଥ୍ୟ ଓ ପରାମର୍ଶ ନେଉଛନ୍ତି।

ସଞ୍ଜୁକ୍ତା କହିଛନ୍ତି, ମୁଁ ନିଜକୁ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ କରିବାକୁ ଚାହୁଁଥିଲି।

କିନ୍ତୁ ମୋର ବୃହତ୍ତର ଲକ୍ଷ୍ୟ ଥିଲା ଘୁଷୁରି ପାଳନ ଓ ଦୁଗ୍ଧ ଚାଷ ମାଧ୍ୟମରେ ସ୍ଥାୟୀ ଆୟ ଓ ରୋଜଗାରର ସୁଯୋଗ ସୃଷ୍ଟି କରି ଗ୍ରାମାଞ୍ଚଳର ମହିଳାଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା।

Donald Trump: ଦରକାର ପଡ଼ିଲେ ଇରାନକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେବୁ: ଟ୍ରମ୍ପ ଆଗାମୀ ଦିନରେ ଉଭୟ ଚାଷ ଉଦ୍ୟୋଗର ସମ୍ପ୍ରସାରଣ, ସରକାରୀ ଓ ଘରୋଇ କ୍ରେତାଙ୍କ ସହ ସମ୍ପର୍କ ସୁଦୃଢ଼ କରିବା, ଉନ୍ନତ ପ୍ରଶିକ୍ଷଣ ନେବା ଏବଂ ବ୍ୟାପକ ବଜାର ବ୍ୟବସ୍ଥା ଗଢ଼ିବାକୁ ସଞ୍ଜୁକ୍ତା ଯୋଜନା ରଖିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)