Hormuz: ହର୍ମୁଜକୁ ନେଇ ଆମେରିକା-ଇରାନ ମୁହାଁମୁହିଁ: ଭୀଷଣ ହେଉଛି ଯୁଦ୍ଧ, ତେହେରାନକୁ ସ୍ବତନ୍ତ୍ର ବିମାନ ଦେଲା ରୁଷ୍‌

Jul 14, 2026 - 02:37
Hormuz: ହର୍ମୁଜକୁ ନେଇ ଆମେରିକା-ଇରାନ ମୁହାଁମୁହିଁ: ଭୀଷଣ ହେଉଛି ଯୁଦ୍ଧ, ତେହେରାନକୁ ସ୍ବତନ୍ତ୍ର ବିମାନ ଦେଲା ରୁଷ୍‌

"ତେହେରାନ/ୱାସିଂଟନ: ଆମେରିକା-ଇରାନ ଯୁଦ୍ଧରେ ବିଶ୍ବର ଅନ୍ୟତମ ପ୍ରମୁଖ ସାମରିକ ଶକ୍ତି ରୁଷ୍‌ ସମ୍ଭବତଃ ପ୍ରବେଶ କରିଛି।

ତେହେରାନକୁ ସମର୍ଥନ କରିବାକୁ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଗେଇ ଆସିଛନ୍ତି।

ଆକାଶ ମାର୍ଗରୁ ଯୁଦ୍ଧ ପରିଚାଳନା ପାଇଁ ରୁଷ୍‌ ଏହାର ସ୍ବତନ୍ତ୍ର "ଟିୟୁ-୨୧୪ପିୟୁ" ବିମାନ ତେହରାନକୁ ଦେଇଛି।

ଗୋଟିଏ ପଟେ ଇରାନର ସାମରିକ ଠିକଣାଗୁଡ଼ିକ ଉପରେ ଆମେରିକା ତୀବ୍ର ଆକ୍ରମଣ କରୁଛି।

ଅନ୍ୟପଟେ ଏସବୁର କଡ଼ା ଜବାବ ଦିଆଯିବ ବୋଲି ତେହେରାନ କହୁଛି।

ଏଭଳି ସମୟରେ ତେହେରାନକୁ ରୁଷ୍‌ ସହଯୋଗର ହାତ ବଢ଼ାଇବା ଦ୍ବାରା ବିଶ୍ବର ଭୂରାଜନୈତିକ ଅସ୍ଥିରତା ବଢ଼ିଯାଇଛି।

Advertisment Women Opposed Wine: ଦିନରେ ଧାନରୁଆ, ସଂଧ୍ୟାରେ ମଦୁଆ ଧରା ଅଭିଯାନ "ଟିୟୁ-୨୧୪ ପିୟୁ" ବିମାନର ପ୍ରଚଣ୍ଡ ଆକ୍ରମଣ କ୍ଷମତା ସହ ଅତ୍ୟାଧୁନିକ କମାଣ୍ଡ୍‌ ଓ କଣ୍ଟ୍ରୋଲ୍‌ ବ୍ୟବସ୍ଥା ରହିଛି।

ସେଥିପାଇଁ ଏହାକୁ "ଡୁମ୍ସ ଡେ" ବିମାନ କୁହାଯାଇଥାଏ।

ରୁଷ୍‌ର ଶୀର୍ଷ ରାଜନୈତିକ ଓ ସାମରିକ ନେତୃବୃନ୍ଦଙ୍କୁ ‌ନେବାଆଣିବା ଦାୟିତ୍ବ ବହନ କରୁଥିବା "ରୁଷିଆ ସ୍ପେସାଲ ଫ୍ଲାଇଟ୍‌ ସ୍କ୍ବାର୍ଡନ" ଦ୍ବାରା ଏହା ପରିଚାଳିତ ହୋଇଥାଏ।

ବିମାନଟିର ଯୋଗାଯୋଗ ବ୍ୟବସ୍ଥା ଏନକ୍ରିପ୍ଟେଡ୍ ବା ଡାଟା ଯୋଗାଯୋଗ ବ୍ୟବସ୍ଥା ସଂପୂର୍ଣ୍ଣ ସୁରକ୍ଷିତ ବୋଲି କୁହାଯାଇଥାଏ।

ଅତ୍ୟନ୍ତ ବିପଦପୂର୍ଣ୍ଣ ପରିବେଶରେ କାର୍ଯ୍ୟ କରିବା ପାଇଁ ଏହି ବିମାନକୁ ପ୍ରସ୍ତୁତ କରାଯାଇଛି।

ଜରୁରିକାଳୀନ ସମୟରେ କମାଣ୍ଡ୍‌ ଓ କଣ୍ଟ୍ରୋଲର ନିରନ୍ତରତାକୁ ଏହି ବିମାନରେ ଥିବା ବ୍ୟବସ୍ଥା ସୁନିଶ୍ଚିତ କରିଥାଏ।

ଆମେରିକା ରାଷ୍ଟ୍ରପତିଙ୍କ ବିମାନ ଏୟାର୍‌ଫୋର୍ସ ୱାନ୍‌ର ସମକକ୍ଷ ଭାବେ ମଧ୍ୟ ଏହାକୁ ବିବେଚନା କରାଯାଇଥାଏ।

ବିମାନଟି ତେହେରାନରେ ପହଞ୍ଚି ସାରିଥିବା କୁହାଯାଉଛି।

Indigo: ଲେହ ବିମାନବନ୍ଦରରେ ହେରୋଇନ ସହ ଗିରଫ ହେଲେ ଇଣ୍ଡିଗୋ ବିମାନ ଯନ୍ତ୍ରୀ ଏହି ସମୟରେ ମଧ୍ୟପ୍ରାଚ୍ୟର ଗୁରୁତ୍ବପୂର୍ଣ୍ଣ ଜଳପଥ ହର୍ମୁଜ ପ୍ରଣାଳୀକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ବଡ଼ ମନ୍ତବ୍ୟ ଦେଇଛନ୍ତି।

ହର୍ମୁଜ ପ୍ରଣାଳୀକୁ ନିଜ ନିୟନ୍ତ୍ରଣକୁ ନେଇ ତାହାକୁ ଆମେରିକା ପରିଚାଳନା କରିବ।

ଆମେ ହର୍ମୁଜ ପ୍ରଣାଳୀର କର୍ତ୍ତୃପକ୍ଷ ହେବୁ।

ଏଥିପାଇଁ ଆମେରିକାକୁ ପ୍ରଚୁର ଅର୍ଥ ମଧ୍ୟ ମିଳିବ।

କାରଣ ଅନ୍ୟ ଦେଶଗୁଡ଼ିକ ଅତ୍ୟନ୍ତ ଧନୀ।

ସେମାନେ ଆମ ପକ୍ଷରେ ଅଛନ୍ତି ବୋଲି ଟ୍ରମ୍ପ କହିଛନ୍ତି।

ଆମେରିକା ଚାହୁଛି, ପୁନର୍ବାର ହର୍ମୁଜକୁ ଅବରୋଧ କରି ଶୁଳ୍କ ବିନିମୟରେ ସୁନିୟନ୍ତ୍ରିତ ଭାବେ ଜାହାଜଗୁଡ଼ିକୁ ଛାଡ଼ିବା ପାଇଁ।

ପ୍ରତି ଜାହାଜ ପିଛା ଏହାର କାର୍ଗୋ ମୂଲ୍ୟର ୨୦ ପ୍ରତିଶତ ଶୁଳ୍କ ଆଦାୟ କରିବାକୁ ଆମେରିକା ମସୁଧା କରୁଛି।

ଅନ୍ୟପକ୍ଷରେ ଇରାନର ଶୀର୍ଷ ମିଳିତ ସାମରିକ କମାଣ୍ଡ୍‌ ପକ୍ଷରୁ ସୋମବାର କୁହାଯାଇଛି ଯେ, ହର୍ମୁଜ ପ୍ରଣାଳୀର ପରିଚାଳନାରେ ଆମେରିକାକୁ ହସ୍ତକ୍ଷେପ କରିବା ଲାଗି ଅନୁମତି ଦିଆଯିବ ନାହିଁ।

ସପ୍ତାହାନ୍ତରେ ତେହେରାନ ଏହା ମଧ୍ୟ ଘୋଷଣା କରିଛି ଯେ ଅନ୍ୟାଦେଶ ପର୍ଯ୍ୟନ୍ତ ହର୍ମୁଜ ପ୍ରଣାଳୀ ବନ୍ଦ ରହିବ।

ସ୍ଥିରତା ଓ ଶାନ୍ତି ବାହାଲ ହେବା ପରେ ଜାହାଜ ଚଳାଚଳକୁ ଅନୁମତି ଦିଆଯିବ।

ହର୍ମୁଜରେ ଜାହାଜ ଚଳାଚଳ ସ୍ବାଭାବିକ କରିବାର ଏକମାତ୍ର ରାସ୍ତା ହେଲା ଆମେରିକାକୁ ଜଳପଥରେ ସାମରିକ ଆକ୍ରମଣ ବନ୍ଦ କରିବାକୁ ହେବ।

ହସ୍ତକ୍ଷେପ ଜାରି ରହିଲେ ବିଶ୍ବ ତୈଳ ଓ ଗ୍ୟାସ୍‌ କ୍ଷେତ୍ର ଉପରେ ଏହାର ବଡ଼ ପ୍ରଭାବ ପଡ଼ିବ ବୋଲି ଆଇଆର୍‌ଜିସି କହିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।